ଭୁବନେଶ୍ବର:ଟେଣ୍ଡର ଫିକ୍ସିଂ ନେଇ ଲାଞ୍ଚ କାରବାର ମାମଲା । ଜେଲ ଗଲେ ଗିରଫ ହୋଇଥିବା ତିନି ଅଭିଯୁକ୍ତ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଗଲେ ଅଭିଯୁକ୍ତ । ଗତ ୭ ତାରିଖରେ ତିନିଜଣଙ୍କୁ ଲାଞ୍ଚ କରବାର ବେଳେ ଗିରଫ କରିଥିଲା ସିବିଆଇ । ତେବେ ଏହି ଘଟଣାରେ ଆଇଏଏସଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ପାଓ୍ବାର କରିଡ଼ରର ହେବିଓ୍ବେଟଙ୍କ ପାଇଁ ଅଡୁଆ ବଢିଛି ।
ଜେଲ ଗଲେ ୩ ଅଭିଯୁକ୍ତ:
BHUBANESWAR BRIBERY CASE (ETV Bharat Odisha) ଆଜି ମେଡିକାଲ ଟେଷ୍ଟ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସିବିଆଇ ପକ୍ଷରୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆବେଦନ ନ ହେବାରୁ ତିନିଜଣଙ୍କୁ ବିଚାର ବିଭାଗୀୟ ହାଜତ ଝାରପଡ଼ା ଜେଲକୁ ପଠାଇବା କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ହାଜର ସମୟରେ ତିନିଜଣ ଅଭିଯୁ଼କ୍ତ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଛନ୍ତି ।
୧୮ରେ ପରବର୍ତ୍ତୀ ଶୁଣାଣି:
ଏନେଇ ସନ୍ତୋଷ ମହାରଣାଙ୍କ ଓକିଲ ରାଜେନ୍ଦ୍ର ମିଶ୍ର କହିଛନ୍ତି,"ସନ୍ତୋଷଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ସେହି କାରଣ ଦର୍ଶାଇ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇଛି ।ଏପରିକି ତାଙ୍କର ଏହି କେସ ସହିତ କୌଣସି ସିଧାସଳଖ ସମ୍ପୃକ୍ତ ନାହିଁ । ତାଙ୍କର ଜାମିନ ଉପରେ ଆସନ୍ତା ୧୮ ତାରିଖରେ ଶୁଣାଣି ହେବ ।"
ଦେବଦତ୍ତ ମହାପାତ୍ରଙ୍କ ଓକିଲ ଯଶୋବନ୍ତ ଦାସ ମଧ୍ୟ ଜମିନ ଆବେଦନ ପାଇଁ ପିଟିସନ ଫାଇଲ କରିଥିବା ବେଳେ ଦେବଦତ୍ତଙ୍କ ଗାଡ଼ିକୁ ବେଆଇନ ଭାବେ ସିବିଆଇ ସିଜ କରିଥିବା କାରଣ ଦର୍ଶାଇ ଗାଡି ରିଲିଜ ଉପରେ ମଧ୍ୟ ପିଟିସନ ଫାଇଲ କରିଥିବା କହିଛନ୍ତି । ୧୮ରେ ଏହି ପିଟିସନର ମଧ୍ୟ ଶୁଣାଣି ହେବ ।
ସମନ ଏଡାଉଛନ୍ତି ସଚିବ:
ସେପଟେ ଏହି ଘଟଣାରେ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସମନ ସମୟ ଗଡି ଚାଲିଥିବାବେଳେ ଏଯାବତ ସେ ହାଜର ହୋଇନାହାନ୍ତି । ୨ ଥର ତାଙ୍କୁ ସମନ ଜାରି କରାଯାଇଛି । ଅନ୍ୟପଟେ ସଚିବଙ୍କ ୩ ଡ୍ରାଇଭରଙ୍କୁ ମଧ୍ୟ ଜେରା କରିଛି ସିବିଆଇ ।
CBI ସ୍କାନରରେ IAS ବିଷ୍ଣୁପଦ ସେଠୀ, ଡ୍ରାଇଭରଙ୍କୁ 3 ଘଣ୍ଟା ଜେରା
IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ, ୩ ଡ୍ରାଇଭରଙ୍କୁ ନୋଟିସ
ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା, ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ CBI
ଭୁବନେଶ୍ବରରେ ଦିଲ୍ଲୀ CBIର ରେଡ; ଦେଢ଼ କୋଟିର ଡିଲ ପାଇଁ 12ଲକ୍ଷର ଲାଞ୍ଚ, 3 ଗିରଫ
ଉକ୍ତ କମ୍ପାନୀ ସହ ସଚିବଙ୍କ କଣ ସମ୍ପର୍କ ଥିଲା ସେନେଇ ତନାଘନା କରୁଛି ସିବିଆଇ । ଏପରିକି ୭ ତାରିଖ ସନ୍ଧ୍ୟାରେ ସଚିବ ବିଷ୍ଣୁପଦ କେଉଁଠି ଥିଲେ ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି । ସେହି ହୋଟେଲର ଜଣେ ବରିଷ୍ଠ କର୍ମଚାରୀଙ୍କୁ ଡାକି ସିବିଆଇ ପଚରାଉଚରା କରିଥିବା ସୂଚନା ରହିଛି । ହୋଟେଲର ସିସିଟିଭି ଫୁଟେଜ ଓ ଅନ୍ୟ ପ୍ରତ୍ୟକ୍ଷ ପ୍ରମାଣ ଆଧାରରେ ଯାଞ୍ଚ କରୁଛି ସିବିଆଇ ।
ଭୁବନେଶ୍ୱରରେ ସିବିଆଇ ଜୋନାଲ ଜଏଣ୍ଟ ଡାଇରେକ୍ଟର:
ଅନ୍ୟପଟେ ଭୁବନେଶ୍ୱର ପହଞ୍ଚିଛନ୍ତି ସିବିଆଇ ଜୋନାଲ ଜଏଣ୍ଟ ଡାଇରେକ୍ଟର ରାଜେଶ ପ୍ରଧାନ । ସେ ଏହି ମାମଲାରେ ତନାଘନା କରିବେ ଓ କେସ ଅଗ୍ରଗତି ନେଇ ସମୀକ୍ଷା କରିବେ । ତେବେ ଟେଣ୍ଡର ଫିକ୍ସିଂ ପଛରେ ଲାଞ୍ଚ କାରବାର ଘଟଣାରେ ଆଇଏଏସଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚଳାଇଛି ସିବିଆଇ ।
ଇଟିଭି ଭାରତ, ଭୁବନେଶ୍ୱର