ଭୁବନେଶ୍ବର:ରାଜଧାନୀରେ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଯୁବକଙ୍କୁ ହତ୍ୟା ଘଟଣାର ଫିଟିଛି ଗୁମର । ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଗିରଫ ପ୍ରେମୀ ଯୁଗଳ କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ତା'ର ପ୍ରେମିକା ନିହାରିକା । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଗତ ଶୁକ୍ରବାର ରାତିରେ ଅଞ୍ଜନ ବେହେରା ନାମକ ଯୁବକକୁ ଚିନ୍ତାମଣିଶ୍ବର ଚମ୍ପା ପୋଖରୀ ନିକଟରେ ହତ୍ୟା କରାଯାଇଥିଲା । ଦୋଷ ନଥାଇ ବି ସାଙ୍ଗକୁ ବଞ୍ଚାଇବାକୁ ଯାଇ ହତ୍ୟାର ଶିକାର ହୋଇଥିଲା ଅଞ୍ଜନ ।
ଘଟଣାଟି ଥିଲା ଏମିତି:ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । ଏମିତିକି ସୋସିଆଲ ମିଡିଆରେ ମଧ୍ୟ ପ୍ରେମ ନିବେଦନ କରୁଥିଲେ । ନିହାରିକା କିନ୍ତୁ ଏହାର କୌଣସି ଜବାବ ଦେଉନଥିଲା । ବର୍ତ୍ତମାନ ନିହାରିକା ଏକାମ୍ର କଲେଜରେ ପଢୁଥିବା ବେଳେ ମାର୍ଚ୍ଚ 15 ତାରିଖରେ ପରୀକ୍ଷା ଦେବାକୁ ଯାଇଥିଲା । ପରୀକ୍ଷା ସାରି ଫେରବା ବେଳେ ବାଟରେ ଗୌତମ ତାଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ଗୌତମ ବିଷୟରେ ନିହାରିକା ତା'ର ପ୍ରେମିକ କାହ୍ନା ପ୍ରଧାନକୁ ଜଣାଇଥିଲା ।
ଏହା ମଧ୍ୟ ପଢନ୍ତୁ-ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ରାଜଧାନୀରେ ରାତି ଅଧରେ ଗଡିଲା ମୁଣ୍ଡ