ବଲାଙ୍ଗୀର:NAC ମାନ୍ୟତା ନମିଳିବାରୁ ତେଜିଛି ଜନ ଅସନ୍ତୋଷ । ରାଜ୍ୟ ସରାକାର 35ଟି ନୂଆ ଏନଏସି ଘୋଷଣା କରିଛନ୍ତି । କିନ୍ତୁ ବଲାୀଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ବହୁଦିନ ଧରି ଏନଏସି ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏହାକୁ ଏନଏସି ମାନ୍ୟତା ମିଳିନଥିବାରୁ ବିକ୍ଷୋଭ ପ୍ରଦର୍ଶନ ସହ ଆଜି 12 ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡ଼ାକରା ଦେଇଛନ୍ତି ବଙ୍ଗୋମୁଣ୍ଡାବାସୀ । ବନ୍ଦ ଡାକରା ପ୍ରଭାବରେ ଯାତାୟତଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଯେଉଁଥିରେ ଦୋକାନ ବଜାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ଥିବା ବେଳେ ଲୋକ ଓ ବିଭିନ୍ନ ସଙ୍ଗଠନ ରାଜା ରାସ୍ତାରେ ଧାରଣା ଦେଇଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଦୁଇଟି ବ୍ଲକକୁ ଏନ୍ଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ପୂର୍ବରୁ ଏନ୍ଏସି ମାନ୍ୟତା ନେଇ ସମାନ୍ତରାଳ ଭାବେ ବଲାଙ୍ଗୀରର ଲୋଇସିଂହା ଓ ବଙ୍ଗୋମୁଣ୍ଡାରେ ଦାବି ହୋଇ ଆସୁଥିଲା । ହେଲେ ଏହି ଦୁଇ ବ୍ଲକ ଏନଏସି ମାନ୍ୟତାରୁ ବାଦ୍ ପଡ଼ିଥିବା ବେଳେ ଏଠିକାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ ଲୋଇସିଂହାବାସୀ ଗତକାଲି (ସୋମବାର) ଲୋଇସିଂହା ବନ୍ଦ କରି ପ୍ରତିବାଦ କରିଥିଲେ ।