ଓଡିଶା

odisha

By ETV Bharat Odisha Team

Published : Jun 27, 2024, 4:47 PM IST

ETV Bharat / state

ନନ୍ଦନକାନନରେ ଶୋକର ଛାୟା: ଆଖି ବୁଜିଲା ବାଘୁଣୀ ‘ସାରା’ - Tigress SARA DIED

Tigress Sara died in Nandankanan: ୨୦୦୯ ମସିହାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ସାରା’ ଆଜି ଆଖି ବୁଜିଛି । ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଅଧିକ ପଢ଼ନ୍ତୁ...

Tigress Sara died in Nandankanan
Tigress Sara died in Nandankanan (ETV Bharat Odisha)

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ନାଲି ବାଘୁଣୀ ସାରା। ୨୦୦୯ ମସିହାରେ ନନ୍ଦନକାନନକୁ ଆସିଥିବା ସାରାର ମୃତ୍ଯୁ ହୋଇଛି । ସାରାର ମୃତ୍ଯୁ ବେଳକୁ ତାକୁ ୧୯ ବର୍ଷ ହୋଇଥିଲା। ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ନାଲି ବାଘୁଣୀ ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା। ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ିରହୁଥିଲା ସାରା। ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ଓୟୁଟିର ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ। ହେଲେ ଶେଷରେ ନାଲି ବାଘୁଣୀ ସାରାର ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ୨୦୦୯ ମସିହା ଏପ୍ରିଲ ମାସରେ ସାରାକୁ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ସେତେବେଳକୁ ନାଲି ବାଘୁଣୀ ସାରାକୁ ମାତ୍ର ୪ ବର୍ଷ ବୟସ ହୋଇଥିଲା। ୨୦୦୯ ମସିହା ଠାରୁ ଦୀର୍ଘ ବର୍ଷ ଧରି ନନ୍ଦନକାନନର ଶୋଭାବର୍ଦ୍ଧନ କରି ଆସୁଥିଲା ନାଲି ବାଘୁଣୀ ସାରା । ଧଳା ବାଘ ରିଷି ସହ ତାର ମିଳନ ଘଟି ୨୦୧୨ ମସିହାରେ ତିନୋଟି ବାଘୁଣୀଙ୍କୁ ଜନ୍ମ କରିଥିଲା ସାରା। ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି । ସାରାର ମୃତ୍ଯୁ ପରେ ଏବେ ନନ୍ଦନକାନନରେ ବାଘ ସଂଖ୍ଯା ୨୬କୁ ଖସି ଆସିଛି।

ଏହା ମଧ୍ୟ ପଢ଼ନ୍ତୁ... ଆଉ ନାହିଁ ନନ୍ଦନ, ବାଘୁଣୀ ସାରା ପ୍ରେମରେ ପଡି ପଳେଇ ଆସିଥିଲା ନନ୍ଦନକାନନ - Nandan Tiger Dies

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ଯାହା ମଧ୍ୟରେ ଅନେକଙ୍କର ବୟସ ହେବା କାରଣରୁ ମୃତ୍ୟୁ ଘଟୁଥିବା ବେଳେ ଅନ୍ୟ ଏକ କାରଣ ଯାହା ଅବହେଳା ଜନିତ ମୃତ୍ୟୁ ମଧ୍ୟ ନଜରକୁ ଆସିଛି। ଅନେକ ସମୟରେ ଅବହେଳା କାରଣରୁ କିଛି ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିବା ସୂଚନା ମିଳିଛି।

ସେହିପରି, ମେ 11, 2024 ମସିହାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ମହାବଳ ବାଘ ନନ୍ଦନର ମୃତ୍ୟୁ ଘଟିଥିଲା । ବାର୍ଦ୍ଧକ୍ୟ ଜନିତ କାରଣ ଏବଂ ପଛ ଗୋଡ଼ ପାରାଲିସିସ କାରଣରୁ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲା ନନ୍ଦନ । ଓୟୁଏଟି ବିଶେଷଜ୍ଞ ଏବଂ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ସୁଦ୍ଧା ତାର ମୃତ୍ୟୁ ହୋଇଥିଲା । ତେବେ ୨୦୧୩ ମସିହାରେ ନନ୍ଦନ, ସାରା ବାଘୁଣୀ ପ୍ରେମରେ ପଡି ନନ୍ଦନକାନନ ଭିତରକୁ ପଶି ଆସିଥିଲା ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ବାଘୁଣୀକୁ ୧୪ ବର୍ଷ ବୟସ ହୋଇଥିଲା। ସ୍ନେହାର ଜନ୍ମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହୋଇଥିଲା । ତେବେ ସ୍ନେହା ବୃଦ୍ଧାବସ୍ଥା ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ତାର ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୧ ତାରିଖ ୨୦୧୦ରେ ରୟାଲ ବେଙ୍ଗଲ ଟାଇଗର ‘ନିଶାନ’ ଏବଂ ଧଳାବାଘ କୁସୁମ ଠାରୁ ଜନ୍ମଗ୍ରହଣ କରିଥିବା ସ୍ନେହା ପ୍ରାଣୀ ଉଦ୍ୟାନରେ ଆଠଟି ବାଘକୁ ଜନ୍ମ ଦେଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details