ଭୁବନେଶ୍ବର:ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ‘ପ୍ରବାସୀ ଭାରତୀୟ ଦିବସ’କୁ ଦୃଷ୍ଟିରେ ରଖି ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦଘାଟିତ ହୋଇଛି । ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡର । ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ରେ ଓଡିଶା ଆସିବାକୁ ଥିବା ଅତିଥିମାନେ ଚିଲିକା ବୁଲିବା ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିପାରିବେ ।
ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ସମେତ ଏକ ପକ୍ଷୀ ସଂଗ୍ରହାଳୟ କରିବା ଏବଂ ଡିଜେଲ୍ ବୋଟ୍ ବଦଳରେ ସୋଲାର ବୋଟ ଚଳାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
- ଚିଲିକାକୁ ବହୁଳ ମାତ୍ରାରେ ପ୍ରଚାର ପସାର କରିବାକୁ ଯୋଜନା
ରାଜ୍ୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବା ଦ୍ୱାରା ବିଶ୍ୱରେ ଚିଲିକାର ବହୁଳ ପ୍ରଚାରପ୍ରସାର ହୋଇପାରିବ । ପ୍ରତିବର୍ଷ ଡିସେମ୍ବରରୁ ଫେବୃଆରୀ ୩ ମାସ ଭିତରେ ପ୍ରାୟ ୧୦ ଲକ୍ଷ ପକ୍ଷୀ ଚିଲିକାକୁ ଆସୁଛନ୍ତି । ଯଥା ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକା ଆସିଥାନ୍ତି ବିଦେଶୀ ପକ୍ଷୀ । ମୋଟ ୧୫୦ ପ୍ରଜାତିର ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ।
- ଚିଲିକାର ସୁରକ୍ଷା ଓ ପକ୍ଷୀଙ୍କ ସୁରକ୍ଷାକୁ ଗୁରୁତ୍ଵ
ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି ୫ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି, ନନ୍ଦନକାନନରେ ଚାଲିବ ଏହି ଉତ୍ସବ । ୬ ରୁ ୮ ତାରିଖ ପର୍ଯ୍ୟନ୍ତ ପୂର୍ବରୁ ପଞ୍ଜିକୃତ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ ।
ସେହିପରି ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଫରେଷ୍ଟ ପାର୍କ, ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ଆନନ୍ଦବନ ଠାରେ ପକ୍ଷୀ ନିରୀକ୍ଷଣ ପଦଯାତ୍ରା ଅନୁଷ୍ଠିତ ହେବ । ୧୦ ରୁ ୧୧ ତାରିଖ ଯାଏ ବରକୁଳା ଠାରେ ଵାର୍ଡ କନକ୍ଲଭ, ପକ୍ଷୀ ନିରୀକ୍ଷକ, ଓ ଗବେଷକମାନଙ୍କର ଆଲୋଚନା, ନଳବଣ ପରିଦର୍ଶନ, ବନ୍ୟପ୍ରାଣୀ ସମ୍ପର୍କିତ ଡ଼କୁମେଣ୍ଟାରୀ ଭଳି ବ୍ୟାପକ କାର୍ଯ୍ୟକ୍ରମ କରାଯିବ ।
- ଚିଲିକାର ଜୈବ ବିବିଧତା ରକ୍ଷା କରିବା ପାଇଁ ସୋଲାର ବୋଟ:
ତେବେ ଚିଲିକାର ଜୈବ ବିବିଧତା ରକ୍ଷା କରିବା ପାଇଁ ଖୁବ ଶୀଘ୍ର ଡିଜେଲ ଚାଳିତ ବୋଟ ବଦଳରେ ସୋଲାର ବୋଟ ଚଲାଇବାକୁ ପ୍ରସ୍ତାବ ରହିଛି। ତେବେ ଏହା ବାଦ ପର୍ଯ୍ୟଟନ ବିଭାଗ ଏବଂ ଚିଲିକା ଡେଭେଲପମେଣ୍ଟ ଅଥରିଟି ମିଳିତ ଭାବରେ ଚିଲିକା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବେ। ଯାହା ଫଳରେ ଡିଜିଟାଲ ବୋଟ ଚଳାଇବା ଫଳରେ ଅନେକ ମାତ୍ରାରେ ପରିବେଶ ପ୍ରଦୂଷିତ ହେବା ସହ ପକ୍ଷୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ତେଣୁ ଅଧିକରୁ ଅଧିକ ମାତ୍ରାରେ ଡିଜେଲ ବୋଟ ବଦଳରେ ସୋଲାର ବୋଟ ଚଳାଚଳ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
- ପ୍ରତିଷ୍ଠା ହେବ ବିହଙ୍ଗ ସଂଗ୍ରହାଳୟ
ଚିଲିକାରେ ହେବ ପକ୍ଷୀ ସଂଗ୍ରହାଳୟ । ବିଶେଷ ଭାବରେ ପର୍ଯ୍ୟଟକମାନେ ଅନେକ ସମୟରେ ଚିଲିକାରେ ବୁଲିବା ସମୟରେ ବିଶେଷ ଭାବରେ ପକ୍ଷୀଙ୍କୁ ଦେଖିବା ଅସମ୍ଭବ ହୋଇପଡିଥାଏ । ଯାହାଫଳରେ ଅନେକ ପର୍ଯ୍ୟଟକ ପାଖିଙ୍କୁ ନଦେଖି ଫେରିଥାଆନ୍ତି । ଅନେକ ମଧ୍ୟ ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କ ବିଷୟରେ ଅବଗତ ହୋଇନଥାନ୍ତି । ତେଣୁ ଏନେଇ ଉପମୁଖ୍ୟମନ୍ତ୍ରୀ ଏନେଇ ଏକ ପ୍ରସ୍ତାବ ରଖିଛନ୍ତି ଯେ, ଚିଲିକା ପାଖରେ ଥିବା ଯଥା ମଙ୍ଗଳାଯୋଡି, ବରକୁଳ ଆଦି ସ୍ଥାନରେ ପକ୍ଷୀ ସଂଗ୍ରହାଳୟ କରାଯିବ ।
- ପକ୍ଷୀଙ୍କ ଦେହରେ ଲାଗିବ ଫ୍ଲେମିଂଗୋର ଟ୍ରାକିଂ