ଓଡିଶା

odisha

ETV Bharat / state

ବିମାନ ବନ୍ଦରରୁ ଜବତ ହେଲା 3.77 କେଜି ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ - Gold seized Bhubaneswar Airport - GOLD SEIZED BHUBANESWAR AIRPORT

Gold seized at Bhubaneswar airport: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜବତ ହେଲା ସୁନା କ୍ୟାପସୁଲ । ୩ କେଜି ୭୭୦ ଗ୍ରାମର ସୁନା ସହ ୪ ଗିରଫ । ଅଧିକ ପଢନ୍ତୁ

ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ
ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ (ETV Bharat Odisha)

By ETV Bharat Odisha Team

Published : May 8, 2024, 6:57 PM IST

ଭୁବନେଶ୍ୱର:ବିଜୁ ପଟ୍ଟନାୟକବିମାନବନ୍ଦର ଦେଇ ସୁନା ଚାଲାଣ । DRI ହାତରେ ଲାଗିଲା ୩ କେଜି ୭୭୦ ଗ୍ରାମର ସୁନା । ମଳଦ୍ୱାର ଦେଇ ଚୋରା ଚାଲାଣ ବେଳେ ୪ ଜଣ ଗିରଫ । ସେମାନଙ୍କ ଠାରୁ ମୋଟ ୧୨ଟି ସୁନା କ୍ୟାପସୁଲ ଜବତ‌ ହୋଇଛି । ଏନେଇ DRI ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ ମେ ୬ ତାରିଖରେ ଠାବ କରଯାଇଥିଲା ସୁନା ତସ୍କରି । ଦୁବାଇରୁ ଭୁବନେଶ୍ୱର ଆଣିଥିଲେ ସୁନା । ୪ଜଣ ବିମାନ ଯାତ୍ରୀଙ୍କ ଜରିଆରେ ମଳଦ୍ୱାର ବାଟେ ସୁନା ଚାଲାଣ ବେଳେ ଧରିଥିଲା DRI । ସନ୍ଦେହ ହେବାରୁ ବିମାନ ଯାତ୍ରୀଙ୍କୁ ନେଇ ପଚରାଉଚରା କରାଯାଇଥିଲା ।

ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ (ETV Bharat Odisha)

ତେବେ କେମିକାଲ ଯୁକ୍ତ ପାନୀୟ ଜଳ ପିଇବା ପରେ । ମଳଦ୍ୱାରରେ ଲୁଚାଇ ନେଉଥିବା ସୁନାକୁ ଜବତ କରାଯାଇଥିଲା । ଜବତ ସୁନାରର ପରିମାଣ ସାଢେ ୩ କେଜି ୭୭୦ଗ୍ରାମ ଯାହାର‌ ଆନୁମାନିକ ବଜାର ମୂଲ୍ୟ ୨କୋଟି ୭୯ଲକ୍ଷ ହେବ ବୋଲି ଜଣାପଡ଼ିଛି । ସେପଟେ ଚାଲାଣ କରୁଥିବା ଚାରି ଜଣ ଅଭିଯୁକ୍ତଙ୍କୁ କଷ୍ଟମସ ଆକ୍ଟରେ ଗିରଫ କରାଯାଇଛି । ଏନେଇ ଡିଆର ଆଇ ଅଧିକାରୀ ପଚରାଉଚରା ଜାରି ରଖିଛନ୍ତି । ଜବତ ହୋଇଥିବା ସମସ୍ତ ସୁନାକୁ ଏକ‌ ପ୍ରକାର କ୍ୟାପସୁଲ ଭର୍ତ୍ତି କରି ମଳଦ୍ୱାର ଦେଇ ଚାଲାଣ କରାଯାଉଥିଲା । ସମସ୍ତ ସୁନାକୁ ୧୨ଟି କ୍ୟାପସୁଲ କରାଯାଇଥିଲା ।

ବିମାନ ବନ୍ଦରରୁ ଜବତ ହେଲା ସୁନା, ମଳଦ୍ୱାର ଦେଇ ହେଉଥିଲା ଚାଲାଣ (ETV Bharat Odisha)

ଚାରି ଜଣ ଅଭିଯୁକ୍ତ ୩ଟି ଲେଖାଏଁ କ୍ୟାପସୁଲ ଜରିଆରେ ଚାଲାଣ କରୁଥିଲେ । ଏନେଇ ସୂଚନା ପାଇ ସେମାନଙ୍କର ଉପରେ ନଜର ରଖିଥିଲା । ପରେ ସେମାନଙ୍କ ଚାଲି ଓ ହାବଭାବରୁ ସନ୍ଦେହ କରି ଅଟକାଇଥିଲା DRI । ପଚାରଉଚାର ପରେ ସବୁ ସତ ପଦାକୁ ଆସିଥିଲା ସେମାନଙ୍କୁ କିଛି ଔଷଧ ଖାଇବାକୁ ଦେବା ପରେ ମଳଦ୍ୱାର ଦେଇ କ୍ୟାପସୁଲ ଗୁଡ଼ିକ ବାହାରିଥିଲା । ତେବେ ମୋଟ ୪ ଜଣଙ୍କଠୁ ୧୨ଟି କ୍ୟାପସୁଲ ଜବତ‌ ହୋଇଛି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗିରଫ ଯାତ୍ରୀ କେଉଁ ଉଦ୍ଦେଶ୍ୟରେ ଦୁବାଇ ଯାଇଥିଲେ ? କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା ? ନିର୍ବାଚନ ସମୟରେ ଏପରି ଚୋରା ଚାଲାଣରେ ଗଳାବାଟ କ'ଣ ଆପଣାଇ ଥିଲେ । ଏନେଇ ଅନୁସନ୍ଧାନ ଜରି ରହିଛି ।

ଏହା ମଧ୍ୟ ପଢନ୍ତୁ ..... ବିମାନବନ୍ଦରରୁ ଧରାପଡ଼ିଲା ସୁନା, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ - GOLD SEIZED


ଭୁବନେଶ୍ୱର ବିମାନବନ୍ଦର ଦେଇ ସୁନା ଚୋରା ଚାଲାଣ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏପରି ସୁନା ଚୋରା ଚାଲାଣର ଫର୍ଦ୍ଦାଫାସ ହୋଇଛି । କ୍ୟାରିୟର ଭାବେ କାମ କରି ସୁନା ଚାଲାଣ କରୁଛନ୍ତି କିଛି ଲୋକ । ଏହା ପଛରେ କୋୖଣସି ବ୍ୟବସାୟିକ ପ୍ରତିଷ୍ଠାନ ବା ସୁନା ବ୍ୟବସାୟୀ ଅଛନ୍ତି ନା ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ଏପରି ସୁନା ଚାଲାଣ ହେଉଥିଲା । ସେନେଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details