ଓଡିଶା

odisha

ETV Bharat / state

ଘରେ AC ଓ ଫ୍ରିଜ ! ମାସକୁ ବିଜୁଳି ବିଲ୍ ମାତ୍ର ୨୦ ଟଙ୍କା, ଜାଣନ୍ତୁ କେଉଁଠି ? - ELECTRIC BILL Rs 20 - ELECTRIC BILL RS 20

AAP Alleges Electric Bill Corruption: ବିଜୁଳି ବିଲ୍ ରେ ଅନିୟମିତତା ଅଭିଯୋଗ । କିଛି ଲୋକଙ୍କ ମାସିକ ବିଜୁଳି ବିଲ ମାତ୍ର ୨୦ ଟଙ୍କା ଆସିଥିବା, ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି (ଆପ୍) । ପଢ଼ନ୍ତୁ ପୂରା ଖବର,

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Sep 24, 2024, 2:34 PM IST

ପୁରୀ: ଘରେ ଏସି, ଟିଭି ଓ ଫ୍ରିଜ୍ । ହେଲେ ମାସକୁ ବିଦ୍ୟୁତ ବିଲ ଆସୁଛି ମାତ୍ର ୨୦ ଟଙ୍କା । କିଛି ଅସାଧୁ କର୍ମଚାରୀ ଏଭଳି ଜାଲିଆତି କରୁଥିବା ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଫ୍ କ୍ୟାମେରାରେ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଟାଟା ପାୱାର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସ୍ମୃତି ରଞ୍ଜନ ସ୍ୱାଇଁ ।

୨୦ ଟଙ୍କା ବିଦ୍ୟୁତ ବିଲ୍:
ଆପ୍ ଅଭିଯୋଗ କରିଛି ଯେ, ପୁରୀ ସହରରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଇଲେକ୍ଟ୍ରି ବିଲ୍ ମାସକୁ ୨୦ ଟଙ୍କା ଆସୁଛି । ଘରେ ଏସି, ଟିଭି, ଫ୍ରିଜ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ଥିବାବେଳେ ମାସକୁ ମାତ୍ର ୨୦ ଟଙ୍କା ଇଲେକ୍ଟ୍ରି ବିଲ୍ ଆସିବା ସହରବାସୀଙ୍କୁ ଚକିତ କରିଦେଇଛି । ଦୀର୍ଘ ଦିନ ଧରି ଟାଟା ପାୱାରରେ ଏଭଳି ଅନିୟମିତତା କାର୍ଯ୍ୟ ଚାଲିଥିବା ନେଇ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସହିତ ମାସକୁ ୨୦ ଟଙ୍କା ଇଲେକ୍ଟ୍ରି ବିଲ୍ ଆସୁଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଖାଇଛନ୍ତି ଦଳର କର୍ମକର୍ତ୍ତା ।

Electric Bil (ETV Bharat Odisha)

ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ଆବାହକ ସଞ୍ଜୀବ ମହାନ୍ତି ଅଭିଯୋଗ କରିଛନ୍ତି, "ସାଧାରଣ ଗରିବ ଲୋକଟିଏ ଅଳ୍ପ କିଛି ବିଦ୍ୟୁତ ଉପକରଣ ବ୍ୟବହାର କରୁଥିବାବେଳେ ମାସକୁ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ଦେଉଛି ଗରିବ ଉପଭୋକ୍ତା । ଏହି ସ୍ବଚ୍ଛଳ ବ୍ୟକ୍ତିଙ୍କର ଘରେ ଏକାଧିକ ବିଦ୍ୟୁତ ଉପକରଣ ଲାଗିଥିବାବେଳେ ମାସକୁ ୨୦ ଟଙ୍କା ବିଲ୍ ଆସିବା ଦୁଃଖର ବିଷୟ । ଟାଟା ପାୱାର ଗରିବ ଲୋକଙ୍କୁ ଶୋଷଣ କରୁଥିବାବେଳେ ବଡ଼ବଡ଼ିଆଙ୍କୁ କାହିଁକି ଅହେତୁକ ଅନୁକମ୍ପା ଦେଖାଉଛି ? ପୁରୀ ଟାଟା ପାୱାରରେ ବ୍ୟାପକ ଦୁର୍ନୀତି ଚାଲିଥିବା ସ୍ପଷ୍ଟ ହୋଇଥିବାବେଳେ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି ଜୋରଦାର କରାଯିବ।"

Electric Bil (AAP, Puri)

୫୦ ରୁ ଅଧିକ ବ୍ୟକ୍ତିଙ୍କ ନାଁରେ ୨୦ ଟଙ୍କା ବିଲ୍:

ଆମ୍ ଆଦମୀ ପାର୍ଟି ଦାଖଲ କରିଥିବା ତଥ୍ୟ ଅନୁସାରେ, ପୁରୀ ସୁଆର ସାହି ଏବଂ ପୁରୀ ଟାଉନରେ କିଛି ବ୍ୟକ୍ତିଙ୍କ ନାଁରେ ଚଳିତ ମାସ ମାତ୍ର ୨୦ ଟଙ୍କାର ବିଦ୍ୟୁତ ବିଲ୍ ଆସିଛି । କେବଳ ଏତିକି ନୁହେଁ, ୫୦ରୁ ଅଧିକ ବ୍ୟକ୍ତିଙ୍କର ବିଦ୍ୟୁତ ବିଲ୍ ମାତ୍ର ୨୦ ଟଙ୍କା ଆସିଛି । ଏହା କିଭଳି ସମ୍ଭବ ହୋଇପାରିଲା ତା'କୁ ନେଇ ପ୍ରଶ୍ନ ଉଠାଇଛି ଆପ୍ ।

Electric Bil (AAP, Puri)
ଏହା ବି ପଢନ୍ତୁ...ସରକାରୀ ହସ୍ପିଟାଲରେ ବ୍ୟାପକ କେଳେଙ୍କାରୀ, ମ୍ୟାନେଜର ବହିଷ୍କୃତ - Manager Mohit Srivastava Suspended

ଏହା ବି ପଢନ୍ତୁ...ଅଘୋଷିତ ବିଦ୍ୟୁତ କାଟ ଏବଂ ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଏହା ବି ପଢନ୍ତୁ...ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ଏହା ବି ପଢନ୍ତୁ...Save Electricity Save Money: ଆଉ ଆସିବନି ଅଧିକ ବିଦ୍ୟୁତ ବିଲ୍‌; ଫଲୋ କରନ୍ତୁ ଏହି ଟିପ୍ସ - How To Reduce Home Electricity Bill

ଦୁର୍ନୀତି ନା ତ୍ରୁଟି?

Electric Bil (AAP, Puri)
ସେପଟେ ଟାଟା ପାୱାରର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସ୍ମୃତି ରଞ୍ଜନ ସ୍ୱାଇଁ ସୂଚନୀ ଦେଇଛନ୍ତି ଯେ, "ଏହି ଘଟଣାର ତଦନ୍ତ କରାଯିବ । ଏହା ପରେ କଣ ପ୍ରକୃତ ଘଟଣା ସ୍ପଷ୍ଟ ହେବ।" ଏକଥା ସେ ମୌଖିକ ଭାବେ କହିଥିବାବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତାଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ କମ୍ପାନୀ ପକ୍ଷରୁ ଅନୁମତି ନଥିବାରୁ ସେ କ୍ୟାମେରାରେ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କହିଛନ୍ତି । ଏହା ପଛରେ ଦୁର୍ନୀତି ରହିଛି ନା ତ୍ରୁଟିପୂର୍ଣ୍ଣ ବିଲ୍ ଯୋଗୁ ଏଭଳି ସ୍ଥିତି ଉପୁଜିଛି, ସ୍ପଷ୍ଟ ହୋଇନାହିଁ ।
TPCODL (ETV Bharat Odisha)

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details