ETV Bharat / sports

13 ବର୍ଷରେ କୋଟିପତି, ବୈଭବଙ୍କୁ କିଣିଲା ରାଜସ୍ଥାନ, ବୟସ ଜାଲିଆତି ନେଇ ବାପାଙ୍କ ଜବାବ - VAIBHAV SURYAVANSHI

ଆଇପିଏଲ୍ ଇତିହାସରେ ସବୁଠୁ କମ ବୟସ୍କ କ୍ରିକେଟର ଭାବେ ନିଲାମୀରେ ବିକ୍ରି ହେବା ପରେ ବର୍ତ୍ତମାନ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ । ଉଠିଲା ବୟସ ଜାଲିଆତି ନେଇ ପ୍ରଶ୍ନ ।

vaibhav suryavanshi
vaibhav suryavanshi (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 7:41 PM IST

ହାଇଦ୍ରାବାଦ: ଆଇପିଏଲ୍ ମେଗା ଅକ୍ସନରେ ରେକର୍ଡ କରିଛନ୍ତି 13 ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଇତିହାସରେ ସବୁଠୁ କମ ବୟସ୍କ କ୍ରିକେଟର ଭାବେ ରଚିଛନ୍ତି ଇତିହାସ । ରାଜସ୍ଥାନ ରୟାଲ୍ସ ବୈଭବଙ୍କୁ 1.10 କୋଟି ଟଙ୍କାରେ କିଣିବା ପରେ ବର୍ତ୍ତମାନ ଚର୍ଚ୍ଚାରେ ବୈଭବ । ଏପଟେ ସୋସିଆଲ ମିଡିଆରେ ବୈଭବଙ୍କ ବୟସ ଜାଲିଆତି ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀ । ତାଙ୍କ ବାପା କହିଛନ୍ତି, କୌଣସି ଜଣେ ଲୋକଙ୍କୁ ଡରିବାର ନାହିଁ । ବୟସ ଜାଲିଆତି ନେଇ ସମସ୍ତ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ । ଯଦି ଦରକାର ପଡେ ତାହାଲେ ବୋନ ଟେଷ୍ଟ ପାଇଁ ଆମେ ପ୍ରସ୍ତୁତ ।

"ଯେତେବେଳେ ବୈଭବଙ୍କୁ ସାଢେ 8 ବର୍ଷ ହୋଇଥିଲା, ସେ ବିସିସିଆଇ ପକ୍ଷରୁ ଆୟୋଜିତ ବୋନ ଟେଷ୍ଟରେ ସାମିଲ ହୋଇଥିଲେ । ସେ ମଧ୍ୟ ଭାରତୀୟ ଦଳ ପକ୍ଷରୁ 19 ବାର୍ଷରୁ କମ ଟିମରେ ଖେଳିଛନ୍ତି । ଚଳିତ ବର୍ଷ ଅକ୍ଟୋବରରେ ସେ ଭାରତ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିଥିଲେ । 19 ବର୍ଷରୁ କମ ଟିମରେ ସେ 58 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ," ବୋଲି ତାଙ୍କ ବାପା କହିଛନ୍ତି ।

ଏହା ବି ପଢନ୍ତୁ- IPL ମେଗା ଅକ୍ସନ 2025; ୧୦ ଟିମର ଫୁଲ୍ ସ୍କ୍ୱାଡ, କିଏ କିଏ ଖଳିବେ ପ୍ଲେଇଂ ଇଲେଭେନ !

ଏହା ବି ପଢନ୍ତୁ- ଆଇପିଏଲ୍ 2025 ମେଗା ଅକ୍ସନ; ଅନସୋଲ୍ଡ ହେଲେ ଟପ୍ କ୍ରିକେଟର, ଲିଷ୍ଟ ଦେଖିଲେ ଚମକି ପଡିବେ

ନିକଟରେ ବିହାରର ଷ୍ଟାର ବୟ ବୈଭବ 19 ବର୍ଷରୁ କମ ଟେଷ୍ଟ ମ୍ୟାଚରେ ଦ୍ରୁତତମ ଶତକ ହାସଲ କହିଛନ୍ତି । ତେବେ ଚଳିତ ବର୍ଷ ଜାନୁଆରୀ 2024ରେ ବୈଭବ 12 ବର୍ଷ 284 ଦିନରେ ରଣଜୀ ଟ୍ରଫି ମ୍ୟାଚରେ ଡେବ୍ୟୁ କରି ରେକର୍ଡ କରିଛନ୍ତି ।

ଆଇପିଏଲ ମେଗା ଅକ୍ସନ 2025-

ବିଶ୍ବର ସର୍ବୋଚ୍ଚ ବିତ୍ତଶାଳୀ କ୍ରକେଟ ଲିଗ ଆଇପିଏଲ ମେଗା ଅକ୍ସନ 2025ର ଶେଷ ହୋଇଛି । ସାଉଦି ଆରବର ଜେଦାହ ସହରରେ ଦୁଇ ଦିନ ଧରି ଚାଲିଥିଲା କ୍ରିକେଟର କିଣା । ବ୍ଲକବ୍ଲଷ୍ଟର ନିଲାମୀରେ ବୋଲି ଲଗାଇଥିଲେ 10 ପ୍ରାଞ୍ଜାଇଜର ମାଲକ । 182 ଜଣ ଖେଳାଳିଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଆଇପିଏଲର ଲିଜେଣ୍ଡ୍ସ ତଥା ଭେଟେରାନ କ୍ରିକେଟର ହେଉ କି ଟ୍ୟାଲେଣ୍ଟେଡ୍ ୟଙ୍ଗ ବ୍ୟାଟର ନିଲାମୀର ବୋଲିରେ ପଛରେ ପଡିଯାଇଛନ୍ତି । ଅନେକ କ୍ରିକେଟରଙ୍କୁ କୌଣସି ବି ଟିମ୍ କିଣିନାହାଁନ୍ତି । ଆଉ ଅନସୋଲ୍ଡ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅନେକ ଦିଗଜ୍ଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.