ଓଡିଶା

odisha

ETV Bharat / sports

କଏ ହସନ ମହମ୍ମୁଦ ? ଚେନ୍ନାଇ ଟେଷ୍ଟରେ ଉଡାଇଲେ ଟିମ୍ ଇଣ୍ଡିଆର ହୋସ୍, ଓପନିଂ ସ୍ପେଲରେ ଟପ୍ ଅର୍ଡର ଚିତପଟାଙ୍ଗ - Hasan Mahmud - HASAN MAHMUD

Hasan Mahmud: ବାଂଲାଦେଶର 24 ବର୍ଷୀୟ ଯୁବ ପେସ ବୋଲର ହସନଙ୍କ ଆଗରେ ଆଣ୍ଠେଇଥିଲେ ଟିମ୍ ଇଣ୍ଡିଆର ଧୁରନ୍ଦର ବ୍ୟାଟର । ଓପନିଂ ସ୍ପେଲରେ ହସନ ମହମ୍ମୁଦ ଟିମ୍ ଇଣ୍ଡିଆ ଟପ୍ ଅର୍ଡରକୁ ଧରାଶାୟୀ କରିଥିଲେ । ଅଧିକ ପଢନ୍ତୁ

Hasan Mahmud
Hasan Mahmud (IANS Photo)

By ETV Bharat Sports Team

Published : Sep 19, 2024, 5:35 PM IST

Updated : Sep 19, 2024, 7:25 PM IST

ହାଇଦ୍ରାବାଦ: ଚେନ୍ନାଇ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଦଳ ବାଂଲାଦେଶ । ଚେପକ୍ ସ୍ପିନ୍ ସହାୟକ ପିଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଘରେଇ ପିଚରେ ବାଂଲାଦେଶର 24 ବର୍ଷୀୟ ଯୁବ ପେସ ବୋଲର ଆଗରେ ଆଣ୍ଠେଇଥିଲେ ଟିମ୍ ଇଣ୍ଡିଆର ଧୁରନ୍ଦର ବ୍ୟାଟର । ଓପନିଂ ସ୍ପେଲରେ ହସନ ମହମ୍ମୁଦ ଟିମ୍ ଇଣ୍ଡିଆ ଟପ୍ ଅର୍ଡରକୁ ଧରାଶାୟୀ କରିଥିଲେ । ଘାତକ ବୋଲିଂ କରି ରୋହିତ ଶର୍ମା, ଶୁବମନ ଗିଲ ଏବଂ ବିରୋଟ କୋହିଲଙ୍କ ଓ୍ବିକେଟ ମାତ୍ର ଦଳୀୟ ସ୍କୋର 34 ରନ ଥିବା ବେଳେ ହାସଲ କରିଥିଲେ ।

ଏହା ବି ପଢନ୍ତୁ- ଚେପକ୍ ଲଢେଇ; ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବାଂଲାଦେଶର ଜବରଦସ୍ତ ବୋଲିଂ, ଫେଲମାରିଲେ କୋହଲି-ଗିଲ୍-ରୋହିତ - IND vs BAN 1st Test

ଟିମ୍ ଇଣ୍ଡିଆ ହୋସ ଉଡାଇଲେ ହସନ ମହମ୍ମଦ-

ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଷ୍ଟାର ବ୍ୟାଟର ବାଂଲାଦେଶ ପେସର ହସନ ମହମ୍ମୁଦଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ବଡ ପାଳି ଆଶାରେ ଓପନିଂ ପାଇଁ ଓହ୍ଲାଇଥିବା ଓପନିଂ ବ୍ୟାଟର ଏବଂ ଓ୍ବାନ୍ ଡାଉନ-ଟୁ ଡାଉନ୍ ବ୍ୟାଟର ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା 6 ରନ, ଶୁବମନ ଗିଲ୍ ଶୂନ ରନ୍, ବିରାଟ କୋହଲ 6 ରନ କରି ହାସନଙ୍କ ବଲରେ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହି ସମୟରେ ଭାରତର ସ୍କୋର ଥିଲା 34/3 ।

ଏହା ବି ପଢନ୍ତୁ- ‘ମୋତେ କାହିଁକି ବଲ ମାରୁଛ’...ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ ! ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ୍ ଦାସ - Rishabh Pant vs Litton Das

ଏହା ପରେ ପଡିଆକୁ ଓହ୍ଲାଇଥିଲେ ପନ୍ତ । କିଛି ମାତ୍ରାରେ ପନ୍ତ ମଧ୍ୟ ବ୍ୟାଟିଂରେ ସଫଳ ହୋଇଥିଲେ । କାରଣ ବ୍ୟାଟିଂ ବିପର୍ଯ୍ୟୟ ସମୟରେ ପନ୍ତ ଆକ୍ରମଣଆତ୍ମକ ବ୍ୟାଟିଂ କରି 39 ରନ ସ୍କୋର କରିଥିଲେ । ପନ୍ତ ଜୟଶ୍ବାଲଙ୍କ ସହିତ ମିଶି 4ର୍ଥ ଓ୍ବିକେଟ ପାଇଁ 62 ରନର ଭାଗିଦାରୀ ଠିଆ କରିଥିଲେ । ତେବେ ଲଞ୍ଚ ବ୍ରେକ୍ ପରେ ହସନ ପନ୍ତଙ୍କ ଓ୍ବିକେଟ ନେଇ ଭାରତକୁ 4ର୍ଥ ଝଟକା ଦେଇଥିବା ବେଳେ ନିଜ ସ୍ପେଲରେ 4ର୍ଥ ଓ୍ବିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ-6,6,6,6,6,6... ଇଂଲଣ୍ଡର ଗର୍ବ ଭାଙ୍ଗିଥିଲେ ଯୁବରାଜ, 6 ବଲରେ 6 ଛକା - Six Sixes In An Over

କିଏ ହସନ ମହମ୍ମୁଦ-

1999 ମସିହାରେ ବାଂଲାଦେଶର ଚିଟାଗଙ୍ଗରେ ଜନ୍ମ ନେଇଥିଲେ ହସନ ମହମ୍ମୁଦ । ବର୍ତ୍ତମାନ ହସନଙ୍କ ବୟସ 24 ବର୍ଷ । 2020ରେ ହସନ ଜିମ୍ବାଓ୍ବେ ବିପକ୍ଷରେ ଟି-20 କ୍ରିକେଟରେ ଅନ୍ତର୍ଜାତୀୟ କ୍ରିକେଟକୁ ପଦାର୍ପଣ କରିଥିଲେ । ଏଯାଏଁ ସେ 18ଟି ଟି-20 ମ୍ୟାଚ ଖେଳି 18ଟି ଓ୍ବିକେଟ ନେଇଥିବା ବେଳେ 22ଟି ଦିନିକିଆ ମ୍ୟାଚ ଖେଳି 30 ଓ୍ବିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ-Watch: ଶାହାରୁଖ ଖାନଙ୍କ ଟିମର 21ବର୍ଷୀୟ ବ୍ୟାଟର ମାରିଲେ 124 ମିଟର ଲମ୍ବା ଛକା, ଷ୍ଟାଡିୟମ୍ ବାହାରକୁ ଗଲା ବଲ୍ - LONGEST SIX IN HISTORY

ତେବେ ମହମ୍ମୁଦ ଚଳିତ ବର୍ଷ ଶ୍ରୀଲଙ୍କା ଟିମ୍ ବିପକ୍ଷରେ ଷ୍ଟେଟ୍ କ୍ରିକେଟରେ ଡେବ୍ୟୁ କରିଥିଲେ । ହସନ ଟେଷ୍ଟ ଡେବ୍ୟୁ ମ୍ୟାଚରେ 6ଟି ଓ୍ବିକେଟ ନେଇ ସମସ୍ତଙ୍କ ନଜରକୁ ଆସିଥିଲେ । ନିକଟରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଟେଷ୍ଟ ସିରିଜ ବିଜୟୀ ହେବା ପରେ ଅଧିକ ଚର୍ଚ୍ଚାରେ ଥିଲେ ହସନ । ପାକିସ୍ତାନ ବିପକ୍ଷ ସିରିଜରେ 5 ଓ୍ବକେଟ ହଲ ସହିତ ମୋଟ 8ଟି ଓ୍ବିକେଟ ନେଇଥିଲେ ହସନ ।

Last Updated : Sep 19, 2024, 7:25 PM IST

ABOUT THE AUTHOR

...view details