ରାୟଗଡା:ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଭାବେ ଭି.କେ.ପାଣ୍ଡିଆନ ବିଷମକଟକ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି । ଆୟୋଜିତ ଏକ ସଧାରଣସଭାରେ ଯୋଗ ଦେଇଛନ୍ତି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା,ଏବଂ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଆଜି ଅପରାହ୍ନ ସାଢେ ତିନିଟାରେ ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ସାରି ପାଣ୍ଡିଆନ ବିଷମକଟକ ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପେଡରେ ଓହ୍ଲାଇଥିଲେ । ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ ହଜାର ହଜାର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ବାର୍ତ୍ତାକୁ ଲୋକଙ୍କ ପାଖେ ପହଞ୍ଚାଇଥିଲେ ।
ଏହି ଅବସରରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା,ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ସମେତ ପାଣ୍ଡିଆନ ମଞ୍ଚାସୀନ ହୋଇଥିଲେ । ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ୱାସ ରଖନ୍ତି । ଗତ ୪ମାସ ତଳେ ଆପଣମାନଙ୍କ ସମସ୍ୟ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ବିଷମ କଟକ ପଠାଇଥିଲେ । ଆପଣମାନଙ୍କ ଠାରୁ ପାଇଥିବା ପ୍ରସ୍ତାବ ଗୁଡିକୁ ସଫଳ ରୂପାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପାଣ୍ଠି ପ୍ରଦାନ କରିଥିଲେ । ସେଗୁଡ଼ିକର ସମୀକ୍ଷା ପାଇଁ ଆସିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷମ କଟକ ଏବଂ ମୁନିଗୁଡାକୁ ଏନ.ଏ.ସି. ମାନ୍ୟତା ଦାବି ହୋଇ ଆସୁଥିବାବେଳେ ବର୍ତ୍ତମାନ ଏହି ଦୁଇ ବ୍ଲକକୁ ଏନ୍.ଏ.ସି. ଘୋଷଣା କରାଯାଇଛି । କଲ୍ୟାଣ ସିଙ୍ଗପୁର ମେଡିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟପ୍ରଦାନ ପାଇଁ ଅନୁରୋଧ ହୋଇଥିଲା । ତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ମୁନିଗୁଡା ବ୍ଲକରେ ଜେ.ଏମ୍.ଏଫ.ସି. କୋର୍ଟ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହାସହ ଚାଟିକୋଣା ଶିବ ମନ୍ଦିରର ଉର୍ନ୍ନତି କରଣ ପାଇଁ ୨ କୋଟି ୫୬ ଲକ୍ଷ ଅନୁଦାନ ରାଶି ପ୍ରଦାନ କରାଯାଇଛି ।