ଓଡିଶା

odisha

ETV Bharat / state

ସରିଲା ସର୍ବଦଳୀୟ ବୈଠକ, ଶୀତ ଅଧିବେଶନରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି - ASSEMBLY ALL PARTY MEETING

ସର୍ବଦଳୀୟ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ଶୀତ ଅଧିବେଶନ କାର୍ଯ୍ୟରେ ବିରୋଧୀ ସହଯୋଗ କରିବାକୁ ବାଚସ୍ପତି ସୁରମା ପାଢ଼ୀଙ୍କ ପରାମର୍ଶ ।

ଶେଷ ହେଲା ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ
ଶେଷ ହେଲା ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଶୀତ ଅଧିବେଶନ (ETV Bharat Odisha)

By ETV Bharat Odisha Team

Published : Nov 25, 2024, 12:45 PM IST

Updated : Nov 25, 2024, 2:52 PM IST

ଭୁବନେଶ୍ବର:ଆଜି ସଂସଦ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି (ମଙ୍ଗଳବାର)ଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ ସର୍ବଦଳୀୟ ବୈଠକ ବସିଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଅନ୍ୟ କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିବା ବେଳେ ବିରୋଧୀ ଦଳ ‘ବିଜେଡି’ରୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପ-ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଅଂଶଗ୍ରହଣ କରିଥିଲେ । କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

  • ଶୃଙ୍ଖଳିତ ଗୃହ କାର୍ଯ୍ୟ ପାଇଁ ମସସ୍ତଙ୍କ ସହଯୋଗ ଲୋଡିଲେ ବାଚସ୍ପତି:-

କିଛି ସମୟ ଆଲୋଚନାରେ ସରକାରଙ୍କ ବିରୋଧୀଙ୍କଠାରୁ ଗୃହକାର୍ଯ୍ୟରେ ସହଯୋଗ ଲୋଡିବା ସହ ଫଳପ୍ରଦ ଆଲୋଚନାର ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଥିଲେ । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡିଛନ୍ତି । ଅନ୍ୟପଟେ ଆସନ୍ତାକାଲି ଅଧିବେଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ଆଜି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ ମଧ୍ୟ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ସରିଲା ସର୍ବଦଳୀୟ ବୈଠକ, ଶୀତ ଅଧିବେଶନରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି (ETV Bharat Odisha)
  • ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା ଓ ମଣ୍ଡି ଅବ୍ୟବସ୍ଥାକୁ ପ୍ରସଙ୍ଗ କରିବ ବିଜେଡି

ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଆଜି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଧାନସଭା କିଭଳି ଠିକ ଭାବେ ଚାଲିବ ସେ ବିଷୟରେ ଆଲୋଚନା ହେଲା । ସୁରୁଖୁରୁରେ ଗୃହ ଚାଲିବା ସମ୍ପର୍କରେ ସମସ୍ତେ ସହମତି ପ୍ରକାଶ କଲେ । ଯାହା ଯାହା ସମସ୍ୟା ସୃଷ୍ଟି କରିଛନ୍ତି ସରକାର ସେ ବିଷୟରେ ପ୍ରସଙ୍ଗ କରିବୁ । ଆଇନ ଶୃଙ୍ଖଳା, ନାରୀ ନିର୍ଯାତନା, ଧାନ ସଂଗ୍ରହ ଅବ୍ୟବସ୍ଥା ପ୍ରସଙ୍ଗକୁ ଗୃହରେ ଉଠାଇବୁ । ସରକାରଙ୍କୁ ଯେଉଁଭଳି ଭାବରେ ବିରୋଧୀ ଦଳ ଘେରିବା କଥା, ସେମିତି ଘେରିବୁ ।ବିରୋଧୀ ଦଳ ହିସାବରେ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବୁ । ପରିସ୍ଥିତି ଦେଖି ଯାହା କରିବା କଥା କରାଯିବ । ଯାଜପୁର ପ୍ରସଙ୍ଗରେ ଆଜି ସାଢ଼େ 3ଟା ବେଳେ ପୋଲିସ ମହାନିର୍ଦେଶକଙ୍କୁ ଭେଟିବୁ ।’’

ଏହା ମଧ୍ୟ ପଢନ୍ତୁ:- ସୁନ୍ଦରଗଡ଼କୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା, ପାଇଲେ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • କଂଗ୍ରେସର ଏଜେଣ୍ଡା ମଧ୍ୟ ପ୍ରାୟ ସମାନ:-

ସେହିପରି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସମାନ କଥା କହିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି "ବୈଠକରେ ବିଧାନସଭା ଭଲରେ ଚାଲିବ ସେନେଇ ଆଲୋଚନା ହେଲା । ଆମେ ସମ୍ମତି ପ୍ରଦାନ କଲୁ । ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବ ।’’ ଆସନ୍ତାକାଲି (ନଭେମ୍ବର)୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।

ଇଟିଭି ଭାରତ, ଭବୁନେଶ୍ବର

Last Updated : Nov 25, 2024, 2:52 PM IST

ABOUT THE AUTHOR

...view details