ବ୍ରହ୍ମପୁର: ଶିଶୁ ବିଦ୍ୟାର୍ଥୀଙ୍କୁ ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଛି ରାଜ୍ୟ ଶିଶୁ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକର ପ୍ରାୟ ୩୫୦ ଜଣ ବିଦ୍ୟାର୍ଥୀଙ୍କୁ ନେଇ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଏଭଳି ଏକ କାର୍ଯ୍ୟକ୍ରମରେ ଦେଶର ଆଗାମୀ ଭବିଷ୍ୟତ କୁହାଯାଉଥିବା ଶିଶୁମାନଙ୍କ ମଧ୍ୟରେ ପ୍ରକୃତି ପ୍ରତି ସମ୍ମାନ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥିମାନେ କହିବା ସହ ଉପକୂଳର ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ।
ପ୍ରତିଯୋଗିତାରେ ପରିବେଶର ବାର୍ତ୍ତା:
Odisha Environment Congress (ETV Bharat Odisha) କୁହାଯାଏ ଆଜିର ଶିଶୁ ଦେଶର ଆଗାମୀ ଭବିଷ୍ୟତ । ଏଣୁ ବର୍ତ୍ତମାନର ପରିବେଶର ଜଳବାୟୁ ପରିବର୍ତ୍ତନ ଏବଂ ଏହାର ସିଧାସଳଖ ପ୍ରଭାବ ଯୋଗୁଁ ଦେଖାଯାଉଥିବା ସମସ୍ୟା ସମସ୍ତଙ୍କ ପାଇଁ ଏକ ପ୍ରକାର ଆହ୍ବାନ ପାଲଟିଛି । ଏଭଳି ସମୟରେ ଦେଶର ଆଗାମୀ ଭବିଷ୍ୟତମାନେ କିପରି ପରିବେଶ ପ୍ରତି ଅଧିକ ସତର୍କ ହେବେ ସେ ନେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ରାଜ୍ୟ ଶିଶୁ ପରିବେଶ କଂଗ୍ରେସରେ ଗୁରୁତ୍ବ ଦିଆଯାଇଥିଲା ।
କିପରି ପଡିଥାଏ ଜଳବାୟୁ ପରିବର୍ତ୍ତନର ପ୍ରଭାବ:
ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏହା କେବଳ ପରିବେଶ ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇନଥାଏ ବରଂ ସମସ୍ତ କ୍ଷେତ୍ରରେ ଏହାର ସିଧାସଳଖ ପ୍ରଭାବ ଦେଖାଯାଇଥାଏ । ଯାହାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଓଡ଼ିଶା ଶିଶୁ ପରିବେଶ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା । ଏଭଳି ଏକ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହାସହ ବିଦ୍ୟାର୍ଥୀଙ୍କୁ ବର୍ତ୍ତମାନ ପରିବେଶର ସ୍ଥିତି ଏବଂ ତାହାକୁ ସଠିକ୍ ମାର୍ଗରେ ନେବା ସମସ୍ତଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ହୋଇଥିବା ଯୋଗୁଁ ପ୍ରକୃତି ପ୍ରତି ସମ୍ବେଦନଶୀଳତା ଏବଂ କର୍ତ୍ତବ୍ୟ ସହିତ ସମ୍ମାନ ବୃଦ୍ଧି କରିବାକୁ ଏପରି ଆୟୋଜନ କରାଯାଇଥିବା କହିଥିଲେ ।
ସେହିପରି ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର ଯୋଗ ଦେଇ ପରିବେଶ ସ୍ବଚ୍ଛତାର ଆବଶ୍ୟକତା ଏବଂ ସ୍ବାସ୍ଥ ପ୍ରତି ରହିଥିବା ତା'ର ପ୍ରଭାବ ଉପରେ ବାଖ୍ୟା କରି କରିଥିଲେ । ପୂର୍ବରୁ ରାଜ୍ୟର ୧୪ଟି ସ୍ଥାନରେ ପରିବେଶ କଂଗ୍ରେସ ଆୟୋଜିତ ହୋଇଥିବା ବେଳେ ୧୫ ତମ ଅଧିବେଶନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି । ଏଥିରେ ବହୁ ବରିଷ୍ଠ ପରିବେଶବିତଙ୍କ ଠାରୁ ଆରମ୍ଭ ଶିକ୍ଷାବିତ ଏବଂ ବିଭିନ୍ନ ବର୍ଗର ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ଅଧିବେଶନରେ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର