ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅବହେଳା ! କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ବେଛାସେବୀ - ସୁବର୍ଣ୍ଣପୁର

Allegations Of Negligence In Duty: କାର୍ଯ୍ୟ ଦିବସରେ ବଣଭୋଜି କରି ଅଡୁଆରେ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅବହେଳା ! କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ବେଛାସେବୀ
ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅବହେଳା ! କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ବେଛାସେବୀ

By ETV Bharat Odisha Team

Published : Mar 4, 2024, 7:48 PM IST

ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅବହେଳା ! କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ବେଛାସେବୀ

ସୁବର୍ଣ୍ଣପୁର:ଜିଲ୍ଲାର ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ । ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି । ଜାନୁୟାରୀ 3ତାରିଖରେ ସ୍ବାସ୍ୟ ବିଭାଗର କୌଣସି ଛୁଟି ନଥିବାବେଳେ ବିଭାଗୀୟ ଅଧିକାରୀମାନେ ଜିଲ୍ଲା ବାହାରକୁ ବଣଭୋଜି କରିବା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା ।ଏନେଇ ସ୍ବେଛାସେବୀ ସ୍ବରୁପ ପାତ୍ର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ।

ସୂଚନାଯୋଗ୍ୟ ଆଜି (ସୋମବାର) ଦିନ ସଦର ମହକୁମା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅନୁଷ୍ଟିତ ହୋଇଥିଲା । ଏହି ଶିବିରରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ସହରର ସ୍ବେଛାସେବୀମାନେ । ଗତ ଜାନୁୟାରୀ 3 ତାରିଖରେ ସ୍ବାସ୍ଥ୍ୟ ବିଭାଗର କୌଣସି ଛୁଟି ନ ଥିବା ସମୟରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀମାନେ କାର୍ଯ୍ୟାଳୟରେ ତାଲା ପକାଇ ବଲାଙ୍ଗୀର ଜିଲ୍ଲା କୁଆଖାଇ ଜଳ ପ୍ରକଳ୍ପକୁ ବଣଭୋଜି କରିବା ପାଇଁ ଯାଇଥିଲେ । ତେବେ ସେହିଦିନ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ସୁବର୍ଣ୍ଣପୁର ପ୍ରଶାସନ ବି ବେଶ ତତ୍ପର ଓ ଯତ୍ନବାନ ରହିଥିଲା । ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଜିଲ୍ଲାରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀମାନେ କାର୍ଯ୍ୟାଳୟ ଛାଡ଼ି କିଭଳି ଆଖାଇ ଜଳ ପ୍ରକଳ୍ପକୁ ଗଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟକୁ ଆସିଥିବା ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ ହିତାଧିକାରୀମାନେ ନିଜ କାର୍ଯ୍ୟ ସମ୍ପାଦନ ନ କରି ନିରାଶରେ ଘରକୁ ଫେରିଥିଲେ । ଘଟଣା ଜଣା ପଡିବା ପରେ ସ୍ବେଛାସେବୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କର୍ମଚାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି । ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ବି ସରକାରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ .....ନବରଙ୍ଗପୁରରେ ମିନି ମାରାଥନ, ଦୌଡ଼ିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ତେବେ ଆଜି ସ୍ବେଛାସେବୀମାନେ ଜରୁରୀ ସେବାରେ ଏଭଳି ଅବହେଳା ଯୋଗୁଁ ବଣଭୋଜିରେ ଯୋଗ ଦେଇଥିବା କର୍ମଚାରୀ ଓ ଚିକିତ୍ସାଳୟର ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ।ତାହାଲେ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ବେଛାସେବୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details