ଓଡିଶା

odisha

ETV Bharat / state

ମାଲକାନଗିରିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ - election review In malkangiri - ELECTION REVIEW IN MALKANGIRI

Election Review In Malkangiri: ମାଲକାନଗିରି ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କଲେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର । ମେ ୧୩ରେ ହେବ ମତଦାନ ।ଅଧିକ ପଢନ୍ତୁ

ମାଲକାନଗିରିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ
ମାଲକାନଗିରିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

By ETV Bharat Odisha Team

Published : Mar 23, 2024, 10:04 PM IST

ମାଲକାନଗିରି: ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି । ଗତ କାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କୋରାପୁଟ ଠାରେ ଅବିଭକ୍ତ କୋରାପୁଟ ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଥିଲେ ।

ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। । ସେଥିପାଇଁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ନିର୍ବାଚନ ପରିଚାଳନା, ପୋଷ୍ଟାଲ ବାଲାଟ, ନିର୍ବାଚନୀ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଆଲୋଚନା କରିଥିଲେ । ଡ୍ରାଫ୍ଟ ରୋଲକୁ ନେଇ ସାବଧାନତା ଅବଲମ୍ବନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି । ତେଣୁ ନିର୍ବାଚନ ନିମନ୍ତେ ଆବଶ୍ୟକୀୟ ମାନବ ସମ୍ବଳ ଓ ପ୍ରଶିକ୍ଷଣ ଉପରେ ମଧ୍ୟ ସେ ଗୁରୁତ୍ବରୋପ କରିଛନ୍ତି । ସମସ୍ତ ଟିମ୍ ନିଜ ନିଜ କାମକୁ ଗୁରୁତର ସହ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅଭିଯୋଗ ଗ୍ରହଣ ପାଇଁ ସିଭିଜିଲ୍ ଆପ୍ ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ । ତେଣୁ ଏହି ଆପର ସଠିକ୍ ପରିଚାଳନା ନିମନ୍ତେ ସମ୍ପୃକ୍ତ ଦଳଗୁଡିକୁ କୁହାଯାଇଛି । ଗଣମାଧ୍ୟମରେ ପ୍ରକାଶ ହେଉଥିବା ବିଭିନ୍ନ ନିର୍ବାଚନ ସମ୍ବନ୍ଧୀୟ ସମ୍ବାଦ ପରିବେଷଣକୁ ଉତ୍ତମ ରୂପେ ମନିଟରିଂ କରିବା ନିମନ୍ତେ ଏମସିଏମସି କମିଟିକୁ ଦାୟିତ୍ଵ ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ

ଏହା ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସରକାରୀ ପଲିଟେକନିକ୍ ସ୍ଥିତ ଡିସପରସନ୍ ସେଣ୍ଟର୍ ଓ ରିସିପ୍ଟ ସେଣ୍ଟର, ଭୋଟ ଗଣତି କେନ୍ଦ୍ର ଓ ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତୁତି ନେଇ ଆଲୋଚନା ସହ ମାର୍ଗଦର୍ଶନ କରିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ସଫଳ ରୂପେ ଆୟୋଜନ କରିବା ନିମନ୍ତେ ନିର୍ବାଚନ ଅଧିକାରୀ ଶତୃଘ୍ନ କର ସମସ୍ତଙ୍କୁ ଆହ୍ବାନ ଦେଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ସୂଚନା ଅଧିକାରିଣୀ ପ୍ରମିଳା ମାଝୀ ।

ଏହି ବୈଠକରେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ , ବେଦବର ପ୍ରଧାନ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ରାମଚନ୍ଦ୍ର ଖଡିଆ, ଉପଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଉପଜିଲ୍ଲାପାଳ, ଜଗେଶ୍ବର ନାଏକ ସାମିଲ ହୋଇଥିଲେ ।

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details