ଭୁବନେଶ୍ବର: ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟି ସାରାଦେଶରେ ଆଜି ପାଳନ କରିଛି 'ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ' ଦିବସ । ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଭୁବନେଶ୍ବରସ୍ଥିତ ଧାରଣାସ୍ଥଳ, ଲୋୟର ପିଏମଜି ଠାରେ 'ସମ୍ବିଧାନ ବଞ୍ଚାଅ, ତାନାଶାହୀ ହଟାଅ' ଦିବସ ପାଳନ କରିଛି । ସାମ୍ପ୍ରତିକ ପରିସ୍ଥିତିରେ ଦେଶରେ ମୋଦି ସରକାର ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ଗଣତନ୍ତ୍ରକୁ ପ୍ରତ୍ୟେକ ଦିନ ହତ୍ୟା କରୁଛନ୍ତି ବୋଲି ରାଜ୍ୟ ଆବାହକ ସମସ୍ତ କର୍ମୀମାନଙ୍କୁ କହିଥିଲେ । ଆଜି ଦେଶରେ ସମସ୍ତ ନିରପେକ୍ଷ ସାମ୍ବିଧାନିକ ସଂସ୍ଥାକୁ ମୋଦି ସରକାର ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛି ଦଳ ।
ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ମିଥ୍ୟା ଆରୋପରେ ନିର୍ବାଚନ ଆଚରଣ ବିଧି ଲାଗିଥିବାବେଳେ ଗିରଫ କରାଯାଇଛି । ଏଥି ସହିତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ଯ ଗିରଫ ହୋଇଛନ୍ତି । ଅନ୍ୟ ବିରୋଧୀ ନେତାମାନଙ୍କୁ କିମ୍ବା ସେମାନଙ୍କ ସମ୍ପର୍କୀୟମାନଙ୍କୁ ମଧ୍ଯ ଇଡି ଲଗାଇ ଗିରଫ କିମ୍ବା ଭୟଭୀତ କରାଯାଉଛି । ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁ ଦୁର୍ନୀତି ଆରୋପୀମାନେ ବିଜେପିରେ ଯୋଗ ଦେଉଛନ୍ତି, ସେମାନେ ଆରୋପମୁକ୍ତ ହେବା ସହ ପୁରସ୍କୃତ ହୋଇ ନିର୍ବାଚନ ଲଢୁଛନ୍ତି । ଦେଶକୁ ବିରୋଧୀ ଶୂନ୍ୟ କରିବାରେ ମୋଦି ସରକାର ଲାଗିଛନ୍ତି । ତେଣୁ ଏହି ସମୟରେ ଅବାଧ ନିର୍ବାଚନ ହେବା ଏବଂ ଗଣତନ୍ତ୍ର ସୁରକ୍ଷିତ ରହିବା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।"
'ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ' ଦିବସ ପାଳନ କଲା ଆମ୍ ଆଦମୀ ପାର୍ଟି - AAP Protest In Bhubaneswar - AAP PROTEST IN BHUBANESWAR
AAP Protest : ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆପ୍ ପାଳନ କରିଛି 'ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ' ଦିବସ । ମୋଦି ସରକାର ବିରୋଧରେ ଗର୍ଜିଲେ ଆପ୍ କର୍ମକର୍ତ୍ତା । ଅଧିକ ପଢନ୍ତୁ
Published : Apr 14, 2024, 11:08 PM IST
ଏହା ମଧ୍ୟ ପଢନ୍ତୁ...ଆମ୍ବେଦକର ଜୟନ୍ତୀ ଅବସରରେ ଆୟୋଜିତ ହେଲା ଗଣବିବାହ କାର୍ଯ୍ୟକ୍ରମ - Collective Wedding
ସେ ଆହୁରି କହିଛନ୍ତି, "ଅରବିନ୍ଦ କେଜ୍ରିୱାଲ ଆଜି ଦେଶର ସମ୍ବିଧାନକୁ ରକ୍ଷା କରିବାପାଇଁ ଲଢେଇ କରୁଛନ୍ତି । ସମସ୍ତଙ୍କୁ ଉନ୍ନତ ମାନର ସମାନ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହାକି ସମ୍ବିଧାନର ମୂଳ ତତ୍ତ୍ବ ତାହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବାପାଇଁ ପ୍ରୟାସ ଜାରି ରଖିଛନ୍ତି । ଅପରପକ୍ଷରେ ମୋଦି ସରକାର କିଛି ବ୍ୟବସାୟୀ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ସମସ୍ତ ସମ୍ପତ୍ତି ବିକ୍ରି କରିବାରେ ଲାଗିଛନ୍ତି । ତେଣୁ ଦେଶର ସମ୍ବିଧାନକୁ ରକ୍ଷା କରିବା ଏବଂ ତାନାଶାହୀକୁ ହଟାଇବା ଅପରିହାର୍ଯ୍ୟ ହୋଇଯାଇଛି ।" ଦେଶକୁ ତଥା ଦେଶର ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆମ୍ବେଦକର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ରାସ୍ତାରେ ଯାଇ ଗିରଫ ହେବାକୁ ଆମେ ସ୍ବାଗତ କରିବୁ ବୋଲି ନିଶିକାନ୍ତ ମହାପାତ୍ର କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର