ପୁରୀ:ପାଖଉଛି ସମୟ...ପରାକ୍ରମ ଦେଖାଇବ ନୌସନା । ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର । ପ୍ରଥମଥର ପାଇଁ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଯାଉଛି । ଜଗନ୍ନାଥ ଧାମରେ ଯୁଦ୍ଧ କୌଶଳ ଦେଖାଇବ ନୌସେନା । ହାତରେ ଆଉ ମାତ୍ର ସପ୍ତାହେରୁ କମ୍ ସମୟ ରହିଛି । ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଓ ଯୁଦ୍ଧ ଟ୍ୟାଙ୍କ ।
ପୁରୀ ବେଳାଭୂମିରେ ଯୁଦ୍ଧ ଜାହାଜ:
ଆସନ୍ତା ଡ଼ିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ( Navy Day) । ଏହି ଅବସରରେ ନୌସେନା ନିଜର ପରାକ୍ରମ ପ୍ରଦର୍ଶନ କରିବ । ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ, ବିଭିନ୍ନ କମାଣ୍ଡ ବିଭିନ୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । ୨୫ଟି ନୌସେନାର ଜାହାଜ, ୪୦ଟି ଯୁଦ୍ଧ ବିମାନ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ ।
ଯୋଗ ଦେବେ ରାଷ୍ଟ୍ରପତି:
ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଏଣୁ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୁରୀର ବ୍ଲୁ ଫ୍ଲାଗ ବିଚ୍ ସମ୍ମୁଖରେ ଏହି ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ବ୍ଲୁ ଫ୍ଲାଗ ବିଚ୍ ରାଷ୍ଟ୍ରପତିଙ୍କ ପାଇଁ ସ୍ଵତନ୍ତ୍ର ମଞ୍ଚ ସହ ଭିଭିଆଇପି(VVIP)ଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ବ୍ଲୁ ଫ୍ଲାଗ ବିଚକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।
- ଡିସେମ୍ବର 4ରେ ନୌସେନା ଦିବସ
- ପୁରୀ ବିଚରେ ପାଳନ ହେବ ନୌସେନା ଦିବସ
- ଯୋଗ ଦେବେ ରାଷ୍ଟ୍ରପତି
- ପୁରୀରେ ପହଞ୍ଚିଲା ଯୁଦ୍ଧ ଜାହାଜ
- ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା
ଆସିଲାଣି 4ଟି ଯୁଦ୍ଧ ଟ୍ୟାଙ୍କ:
ନୌସେନା ଦିବସ ପାଳନ ପାଇଁ ପୁରୀ ସମୁଦ୍ର କୂଳରେ ଗୋଟିଏ ବଡ଼ ଜାହାଜ ଆସିଥିବା ବେଳେ ୪ଟି ଯୁଦ୍ଧ ଟ୍ୟାଙ୍କ ଆସିଛି । ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ସାମରିକ ଯୁଦ୍ଧ ସାମଗ୍ରୀ ଆସିବ । ନୌସେନା ଦିବସ ଅବସରରେ ନୌସେନାର ଯବାନ ମାନେ ପ୍ୟାରେଡ ରିହରସଲ କରିଛନ୍ତି ।
କେଉଁଠି କାର୍ଯ୍ୟକ୍ରମ ଦେଖିବେ ଲୋକେ: