ଓଡିଶା

odisha

By ETV Bharat Odisha Team

Published : Jun 20, 2024, 5:33 PM IST

ETV Bharat / state

ଏମିତି ବି ଆସେ ମୃତ୍ୟୁ ! ଗାଡି ଚଢିଯିବାରୁ ଚାଲିଗଲା ୩ ଜୀବନ - Road Accidents In Sundargarh

Road Accidents In Sundargarh: ସୁନ୍ଦରଗଡ଼ ଜିଲ୍ଲାରେ ଘଣ୍ଟିପୁର ନିକଟରେ ୨ ସାଙ୍ଗଙ୍କ ଉପରେ ଚଢିଗଲା ଦୃତଗାମୀ ବୋଲେରୋ । ସେହିଭଳି ବଡ଼ଗାଁ ଥାନା ଅନ୍ତର୍ଗତ ଦାଶ ହୋଟେଲ ସମ୍ମୁଖରେ ହାଇୱା ଧକ୍କାରେ ପଥଚାରୀଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Road Accidents In Sundargarh
Road Accidents In Sundargarh (ETV Bharat Odisha)

ରାଉରକେଲା: କଥାରେ ଅଛି ମଣିଷ ଜୀବନ ହେଉଛି ପାଣିଫୋଟକା । ମଣିଷ ଜୀବନ କେତେବେଳେ କେଉଁ ମୁହୂର୍ତ୍ତରେ ଯେ ଚାଲିଯିବ ତାହା କହିବା ମୁସ୍କିଲ । ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଘଟଣା ବର୍ତ୍ତମାନ ଲୋକଙ୍କୁ ଆଚମ୍ବିତ କରିଛି । ତେବେ ପ୍ରଥମ ଘଟଣାରେ ଗଛ ତଳେ ବସିଥିବା ବେଳେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ଗଛ ତଳେ ବସି ଦୁଇ ସାଙ୍ଗ ବସକୁ ଅପେକ୍ଷା କରିଥିଲେ ନିଜ ଗାଁରୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି । କିନ୍ତୁ ଏହି ଗଛ ମୂଳରେ ହିଁ କାଳ ଜଗି ବସିଥିଲା ଦୁଇ ସାଙ୍ଗକୁ । ତେବେ ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ଗାଡି ସାମ୍ନା ପଟରୁ ମାଡି ଆସି ଦୁଇ ଜଣ ସାଙ୍ଗଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ବୋଲେରୋଟି ଦ୍ରୁତ ଗତିରେ ଥିବା ଫଳରେ ଦୁଇ ଜଣକୁ ଚଢ଼ି ସିଧା ଯାଇ ଗଛକୁ ପିଟିଥିଲା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ ।

Road Accidents In Sundargarh (ETV Bharat Odisha)

ମୃତକ ହେଲେ ୩୦ ବର୍ଷୀୟ ମଙ୍ଗଳ ପ୍ରଧାନ ଏବଂ ୩୫ ବର୍ଷୀୟ ବିଜୟ କିଷାନ । ଗତକାଲି (ବୁଧବାର) ସନ୍ଧ୍ୟାରେ ଏହି ଦୁର୍ଘଟଣା ସୁନ୍ଦରଗଡ ଧାରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିପୁର ନିକଟରେ ଘଟିଛି । ଅପର ପକ୍ଷରେ ବୋଲେରୋ ଗାଡିଟି ଦୁଇ ଜଣଙ୍କ ଉପରେ ମାଡି ଯିବା ପରେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଗାଡ଼ିରେ ବସିଥିବା ୬ ଜଣ ମଧ୍ୟରୁ ଚାରି ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସମସ୍ତଙ୍କୁ ସୁନ୍ଦରଗଡ଼ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ...ସୁଟିଂ ସାରି ଫେରିବା ବାଟରେ ଛକିଥିଲା ଯମ ! ଜଣେ କଳାକାର ମୃତ, ୫ ଆହତ - One Actor Death In Road Accident

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ କରୁଛି । ଏବଂ ଏହା ସାଙ୍ଗକୁ ଦ୍ବିତୀୟ ଘଟଣାଟିରେ ଜଣେ ପଥଚାରୀଙ୍କୁ ହାଇୱା ଧକ୍କା ଦେବାରୁ ହାରିଲେ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଡ଼ଗାଁ ଥାନା ଅନ୍ତର୍ଗତ ଦାଶ ହୋଟେଲ ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେରେ ଘଟିଛି ଏକ ଦୁର୍ଘଟଣା । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ରାଉରକେଲା ପଟୁ ଦ୍ରୁତ ଗତିରେ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ହାଇଓ୍ବେ ଜଣେ ପଥଚାରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ଏବଂ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ପଥଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା ।

ମୃତକ ଜଣକ ତୁଡାଲଗା ପଞ୍ଚାୟତ ସ୍ଥିତ ମୁକୁନ୍ଦପୁର ଗ୍ରାମର ବାସିନ୍ଦା ସଞ୍ଜୟ ନାୟକ ବୋଲି ଜଣାପଡିଛି । ଦୁର୍ଘଟଣାର ଖବର ପାଇ ବଡ଼ଗାଁ ଥାନା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ । ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣାପଡିଛି । ତେବେ ଏଭଳି ଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ତିନୋଟି ଅମୂଲ୍ୟ ଜୀବନ ଯାଇଛି ଏବଂ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଏବଂ ଧରୁଅଡ଼ିହି ସହ ବଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details