ନୂଆପଡା: ନୂଆପଡା ଜ଼ିଲ୍ଲା ସୀମାନ୍ତରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ନୂଆପଡା ଠୁ ମାତ୍ର 5 କିଲୋମିଟର ଦୂର ଛତିଶଗଡ଼ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଯବାନଙ୍କ ପାଲଟା ଜବାବରେ 2 ମାଓବାଦୀ ସଫା। ଏବେ ବି ସ୍ଥାନୀୟ ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଚାଲିଛି। ଉଭୟ ପଟୁ ଗୁଳି ବିନିମୟ ଚାଲିଥିବା ଶୁଣିବାକୁ ମିଳିଛି। ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି।
- ଦୁଇ ରାଜ୍ୟର ମିଳିତ ଅପରେସନ
ତାଙ୍କ ଠାରୁ SLR ଓଏପର, 3 ଗୋଟି IDH ଜବତ ହୋଇଥିବା ନୂଆପଡା ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡି ସୂଚନା ଦେଇଛନ୍ତି। ସୋମବାରେ ଗୁଇନ୍ଦା ବିଭାଗର ସୂଚନା ମତେ ଛତିଶଗଡ଼ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଖବର ପାଇବା ପରେ ଆନ୍ତଃ ରାଜ୍ୟ ଛତିଶଗଡ, ନୂଆପଡା ଯବାନ ମିଳିତ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଥିଲେ । ଅପରେସନରେ 10ଗୋଟି ଯବାନ ଟିମ ସାମିଲ ରହିଥିଲା। ସେଥିମଧ୍ୟରୁ 3ଟି SOG ଟିମ, 2ଟି ଛତିଶଗଡ଼ ପୋଲିସ ଟିମ, 5ଟି CRPF,SOG ଟିମ୍ ସାମିଲ ରହିଥିଲେ। ସେହିପରି ଏହି ଅପରେସନରେ ନୂଆପଡା ଯବାନ SOG 44, କୋବ୍ରା ବାଟାଲିୟନ ସାମିଲ ରହିଥିଲେ ।
ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ମାଓବାଦୀଙ୍କ କାର୍ଯ୍ୟ କଳାପକୁ ଦମନ କରିବା ପାଇଁ ଓଡିଶା ନୂଆପଡା ଯବାନ ଏବଂ ଛତିଶଗଡ ଯବାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ମିଳିତ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଥାଏ। ଆଜି ସକାଳୁ ମାଓବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଯବାନ ମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ।
ଏହା ମଧ୍ଯ ପଢନ୍ତୁ ନୂଆପଡା ସୀମାନ୍ତରେ ଏନକାଉଣ୍ଟର, 3 ନକ୍ସଲ ସଫା