ଓଡିଶା

odisha

ETV Bharat / state

ଷଷ୍ଠ ପର୍ଯ୍ୟାୟରେ ଅନୁଗୋଳରେ ପଡିବ ଭୋଟ, ପ୍ରସ୍ତୁତ ପ୍ରଶାସନ - Election Preparation

Election Preparation: ସାଧାରଣ ନିର୍ବାଚନ ପାଇଁ ଶନିବାର ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଅନୁଗୋଳ ଜିଲ୍ଲା ପ୍ରଶାସନ । ଏନେଇ ତଥ୍ୟ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ,

ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

By ETV Bharat Odisha Team

Published : Mar 18, 2024, 7:08 AM IST

ନିର୍ବାଚନ ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଅନୁଗୋଳ: ସାଧାରଣ ନିର୍ବାଚନ ପାଇଁ ଶନିବାର ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଅନୁଗୋଳ ଜିଲ୍ଲା ପ୍ରଶାସନ । ଏନେଇ ତଥ୍ୟ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମହମ୍ମଦ ଅବଦ୍ଦୁଲ ଅଖତର ଅଖତାରଙ୍କ ଅଧ୍ୟକ୍ଷତାରେ ଗତକାଲି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଭାରତୀୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭାପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ଏଥ‌ିପାଇଁ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବାବେଳେ ନାମାଙ୍କନ ପତ୍ରର ଶେଷ ତାରିଖ ୬ ମଇ ୨୦୨୪ ରଖାଯାଇଛି । ସେହିପରି ୯ ମଇ ୨୦୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବାବେଳେ ୨୫ ମଇ ୨୦୨୪ରେ ମତଦାନ ଏବଂ ଜୁନ୍ ମାସ ୪ ତାରିଖରେ ଭୋଟ ଗଣତି ହେବ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚର ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂକମିଟି, ନିର୍ବାଚନ ପରିଚାଳନାରେ ସି ଭିଜିଲ ଆପ୍ , ସୁବିଧା ପୋର୍ଟାଲ,ଭୋଟର ହେଲପ୍ ଲାଇନ୍ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଜିଲ୍ଲାରେ ମୋଟ ୧୧୬୨ଗୋଟି ମତଦାନ କେନ୍ଦ୍ର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୮୩୦ ଜଣଙ୍କ ମଧ୍ୟରୁ ମହିଳା ୪ ଲକ୍ଷ ୭୨ ହଜାର ୧୨୩, ପୁରୁଷ ୪ଲକ୍ଷ ୯୯ ହଜାର ୫୭୧ ଟ୍ରାନ୍ସଜେଣ୍ଡର ୧୩୬ ଜଣ ବୋଲି ଜଣା ପଡ଼ିଛି । ସେହିପରି ଜିଲ୍ଲାରେ ୧୧ ହଜାର ୮୩୨ ଭିନ୍ନକ୍ଷମ ଭୋଟର ଥ‌ିବା ବେଳେ ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟର ସଂଖ୍ୟା୨୭ ହଜାର ୬୨୪ ଜଣ । ଜିଲ୍ଲାରେ ୬୦ ଗୋଟି ସଖୀ ବୁଥ୍ ଖୋଲାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତକୁମାର ସିଂହ, ଅନୁଗୋଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତକୁମାର ଚାଟର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details