ଓଡିଶା

odisha

ଆଶ୍ଚର୍ଯ୍ୟ ! 12 ଦିନରେ 12 ଟ୍ରେନ ଦୁର୍ଘଟଣା; ବାଟରେ ଛକି ବସିଛି ଲୌହ ଦାନବ, ପିଉଛି ମଣିଷ ରକ୍ତ ! - TRAIN ACCIDENT IN INDIA

By ETV Bharat Odisha Team

Published : Jul 31, 2024, 11:57 AM IST

Updated : Jul 31, 2024, 12:44 PM IST

12 Days 12 Accident at least 1 accident every day in Indian railways from past 12 days: ଦୁର୍ଘଟଣା ପରେ ଦୁର୍ଘଟଣା । ଟ୍ରେନ ଦୁର୍ଘଟଣା ଖବର ପ୍ରତି ଦିନ ଆସୁଛି । କେଉଁଠି ଟ୍ରାକରୁ ଖସିପଡୁଛି ମାଲବାହୀ ଟ୍ରେନ ତ କେଉଁଠି ଗଡି ଗଡି ପଡୁଛି ପାସେଞ୍ଜର ଟ୍ରେନ । ନଜର ପକାନ୍ତୁ ଶେଷ 12 ଦିନରେ କିପରି ଆଉ କେଉଁଠି ହୋଇଛି ଟ୍ରେନ ଦୁର୍ଘଟଣା ।ଅଧିକ ପଢନ୍ତୁ

Train accident
Train accident (Etv Bharat Odisha)

ହାଇଦ୍ରାବାଦ: ଭାରତରେ କେତେ ସୁରକ୍ଷିତ ଟ୍ରେନ୍ ଯାତ୍ରା ? ଟ୍ରେନ ଯାତ୍ରା କଲେ ଗନ୍ତବ୍ୟ ପଥରେ ପହଞ୍ଚିବା ନେଇ ଦିନକୁ ଦିନ ବଢୁଛି ଆଶଙ୍କା । ଟୋଟିଏ ପରେ ଟୋଟିଏ ଟ୍ରେନ ଦୁର୍ଘଟଣା ପରେ ଭୟରେ ଦେଶବାସୀ । ଲୌହ ଦାନବର ରକ୍ତ ଭୋଜିରେ ଗଡୁଛି ମଣିଷ ମୁଣ୍ଡ, ରକ୍ତ ପିଉଛି ଟ୍ରେନ ଟ୍ରାକ୍ । ଏ ପ୍ରଶ୍ନ ଏବଂ ଆଶଙ୍କା ବର୍ତ୍ତମାନ ଦେଶବାସୀଙ୍କ ମନରେ ଉଠିଛି କାରଣ ନିକଟରେ 12 ଦିନରେ 12ଟି ଟ୍ରେନ ଦୁର୍ଘଟଣା ଘଟିଛି । ଯେଉଁଥିରେ ଅନେକ ଜୀବନ ହାନି ହୋଇଥିବା ବେଳେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ମଧ୍ୟ ହୋଇଛି । ଫଳରେ ଟ୍ରେନ ଯାତ୍ରା ଏବଂ ଭାରତରେ ଟ୍ରେନ ସେବା ଉପରେ ପ୍ରଶ୍ନ ଉଠିଛି ।

ଏହା ବି ପଢନ୍ତୁ- ଭୁବନେଶ୍ବରରେ ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ପ୍ରଭାବିତ - Goods train derail

Train accident (ETV Bharat Odisha)

1. 30 ଜୁଲାଇ (ମଙ୍ଗଳବାର) ଝାରଖଣ୍ଡ

ଆଜି ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ୍ । ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୪5 ମିନିଟରେ ଲାଇନଚ୍ୟୁତ ହୋଇଥିଲା ଟ୍ରେନ । 18ଟି ବଗି ଟ୍ରାକ ତଳକୁ ଖସିଯାଇଥିଲା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ରେଳ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା 2 ମୃତକ ହେଉଛନ୍ତି ଓଡ଼ିଶାର । ଉଭୟ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ସହରର ହୋଇଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛନ୍ତି ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ଅନ୍ୟ ଜଣେ ରେଲୱେ କଲୋନୀର ପି ବିକାଶ ରାଓ ।

ଏହା ବି ପଢନ୍ତୁ- ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି - Goods Train Derail

Train accident (ETV Bharat Odisha)

2. 30 ଜୁଲାଇ (ମଙ୍ଗଳବାର) ସମ୍ବଲପୁର

ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳଧାରଣା ବାହାରେ ଗୋଟିଏ ବଗି - ଗୋଟିଏ ଦିନରେ ଦୁଇ-ଦୁଇଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ । ସମ୍ବଲପୁର ସରଲା ନିକଟରେ ଟ୍ରାକରୁ ଖସିଲା ଟ୍ରେନ । ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରର ସିଟି ଷ୍ଟେସନ ନିକଟ ସାରଳା ଷ୍ଟେସନ ନିକଟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଯାଉଥିବା ଏକ ମାଳବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଘଟଣାସ୍ଥଳରେ ସମ୍ବଲପୁର ADRM ସହ ଟେକ୍ନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହା ଟ୍ରେନ ଚଳାଚଳ କରୁଥିବା ବେଳେ ଲାଇନଚ୍ୟୁତ ହୋଇନଥିବା ସହ ଘଟଣାର ତଦନ୍ତ ଜାରିଥିବା କହିଛନ୍ତି ADRM ଆନନ୍ଦ ସିଂ ।

Train accident (ETV Bharat Odisha)

3. 28- ଜୁଲାଇ, ଭୁବନେଶ୍ବର

ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଜୁଲାଇ 28 ତାରିଖ ରବିବାର ମଧ୍ୟରାତ୍ରିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ରାତି ପ୍ରାୟ ୧ଟା ୩୫ ମିନିଟରେ ଏହି ଅଘଟଣ ଘଟିଥିବା ରେଲବାଇ ପକ୍ଷରୁ ସୂଚନା ଦିଆଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ଟ୍ରାକ ମରାମତି କାର୍ଯ୍ୟ କରିଥିଲେ । ଟ୍ରେନ୍ ଲାଇନଚ୍ୟୁତ କାରଣରୁ ୨ଟି ଟ୍ରେନ୍‌ ବାତିଲ ଓ ୬ଟି ଟ୍ରେନ୍‌ର ଯାତାୟତ ସମୟରେ ପରିବର୍ତ୍ତନ କରିବାକୁ ପଡିଥିଲା ।

Train accident (ETV Bharat Odisha)

4. 27 ତାରିଖ ଶନିବାର- ମହାରାଷ୍ଟ୍ର

ଗତ ଶନିବାର ମହାରାଷ୍ଟ୍ରର ବୌଶାର ରେଳବାଇ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ତାର 4ଟି ବଗି ଲାଇନଚ୍ୟୁତ ହୋଇଥିଲା । ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ରେଳବାଇ ଅଧିକାରୀ । ପଶ୍ଚିମ ରେଳବାଇ ସିଆରପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ ମୁମ୍ବାଇ ଲୋକାଲ ଟ୍ରେନ ସେବାରେ ବ୍ୟାଘାତ ପହଞ୍ଚିନଥିଲା ।

Train accident (ETV Bharat Odisha)

5. 26 ଜୁଲାଇ- ଶୁକ୍ରବାର ଭୁବନେଶ୍ବର

ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କଲାପରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଏହି ମାଲବାହୀ ଟ୍ରେନ 26 ଜୁଲାଇ (ଶୁକ୍ରବାର) ସକାଳେ ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା । ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଏହାର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଯାଇଥିଲା । ଲାଇନଚ୍ୟୁତ ହେବା କାରଣରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା । ଖବର ପାଇ ରେଲୱେ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ ମରାମତି କରୁଥିଲେ ।ସକାଳ ପ୍ରାୟ ୮ଟା ୪୫ ବେଳେ ଏହି ଘଟଣା ଘଟିଥିଲା ।

6. 23 ଜୁଲାଇ- ଆନ୍ଧ୍ରପ୍ରଦେଶ

ଗତ 23 ତାରିଖରେ ଆନ୍ଧ୍ର ପ୍ରଦେଶ ନାଲୋର ଜିଲ୍ଲା ବିତ୍ରଗୁଣ୍ଟ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟିଥିଲା । ଟ୍ରାକ ତଳକୁ ଖସିଯାଇଥିଲା 2ଟି ବଗି । ପରେ ଦୁର୍ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ପୁନଃଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ରୁଟରେ କିଛି ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା ।

Train accident (ETV Bharat Odisha)
Train accident (ETV Bharat Odisha)

7. 21 ଜୁଲାଇ (ପଶ୍ଚିମବଙ୍ଗ)

21 ତାରିଖ ରବିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ନଦିଆ ରାଣାଘାଟ ମାଲବାହୀ ବଗି ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ମାଲଗାଡିର ପଛ ଗାର୍ଡ ବଗି ଟ୍ରାକ ତଳକୁ ଖସିପଡିଥିଲା । ପରେ ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ପୁନଃଉଦ୍ଧାର କାର୍ଯ୍ୟ କରିଥିଲେ ।

Train accident (ETV Bharat Odisha)

8. 21 ଜୁଲାଇ - ରବିବାର, ରାଜସ୍ଥାନ

ରାଜସ୍ଥାନରେ ଗତ 21 ତାରିଖରେ ଟ୍ରେନ ଦୁର୍ଘଟଣା ହୋଇଥିଲା । ମାଲବାହୀ ଟ୍ରେନ ଅଲଓ୍ବର ନିକଟ ତିଜାରା ଗେଟଠାରେ ଲାଇନଚ୍ୟୁତ ହୋଇଥିଲା । ଶନିବାର ରାତ୍ର ରବିବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏଥରେ ମାଲବାହୀ ଗାଡିର 3ଟି ବଗି ଟ୍ରାକରୁ ତଳକୁ ଖସିଥିଲା । ଏହି ଘଟଣାଟି ରାତ୍ର 2.30 ମିନିଟରେ ଘଟିଥିଲା । ଘଟଣା ନେଇ ରେଳବାଇ ଅଧିକାରୀ କହିଥିଲେ କି, "ମାଲବାହୀ ଗାଡିର 3ଟି ବଗି ଲାଇନଚ୍ୟୁତ ହୋଇଛି । ରାଜସ୍ଥାନ ଅଲଓ୍ବର ଠାରେ ଏହି ଦୁର୍ଘଟଣା ଘଟିଛି ।"

Train accident (ETV Bharat Odisha)

9. 21 ଜୁଲାଇ - ଆନ୍ଧ୍ରପ୍ରଦେଶ

ଆନ୍ଧ୍ର ପ୍ରଦେଶ କାଭାଲି ନିକଟରେ ନାଗନ ଏକ୍ସପ୍ରେସରେ ଗତ 21 ତାରିଖରେ ଧୂଆଁ ବାହାରିଥିଲା । ଆଦାଭିରାମାପୁରମ-ସିରିପୁରମ ରେଳବାଇ ଗେଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । 21 ଜୁଲାଇ ରବିବାର ଦିନ ନାଗୋଲ ଜିଲ୍ଲା ବିଜୟଓ୍ବାଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନଟି ଆସାମରୁ ତାମିଲନାଡୁ ଯାଉଥିଲା ।

Train accident (ETV Bharat Odisha)

10.20 ଜୁଲାଇ - ଶନିବାର, ଉତ୍ତର ପ୍ରଦେଶ

ନିକଟରେ 20 ଜୁଲାଇ ଶନିବାର ଦିନ ଉତ୍ତର ପ୍ରଦେଶରେ ମଧ୍ୟ ଟ୍ରେନ ଦୁର୍ଘଟଣା ଘଟିଥିଲା । ଦିଲ୍ଲୀ ଯାଉଥିବା ମାଲଗାଡି ଉତ୍ତର ପ୍ରଦେଶ ଆମରୋହା ରେଲଓ୍ବେ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଏଥରେ 12ଟି ବଗି ଟ୍ରାକରୁ ତଳକୁ ଖସିଥିଲା । ସେହି ଦିନ ମଧ୍ୟ ଆଉ ଏକ ଦୁର୍ଘଟଣାରେ ଗାଜିଆବାଦ-ମୋରୋଦାବାଦ ସେକ୍ସନରେ ଗୋଟିଏ ମାଲବାହୀ ଟ୍ରେନର 7ଟି ବଗି ଲାଇନଚ୍ୟୁତ ହୋଇଥିଲା ।

Train accident (ETV Bharat Odisha)

11.19 ଜୁଲାଇ- ଶୁକ୍ରବାର, ଗୁଜୁରାଟ

ଗୁଜୁରାଟରେ ଗତ ଶୁକ୍ରବାର ଟ୍ରେନ ଦୁର୍ଘଟଣା ଘଟିଥିଲା । ଭାଲସାଡ୍ ଅଞ୍ଚଳରେ ମାଲବାହୀ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିଲା । ଏହା ପରେ ଟ୍ରେନ ସେବା ପ୍ରଭାବିତ ହୋଇଥିଲା । ପରେ ସେହି ରୁଟରେ ରେଳବାଇ ଅଧିକାରୀ ପହଞ୍ଚି ଟ୍ରେନ ସେବାକୁ ପୁନର୍ବାର ଆରମ୍ଭ କରିଥିଲେ ।

Train accident (ETV Bharat Odisha)

12. 18 ଜୁଲାଇ - ଉତ୍ତର ପ୍ରଦେଶ

ଜୁଲାଇ 18 ତାରିଖ ଗୁରୁବାର ଉତ୍ତରପ୍ରଦେଶ ଗୋଣ୍ଡାରେ ଘଟିଥିଲା ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଚଣ୍ଡିଗଡ଼ରୁ ଡିବ୍ରୁଗଡ଼ ଯାଉଥିଲା ଟ୍ରେନ । ଏହି ସମୟରେ ଗୋଣ୍ଡା ନିକଟରେ 10ରୁ 12ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏଥିରେ 2ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁତରଙ୍କୁ ଚିକିତ୍ସା ସହାୟତା ବାବଦକୁ ୨ ଲକ୍ଷ ୫୦ହଜାର ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା ହୋଇଥିଲା ।

ଏପଟେ ଗତକାଲିର ଟ୍ରେନ ଦୁର୍ଘଟଣାକୁ ନେଇ ଆରଜେଡି ମୁଖ୍ୟ ଲାଲୁ ଯାଦବ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ଭାବୁଛନ୍ତି ଏହା ତାଙ୍କର ଶେଷ ଯାତ୍ରା ହୋଇପାରେ । ଆଉ 13 ଦିନରେ 7 ଟ୍ରୋନ ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Jul 31, 2024, 12:44 PM IST

ABOUT THE AUTHOR

...view details