ETV Bharat / technology

ନୂଆବର୍ଷରେ ମାର୍କେଟରେ ଧମାକା; ଲଞ୍ଚ ହେବ ଏହି ଦମଦାର କାର - UPCOMING CARS IN JANUARY 2025

ସାରା ବିଶ୍ବ ନୂଆବର୍ଷ 2025ରେ ପାଦ ଥାପିଛି । ଏହାରି ମଧ୍ୟରେ କମ୍ପାନୀ ନୂଆ ଟେକ୍ନୋଲୋଜି ସହିତ କାର ଗ୍ରାହକଙ୍କୁ ଭେଟିବାକୁ ପ୍ରସ୍ତୁତ ହେଉଛି । ଜାଣନ୍ତୁ ଜାନୁଆରୀରେ ଲଞ୍ଚ ହେବ କେଉଁ କାର..

Upcoming Car launching in January 2025
Upcoming Car launching in January 2025 (Photo- Kia)
author img

By ETV Bharat Tech Team

Published : Jan 1, 2025, 3:45 PM IST

ହାଇଦ୍ରାବାଦ: ନୂଆବର୍ଷ 2025 ଅଟୋ ଶିଳ୍ପ ପାଇଁ ସ୍ପେଶାଲ ହେବାକୁ ଯାଉଛି । କାରଣ ଜାନୁଆରୀ 2025ରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ବିଭିନ୍ନ କାର କମ୍ପାନୀ ଅଂଶଗ୍ରହଣ କରିବେ । ଏଥିରେ ପେଟ୍ରୋଲ କାର୍‌ ଏବଂ ଇଲେକଟ୍ରିକ୍‌ କାର କମ୍ପାନୀ ମଧ୍ୟ ସାମିଲ । ଗ୍ଲୋବାଲ ଏକ୍ସପୋରେ ଟାଟା, ମହିନ୍ଦ୍ରା, ମର୍ସିଡିଜ୍ ଏବଂ ମାରୁତିରୁ ଅନେକ କାର ଲଞ୍ଚ ହେବାକୁ ଯାଉଛି ।

ହୁଣ୍ଡାଇ କ୍ରେଟା ଇଭି

ଜାନୁଆରୀ 17ରୁ 22 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଟୋ ଏକ୍ସପୋରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ ହେବାର ସମ୍ଭାବନା ରହିଛି । ଏହା 60 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଆସିପାରେ । ଏହି ଇଲେକଟ୍ରିକ୍ କାର୍ 500 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଖବର ଅନୁଯାୟୀ ଏହା ଗୋଟିଏ ମୋଟର ସହିତ ଲଞ୍ଚ ହୋଇପାରେ ।

ମାରୁତି ସୁଜୁକି ଇ-ଭିଟାରା

ମାରୁତି ଏପର୍ଯ୍ୟନ୍ତ କୌଣସି ଇଲେକଟ୍ରିକ କାର ଲଞ୍ଚ କରିନାହିଁ । କମ୍ପାନୀ 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ନିଜର ପ୍ରଥମ ଇଲେକଟ୍ରିକ୍‌ କାର ଇ-ଭିଟାରା ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହା 49 kWh ଏବଂ 61 kWhର ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଆସିପାରେ । ମାରୁତି ସୁଜୁକି ଇ-ଭିଟାରା ଅନେକ ଉନ୍ନତ ଫିଚର ସହିତ ଆସିପାରେ । ଏଥିମଧ୍ୟରେ 360-ଡିଗ୍ରୀ କ୍ୟାମେରା, ରିଅରଭ୍ୟୁ ମିରର୍‌, ପାନୋରାମିକ୍ ସନରୁଫ୍, ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ ଡିସପ୍ଲେ ସହିତ ଏକ ବଡ଼ ଇନଫୋଟେନମେଣ୍ଟ ସିଷ୍ଟମ୍ ଭଳି ଆଧୁନିକ ଫିଚର ମିଳିପାରେ ।

କିଆ ସାଇରୋସ୍‌

କିଆ ନିକଟରେ Syros SUV ଲଞ୍ଚ କରିଛି । ଏହି କାରର ଦାମ ସମ୍ପର୍କରେ ଅଟୋ ଏକ୍ସପୋରେ ଖୁଲାସା ହେବ । ଏଥିରେ 1.0 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ଓ 1.5 ଲିଟର ଡିଜେଲ ଇଞ୍ଜିନ ରହିଛି । ଏହି କାରରେ 6-ସ୍ପିଡ ମ୍ୟାନୁଆଲ ଓ 7-ସ୍ପିଡ DCT ୟୁନିଟ ପ୍ରଦାନ କରାଯାଇଛି ।

ମର୍ସିଡିଜ୍‌ EQS 450 SUV

ଆସନ୍ତା ଜାନୁଆରୀ 9 ତାରିଖରେ ମର୍ସିଡିଜ-ବେଞ୍ଜ ଏହାର ନୂଆ ଇଲେକଟ୍ରିକ୍‌ ଏସୟୁଭି EQS SUV 450କୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏହା ଡୁଆଲ ଇଲେକଟ୍ରିକ ମୋଟର ସହିତ ଆସିପାରେ । ଏଥିରେ ଅନ୍ୟ ଫିଚର ମଧ୍ୟରେ 17.7 ଇଞ୍ଚ ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ, 360 ଡିଗ୍ରୀ କ୍ୟାମେରା, 5 ଜୋନ୍‌ ସ୍ବୟଂଚାଳିତ ପାଣିପାଗ ନିୟନ୍ତ୍ରଣ ଓ ADAS ସେଫ୍ଟି ମଧ୍ୟ ମିଳିବ ।

ଏମଜି ସାଇବରଷ୍ଟର

MG Cyberster ସ୍ପୋର୍ଟ୍ସ କାର ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଏଥିରେ 77kWh ବ୍ୟାଟେରୀ ପ୍ୟାକ୍‌ ମିଳିପାରେ, ଯାହାକି ଥରେ ଚାର୍ଜ ହେଲେ 510 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ । ଏହା ଏକ ସ୍ପୋର୍ଟସ କାର ହୋଇଥିବା ବେଳେ ମାତ୍ର 3.2 ସେକେଣ୍ଡ ମଧ୍ୟରେ 100mph ବେଗ ଧରିବାରେ ସକ୍ଷମ ।

ଏହା ବି ପଢନ୍ତୁ
  1. ଭାରତରେ ଲଞ୍ଚ ହେଲା Rolls Royce Series II, ଦାମ 8.95 କୋଟି ଟଙ୍କା
  2. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.