ନୂଆଦିଲ୍ଲୀ:କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ ପାଇଁ କ୍ରିକେଟରେ କିଛି ନା କିଛି ପରିବର୍ତ୍ତନ କରାଯାଇଥାଏ । ଅନ୍ତର୍ଜାତୀୟ କ୍ରିକେଟ ଟେଷ୍ଟ କ୍ରିକେଟରୁ ଆରମ୍ଭ ହୋଇଥିଲା ଏବଂ ଗତ କିଛି ବର୍ଷ ମଧ୍ୟରେ କିଛି ପରିବର୍ତ୍ତନ ପରେ, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି-20 ସବୁଠାରୁ ଲୋକପ୍ରିୟ ଫର୍ମାଟ ହୋଇପାରିଛି । 20 ଓଭର ବିଶିଷ୍ଟ ମ୍ୟାଚକୁ ଦେଖିବାର ଅଧିକ ମଜା ଉଠାଇଥାନ୍ତି ଦର୍ଶକ । ସୀମିତ ଓଭର କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ ଟେଷ୍ଟ କ୍ରିକେଟ ଲୋକପ୍ରିୟତା କମୁଛି । ଯାହା ଫଳରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟେଷ୍ଟ ଫର୍ମାଟକୁ ଲୋକପ୍ରିୟ କରିବା ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଆରମ୍ଭ କରିବାକୁ ବାଧ୍ୟ ହେଲା । ଯାହା ଫଳରେ ଅଧିକାଂଶ ଟେଷ୍ଟ ମ୍ୟାଚ୍ର ଫଳାଫଳ ଆସିବାରେ ଲାଗିଛି ।
୧୪୮ ବର୍ଷ ଇତିହାସରେ ୨ ଥର ଟାଇ ହୋଇଛି ଟେଷ୍ଟ ମ୍ୟାଚ :
ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ଧରି ଚାଲିଥାଏ, ଯେକୌଣସି ଟେଷ୍ଟ ମ୍ୟାଚର ତିନୋଟି ଫଳାଫଳ ଆସିପାରେ । ଗୋଟିଏ ଦଳ ମ୍ୟାଚ ଜିତିଥାଏ ଏବଂ ଗୋଟିଏ ଦଳ ମ୍ୟାଚ ହାରିଥାଏ ନଚେତ ମ୍ୟାଚ୍ ଡ୍ର ହୋଇଯାଏ। ଏହି ତିନୋଟି ଫଳାଫଳ ବ୍ୟତିତ, ଟେଷ୍ଟରେ ଚତୁର୍ଥ ଫଳାଫଳ ଆସିବା ଅସମ୍ଭବ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଟେଷ୍ଟ କ୍ରିକେଟର 148 ବର୍ଷର ଇତିହାସରେ, କେବଳ ଦୁଇଟି ମ୍ୟାଚରେ ଚତୁର୍ଥ ଫଳାଫଳ ଟାଇ ଆସିଛି । ଯାହା ଏକ ବିରଳ ଉଦାହରଣ ଅଟେ । କ୍ରିକେଟରେ, ଯେତେବେଳେ ଉଭୟ ଦଳର ସ୍କୋର ସମାନ ଥାଏ, ସେତେବେଳେ ମ୍ୟାଚ୍ ଟାଇରେ ଶେଷ ହୁଏ। ଏପରି ଫଳାଫଳ 9 ଡିସେମ୍ବର 1960ରେ ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍ ଏବଂ 18 ସେପ୍ଟେମ୍ବର 1986ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଦେଖିବାକୁ ମିଳିଥିଲା ।
ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ (୧୯୬୦ ଡିସେମ୍ବର ୯):
ଟେଷ୍ଟ କ୍ରିକେଟର ପ୍ରଥମ ଟାଇ ମ୍ୟାଚ 1960 ମସିହାରେ ଖେଳା ଯାଇଥିଲା । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ 9 ଡିସେମ୍ବରରେ ମ୍ୟାଚ ଆରମ୍ଭ ହୋଇଥିଲା । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପ୍ରଥମ ଇନିଂସରେ 453 ରନ କରିଥିଲା । ଗାରି ସୋବର୍ସ 132, ଫ୍ରାଙ୍କ ୱରେଲ 65 ଏବଂ ଜୋ ସଲୋମନ 65 ରନ କରିଥିଲେ । ପ୍ରଥମ ଇନିଂସରେ ଆଲାନ୍ ଡେଭିଡସନ୍ 5ଟି ୱିକେଟ ନେଇଥିଲେ ।