ETV Bharat / technology

Ola ଲଞ୍ଚ କଲା 2 ନୂଆ ଇଲେକ୍‌ଟ୍ରିକ ସ୍କୁଟର; ଦାମ ବହୁତ କମ୍‌ - OLA ELECTRIC

ଇଲେକଟ୍ରିକ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ Ola Electric ଦୁଇଟି ନୂଆ ସ୍କୁଟର Ola S1 Z ଓ Ola Gig ଲଞ୍ଚ୍‌ କରିଛି । କଣ ଖାସ ଜାଣନ୍ତୁ...

Ola Electric Launches Two New Scooters
Ola Electric Launches Two New Scooters (Credit- Ola Electric)
author img

By ETV Bharat Tech Team

Published : Nov 26, 2024, 7:37 PM IST

ହାଇଦ୍ରାବାଦ: ଓଲା ଇଲେକ୍‌ଟ୍ରିକ ମୋବିଲିଟି ଲିମିଟେଡ (Ola Electric Mobility Ltd) ମଙ୍ଗଳବାର ଦୁଇଟି ନୂଆ ଇଲେକ୍‌ଟ୍ରିକ ଦୁଇ ଚକିଆ ଯାନକୁ ଲଞ୍ଚ କରିଛି । ବିତରଣ ଏଜେଣ୍ଟମାନଙ୍କ ପାଇଁ କମ୍ପାନୀ ପ୍ରତ୍ୟେକ ଲାଇନ୍ ଅପ୍‌ରେ ଏହି ଦୁଇଟି ମଡେଲକୁ ସାମିଲ କରିଛି । ଏହି ସ୍କୁଟରଗୁଡିକ ଏକ ପୋର୍ଟେବଲ୍ ବ୍ୟାଟେରୀ ପ୍ୟାକ୍ ସହିତ ଆସିଥିବା ବେଳେ ଏହା ଓଲା ପାୱାର ପଡ୍ ବ୍ୟବହାର କରି ଏକ ହୋମ ଇନଭର୍ଟର ଭାବରେ କାର୍ଯ୍ୟ କରିଥାଏ । ଏହି 2 ସ୍କୁଟରକୁ କମ୍ପାନୀ Ola S1 Z ଏବଂ Ola Gig ନାଁରେ ଲଞ୍ଚ କରିଛି ।

କମ୍ପାନୀର ସିଇଓ ଭବିଶ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକାଧିକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି ସ୍କୁଟରଗୁଡ଼ିକର ବୁକିଂ ଆରମ୍ଭ ହୋଇଥିବା ବେଳେ ଏହାର ବିତରଣ ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେବ । ଉଭୟ ସ୍କୁଟର ପୋର୍ଟେବଲ ବ୍ୟାଟେରୀ ପ୍ୟାକ୍‌ ସହ ଆସିଛି । ଏହି ସ୍କୁଟରଗୁଡିକର 4ଟି ଭାରିଏଣ୍ଟ ଥିବା ବେଳେ ସେଥିମଧ୍ୟରୁ ଦୁଇଟି 1.5 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ବ୍ୟବହାର କରିପାରିବ । ଏହି ଇଲେକଟ୍ରିକ୍ ସ୍କୁଟରଗୁଡିକ ସିଟି ରାଇଡ୍ ଅନୁଯାୟୀ ଡିଜାଇନ କରାଯାଇଛି ।

Ola ସ୍କୁଟରର ଦାମ କେତେ ?

  • Ola Gig: 39,999 ଟଙ୍କା
  • Ola Gig+: 49,999 ଟଙ୍କା
  • Ola S1 Z: 59,999 ଟଙ୍କା
  • Ola S1 Z+: 64,999 ଟଙ୍କା
ଏହା ବି ପଢନ୍ତୁ
  1. Honda ଭାରତକୁ ଆଣୁଛି ପ୍ରଥମ ଇଲେକ୍‌ଟ୍ରିକ ସ୍କୁଟର; ଏହି ମାସରେ ଲଞ୍ଚ
  2. 99.1% ଗ୍ରାହକଙ୍କ ଅଭିଯୋଗର ହେଲା ସମାଧାନ; ଦାବି କଲା OLA
  3. ଜୁଲାଇରେ ରାସ୍ତାରେ ଗଡିବ ଓଲା'ର ଇ-ସ୍କୁଟର

Ola Gig+ ଓ Ola Gigର ସ୍ପେଶିଫିକେସନ:-

ଓଲା ଗିଗ୍ + ବିଷୟରେ କହିବାକୁ ଗଲେ, ଏଥିରେ 1.5 କିଲୋୱାଟ୍‌ ବ୍ୟାଟେରୀ କ୍ଷମତା ସହିତ 2ଟି 1.5 କିଲୋୱାଟ୍‌ ବ୍ୟାଟେରୀ ଲଗାଇବାର ବିକଳ୍ପ ରହିଛି । ସେପଟେ ଓଲା ଗିଗ୍‌ରେ କେବଳ ଗୋଟିଏ ବ୍ୟାଟେରୀ ପ୍ୟାକ୍ ଅଛି । ଗିଗ୍ +ର ଏକ ପ୍ରମାଣିତ ରେଞ୍ଜ 81 କିଲୋମିଟରରୁ 157 କିଲୋମିଟର ଥିବାବେଳେ ସିଙ୍ଗଲ୍ ବ୍ୟାଟେରୀ ଓଲା ଗିଗ୍ ଗୋଟିଏ ଥର ଚାର୍ଜରେ 112 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।

ଉଭୟ ଭାରିଏଣ୍ଟର ସର୍ବାଧିକ ଗତି ଘଣ୍ଟା ପ୍ରତି ଯଥାକ୍ରମେ 45 କିଲୋମିଟର ଏବଂ 25 କିଲୋମିଟର ରହିଛି । Ola Gig +କୁ ଶକ୍ତି ଦେବା ପାଇଁ 1.5 kWh ମୋଟର ଏବଂ ଗିଗ୍ ପାଇଁ 250W ମୋଟର ବ୍ୟବହାର କରାଯାଇଛି । ଓଲା ଗିଗ୍ ରେଞ୍ଜରେ ଆପ୍-ଆଧାରିତ ଆକ୍ସେସ୍ ପ୍ରଦାନ କରାଯାଇଛି, ଯେଉଁଠାରେ ଚାଳକ ଅନଲକ୍ ଏବଂ ଚଲାଇବା ପାଇଁ ସ୍କାନ୍ କରିପାରିବେ ।

Ola S1 Z+ ଓ Ola S1 Zର ସ୍ପେଶିଫିକେସନ:-

ସେହିପରି Ola S1 Z + ଏବଂ Ola S1 Zରେ ଦୁଇଟି 1.5 kWh ପୋର୍ଟେବଲ୍ ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିଛି । ଏହି ଇଲେକଟ୍ରିକ୍ ସ୍କୁଟରଗୁଡିକ ବ୍ୟବହାର ଉପରେ ନିର୍ଭର କରି 75ରୁ 146 କିଲୋମିଟରର ଏକ ପ୍ରାମାଣିକ ରେଞ୍ଜ ପ୍ରଦାନ କରାଯାଇଛି । ଏହି ସ୍କୁଟର ଘଣ୍ଟା ପ୍ରତି 70 କିଲୋମିଟର ବେଗରେ ଯାଇପାରେ । ଏହି ଭାରିଏଣ୍ଟର ସ୍କୁଟର 3 କିଲୋୱାଟ ମୋଟର ଦ୍ବାରା ଚାଳିତ, ଯାହାକି ଏକ ସୁଗମ ଯାତ୍ରାର ଅନୁଭବ ପ୍ରଦାନ କରିଥାଏ ।

ଓଲା S1 Z + ସ୍କୁଟର ଗୋଟିଏ ବ୍ୟାଟେରୀ ସହିତ 4.7 ସେକେଣ୍ଡରେ ଘଣ୍ଟା ପ୍ରତି ବେଗ 0-40 କିଲୋମିଟର ବଢିପାରେ । ଏହା ବ୍ୟତୀତ S1 Z +ରେ 14 ଇଞ୍ଚ ଟାୟାର ଲଗାଯାଇଛି । କମ୍ପାନୀ ଆଗ ଏବଂ ପଛରେ ଭାର ବହନ କରିବା ପାଇଁ କ୍ୟାରିଅର ଲଗାଇବାର ଅପସନ ଦେଇଛି । କିନ୍ତୁ ଏହା କେତେ ଓଜନ ପର୍ଯ୍ୟନ୍ତ ବୋଝ ବୋହିପାରିବ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.