ଓଡିଶା

odisha

ଖୋଲିଲା ହୀରାକୁଦର ଆଉ 6ଟି ଗେଟ୍, 20ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ - Hirakud Dam Gate Open

By ETV Bharat Odisha Team

Published : Aug 25, 2024, 4:29 PM IST

20 Gates Opened: ଗତକାଲି (ଶନିବାର) ହୀରାକୁଦ ଡ୍ୟାମର 14 ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଆଜି ଆଉ 6ଟି ଗେଟ୍ ଖୋଲିଛି । ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଅଧିକ ପଢନ୍ତୁ

Hirakud Dam
Hirakud Dam (ETV Bharat Odisha)

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ 6ଟି ଗେଟ୍। ଗତକାଲି (ଶନିବାର) ହୀରାକୁଦ ଡ୍ୟାମର 14ଟି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଆଜି ମଧ୍ୟାହ୍ନ ପରେ ଡ୍ୟାମର ଆହୁରି 6ଟି ଗେଟ୍ ଖୋଲାଯାଇଛି ।

Hirakud Dam (ETV Bharat Odisha)

ବଢୁଛି ଜଳସ୍ତର:

ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ମୋଟ 20ଟି ଗେଟ ଖୋଲାଯାଇ ବନ୍ୟା ଜଳ ମହାନଦୀକୁ ଛଡ଼ା ଯାଉଛି । ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵରୁ 13ଟି ଓ ଡାହାଣ ପାର୍ଶ୍ଵରୁ 7ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ଦିନ 12ଟା ସୁଦ୍ଧା ଏହାର ଜଳସ୍ତର 621.97 ଫୁଟ ରହିଛି । ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 3ଲକ୍ଷ 59ହଜାର 405 କ୍ୟୁସେକ ବନ୍ୟାଜଳ ଡ୍ୟାମକୁ ପ୍ରବେଶ କରୁଛି। ସେହିପରି ଜଳ ଭଣ୍ଡାରରୁ ମହାନଦୀକୁ 20 ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

'36 ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିଥାଏ'

ସୂଚନାଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ଗୋଟିଏ ସ୍ଲୁଇସ ଗେଟରେ ସେକେଣ୍ଡ ପ୍ରତି 15 ହଜାରରୁ 16 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଅଧିକ ଥିଲେ ଗେଟରୁ ଅଧିକ ପରିମାଣର ଜଳ ନିଷ୍କାସନ ହୋଇଥାଏ। ଏହି ବନ୍ୟାଜଳ ହୀରାକୁଦରୁ ବାହାରି ମୁଣ୍ଡଳିରେ ପହଞ୍ଚିବାକୁ 36 ଘଣ୍ଟା ସମୟ ଲାଗିଥାଏ। ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଣ୍ଡୁଲିରେ 7 ରୁ 8 ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଲେ ଏହା ସାମାନ୍ୟ ବନ୍ୟା ସ୍ଥିତି ସୃଷ୍ଟି କରିଥାଏ । ତେବେ ମୁଣ୍ଡଳିରେ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ । ସେଥିପାଇଁ ମୁଣ୍ଡଳିର ବନ୍ୟାଜଳର ସ୍ଥିତି ଓ ମାତ୍ରାକୁ ଦେଖି ହୀରାକୁଦରୁ ଗେଟ ପରିଚାଳନା ହୋଇଥାଏ ।

ଏହା ବି ପଢନ୍ତୁ...ଆଜି ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ, 13 ଜିଲ୍ଲାରେ ପ୍ରବଳ ଛେଚିବ - Odisha Weather

ଏହି ବାଟ ଦେଇ ପ୍ରବାହିତ ହୁଏ ବନ୍ୟାଜଳ:

ହୀରାକୁଦରୁ ବାହାରୁ ଥିବା ବନ୍ୟାଜଳ ବୌଦ୍ଧ ଜିଲ୍ଲାର ଖଇରମାଳରେ ପହଞ୍ଚିବାକୁ 12 ରୁ 16 ଘଣ୍ଟା ଲାଗିଥାଏ। ଖଇରମାଲରୁ ନୟାଗଡ଼ ଜିଲ୍ଲାର ବରମୂଳକୁ ଏହି ବନ୍ୟଜଳ ପହଞ୍ଚିବାକୁ 12 ରୁ 16 ଘଣ୍ଟା ଲାଗିଥାଏ ଓ ସେଠାରୁ ମୁଣ୍ଡଳିରେ ପହଞ୍ଚିବାକି 12 ରୁ 16 ଘଣ୍ଟା ଲାଗିଥାଏ। ଏହି 3 ଟି ସ୍ଥାନରୁ ପ୍ରତ୍ୟେକ ଘଣ୍ଟାରେ ବନ୍ୟାଜଳ ପ୍ରବାହର ସୂଚନା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମକୁ ଆସିଥାଏ। ଏହାକୁ ଦେଖି କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯାଇଥାଏ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details