ETV Bharat / technology

ଏବେ ସମସ୍ତ WhatsApp ୟୁଜର କରିପାରିବେ UPI ପେମେଣ୍ଟ; ଅନବୋର୍ଡିଂ ଲିମିଟ ହଟାଇଲା NPCI - WHATSAPP PAY UPI ONBOARDING

NPCI ହ୍ବାଟ୍ସଆପ୍‌ ପେ'ର ଅନବୋର୍ଡିଂ ଲିମିଟ୍‌କୁ ହଟାଇଛି । ଏହାର ଅର୍ଥ ଏବେ ସମସ୍ତ ହ୍ବାଟ୍ସଆପ୍‌ ୟୁଜର ୟୁପିଆଇ ପେମେଣ୍ଟ ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

WhatsApp Pay can now extend UPI service to all its users
WhatsApp Pay can now extend UPI service to all its users (Photo- WhatsApp)
author img

By ETV Bharat Tech Team

Published : Jan 1, 2025, 3:06 PM IST

ହାଇଦ୍ରାବାଦ: ଭାରତ ଡିଜିଟାଲ ପେମେଣ୍ଟ ସେକ୍ଟରରେ ବଡ଼ ପରିବର୍ତ୍ତନ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ହ୍ବାଟ୍ସଆପ୍‌ ପେ' ଉପରେ ଲାଗିଥିବା ଅନବୋର୍ଡିଂ ଲିମିଟ ହଟାଇ ଦେଇଛି । ଏବେ ହ୍ବାଟ୍ସଆପ୍‌ ନିଜ 5କୋଟିରୁ ଊର୍ଦ୍ଧ୍ବ ଭାରତୀୟ ୟୁଜରଙ୍କୁ ସମ୍ପୂର୍ଣ୍ଣ ଭାବେ ୟୁପିଆଇ ସେବା ପ୍ରଦାନ କରିଛି । ପୂର୍ବରୁ ଏହି ସୁବିଧା କେବଳ ସୀମିତ ୟୁଜରଙ୍କ ଲାଗି ଉପଲବ୍ଧ ଥିଲା । ଏହାଦ୍ବାରା ଦେଶର ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇବ ।

ଭାରତରେ ଏନପିସିଆଇ ହ୍ବାଟ୍ସଆପ୍‌ ପେ'ର ଅନବୋର୍ଡିଂ ଲିମିଟ୍‌ ଉପରେ ରୋକ ଏଥିପାଇଁ ଲଗାଇଥିଲା ଫଳରେ UPI ସିଷ୍ଟମର ସିକ୍ୟୁରିଟି ସୁରକ୍ଷିତ ରହେ ଓ କ୍ୟାସଲେସ ପେମେଣ୍ଟକୁ ନେଇ କୌଣସି ସମସ୍ୟା ନ ଉପୁଜେ । ଧିରେ ଧିରେ ହ୍ବାଟ୍ସଆପ୍‌ ନିଜର ସେବାକୁ ଉନ୍ନତ କରିଥିଲା ଓ ଏବେ NPCI ଏହି ଲିମିଟ୍‌କୁ ହଟାଇଛି । ଏହାଦ୍ବାରା ଏବେ ହ୍ବାଟ୍ସଆପ୍‌ ପେ'କୁ ସମସ୍ତ ୟୁଜର ବ୍ୟବହାର କରିପାରିବେ । ପୂର୍ବରୁ 100ମିଲିୟନ ୟୁଜର କ୍ଷମତାକୁ ହଟାଇ ଏହି ସେବାକୁ ବଢାଇବା ଲାଗି NPCI ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ ଦେଇଥିଲା । ଏବେ ସମ୍ପୂର୍ଣ୍ଣ ଭାବେ ନିୟମକୁ ହଟାଇଛି ।

ବଢିବ UPIର ବ୍ୟବହାର

ଏବେ ହ୍ବାଟ୍ସଆପ୍‌ର ସମସ୍ତ ୟୁଜର ସହଜରେ ଆପ୍‌ରେ ୟୁପିଆଇ ପେମେଣ୍ଟ କରିପାରିବେ । ଏହାଦ୍ବାରା ଡିଜିଟାଲ ପେମେଣ୍ଟ ପୂର୍ବାପେକ୍ଷା ଆହୁରି ସହଜ ହେବ । ହ୍ବାଟ୍ସଆପ୍‌ର ଇଣ୍ଟରଫେସ୍‌ ପୂର୍ବରୁ ୟୁଜରଙ୍କ ଲାଗି ସହଜ ଅଛି । ଏବେ ୟୁଜର ବିନା କୌଣସି ସମସ୍ୟାରେ ଟଙ୍କା ନେଣଦେଣ କରିପାରିବେ । ଫଳରେ ୟୁପିଆଇର ବ୍ୟବହାର ବୃଦ୍ଧି ପାଇବ ଓ ଭାରତର ଡିଜିଟାଲ ନେଣଦେଣର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

ଟକ୍କର ଦେବ ହ୍ବାଟ୍ସଆପ୍‌ ପେ

ଏବେ WhatsApp Pay ଭାରତର ଅନ୍ୟ ପ୍ରମୁଖ ୟୁପିଆଇ କମ୍ପାନୀ Google Pay ଓ Phonepeକୁ ଟକ୍କର ଦେଇପାରେ । କାରଣ ହ୍ବାଟ୍ସଆପ୍‌ ସବୁ କ୍ଷେତ୍ରର ଯୁଜରଙ୍କ ଲାଗି ବ୍ୟବହାର କରିବା ବେଶ ସହଜ ହୋଇଥିବାରୁ ଲୋକେ ଏହାର ବହୁଳ ବ୍ୟବହାର କରିପାରନ୍ତି ।

ଭାରତରେ UPIର ସଫଳତା

ରେକର୍ଡ ଦେଖିଲେ 2024ରେ ଭାରତରେ 15,547କୋଟି ଟ୍ରାଞ୍ଜାକ୍ସନ ହୋଇଥିବା ବେଳେ କେବଳ ଜାନୁଆରୀରୁ ନଭେମ୍ବର ମଧ୍ୟରେ 223ଲକ୍ଷ କୋଟି ଟଙ୍କା ନେଣଦେଣ ହୋଇଛଇ । 2016ରେ ଏହା ଲଞ୍ଚ ହେବା ପରଠାରୁ ଭାରତରେ ଆର୍ଥିକ ସୁବିଧା ଦିଗରେ ପରିବର୍ତ୍ତନ ଆଣିଛି । IIM ଓ ISB ପ୍ରଫେସରଙ୍କ ଅଧ୍ୟୟନ ଅନୁସାରେ UPI ଯୋଗୁଁ ଭାରତରେ 30କୋଟି ବ୍ୟକ୍ତି ଓ 50କୋଟି ବ୍ୟବସାୟୀ ସହଜରେ ଡିଜିଟାଲ ଟଙ୍କା ନେଣଦେଣ କରିପାରୁଛନ୍ତି ।

ଏହା ବି ପଢନ୍ତୁ
  1. ବୈଶ୍ୱିକ ସ୍ତରେର ପେମେଣ୍ଟ ହେବ ଆହୁରି ସହଜ, 20 ଦେଶକୁ ସମ୍ପ୍ରସାରିତ ହେବ UPI
  2. ଜାନୁଆରୀ 1ରୁ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି WhatsApp; ତାଲିକାରେ କିଏ ଜାଣନ୍ତୁ

ସୂଚନା ଥାଉ କି ଭାରତରେ ପ୍ରାୟ 500ମିଲିୟନ (50କୋଟି)ରୁ ଅଧିକ ୟୁଜର ଅଛନ୍ତି, ଯାହାଦ୍ବାରା ହ୍ବାଟ୍ସଆପ୍‌ ଭାରତରେ ସବୁଠୁ ବଡ଼ ମେସେଜିଂ ପ୍ଲାଟଫର୍ମ ହୋଇପାରିଛି । କିନ୍ତୁ ପୂର୍ବରୁ ଲାଗିଥିବା ନିୟମ ଯୋଗୁଁ ହ୍ବାଟ୍ସଆପ୍‌ ଇନ-ଆପ୍‌ ଟଙ୍କା ନେଣଦେଣ ସେବା ସମସ୍ତ ୟୁଜରଙ୍କ ନିକଟରେ ପହଞ୍ଚି ପାରୁନଥିଲା । ଏବେ ଏହି ନିୟମ ହଟିବା ପରେ ଦେଶରେ ସମସ୍ତ ୟୁଜର ଏହି ସେବାକୁ ଉପଭୋଗ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.