ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍ନ ବେଳକୁ ଆପଣ ପୁଣି କ୍ଷତିରେ ପଡି ପରନ୍ତି । ସନ୍ଧ୍ୟା ସୟରେ ଅନ୍ୟମନସ୍କ ହୋଇପାରନ୍ତି । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ ।ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗି ରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ ।
ବୃଷ: ଆଜି ଆପଣ ଚାହୁଥିବା କାର୍ଯ୍ୟରେ ବିଳମ୍ବ ହେବ । ମାତ୍ର ଉପଯୁକ୍ତ ଫଳ ମିଳିବ । ଆଜି କିଛି କଥାକୁ ନେଇ ମନ ଅସ୍ତିର ହୋଇପାରେ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ । କାର୍ଯ୍ୟସ୍ଥଳରେ ବ୍ୟସ୍ତତା ଲାଗି ରହିବ । ମାତ୍ର ନିଜ କାମ ପାଇଁ କାର୍ଯ୍ୟ ଶେଷରେ ପ୍ରଶଂସିତ ହେବେ । ଆଜି ବାହାରକୁ ବୁଲାବୁଲି କରିବାକୁ ନଯିବା ଆପଣଙ୍କ ପାଇଁ ଭଲ । ନିଜ ବାହ୍ୟ ଖର୍ଚ୍ଚକୁ ସୀମିତ କରନ୍ତୁ । ନିଜ ଅତି ପାଖ ଲୋକ ସହ ଆପଣଙ୍କ ଶତ୍ରୁତା ହୋଇପାରେ । ଏଥିପ୍ରତି ସାବଧାନ ରୁହନ୍ତୁ ।
ମିଥୁନ:ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପାଇଁ ପ୍ରେମ ବର୍ଷା ହେବା । ପ୍ରତିଟି ପରିଶ୍ରମର ଫଳ ପାଇବେ । ବିଶେଷ ଭାବରେ ସନ୍ଧ୍ୟାରେ ବଡ଼ ଖୁସି ଖବର ମିଳିପାରେ । ଆପଣଙ୍କର ଉଜ୍ଜ୍ବଳମୟ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ଆପଣ ଏକ ବଡ ଧରଣର ସଫଳତା ପାଇବାର ସମ୍ଭାବନା ରହିଛି । ଏକ ରାଜିନାମା କାର୍ଯ୍ୟକାରୀ ହେବାରେ ଅପେକ୍ଷାରେ ଅଛି । ଛୋଟ ବେଳର ବନ୍ଧୁଙ୍କ ସହ ଏକ ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।
କର୍କଟ: ଆଜି ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନାକୁ ଉପରେ କାମ କରିବା ଆରମ୍ଭ କରିବେ । ଏକ ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ । ସହଜରେ ଲାଭ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ । ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରିବେ ।
ସିଂହ: ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଆଶ୍ଚର୍ଯଯ୍ୟଜନକ ଭାବରେ ଆଜିର କିଛି କାର୍ଯ୍ୟ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ । ପ୍ରିୟଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ମାନସିକ ଶାନ୍ତି ପାଇଁ ଆଜି କୌଣସି ମନ୍ଦିର ଯାଇ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।
କନ୍ୟା: ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତି ପ୍ରକାଶ କରାଇବ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମ୍ନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା ଏପରି କିଛି କରନ୍ତୁ ଯାହା ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ । କାର୍ଯ୍ୟସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । କାରଣ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ । ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତ୍ତୃପକ୍ଷ ମାନେ ତୁମ ଉପରେ ଆଶାନ୍ତି ରହିବେ । ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ ରହିବ । ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ ।