ନୂଆଦିଲ୍ଲୀ:ମହିଳା ପ୍ରିମିୟର ଲିଗର 21 ତମ ମୁକାବିଲାରେ ଧୂଳିସାତ ହେଲା ମୁମ୍ବାଇ ଇଣ୍ଡିଆନ୍ସର ଫାଇନାଲରେ ପହଞ୍ଚିବାର ଆଶା । ଏଲିମିନେଟ ମୁକାବିଲାରେ ମୁମ୍ବାଇକୁ 5 ରନରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆସନ୍ତାକାଲି (ରବିବାର) ଡବ୍ଲୁପିଏଲର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି । ପ୍ରଥମ ସିଜିନିରେ ଟ୍ରଫି ହାତେଇଥିବା ମୁମ୍ବାଇ ଏଥର ଫାଇନାଲରେ ପହଞ୍ଚି ପାରିନି ।
ଶୁକ୍ରବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆରସିବି । ପ୍ରଥମ ଓଭରରେ ଦୁଇ ଓପନର ଜବରଦସ୍ତ ପାଳି ଆରମ୍ଭ କରିଥିଲେ । କିନ୍ତୁ ଦଳୀୟ ରନ 23 ହୋଇଥିବା ବେଳେ 3ଟି ଓ୍ବିକେଟ ପଡିଥିଲା । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶୋଫି 10 ଓ ସ୍ମୃତି ମନ୍ଧାନା 10 ରନ କରି ଆଉଟ ହୋଇଥିବା ବେଳେ ଦିଶା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଏହାପରେ ଏକା ପାଳି ସମ୍ଭାଳିଥିଲେ ଏଲିସା ପେରୀ । ଧୌର୍ଯ୍ୟର ସହ ବ୍ୟାଟିଂ କରି ବିପକ୍ଷ ଦଳର ବୋଲରଙ୍କ ବଲକୁ ବଡ ବଡ ସଟ ମାରିଥିଲେ । 50 ବଲରେ ସେ 66 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 6 ଓ୍ବିକେଟ ହରାଇ 135 ରନ କରିଥିଲା ।