ନୂଆଦିଲ୍ସୀ: ଆଇସିସି ଟି20 ବିଶ୍ବକପକୁ ଆଉ ମାତ୍ର କିଛିଦିନ ବାକି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଆତଙ୍କବାଦୀ ଆକ୍ରମଣର ଭୟ ସମସ୍ତଙ୍କ ନିଦ ହଜେଇ ଦେଇଛି । ଟି20 ବିଶ୍ବକପରେ ଆତଙ୍କବାଦୀ ନେଇ ୱେଷ୍ଟଇଣ୍ଡିଜକୁ ଆକ୍ରମଣ ଧମକ ମିଳିଛି । କ୍ରିକେଟ ୱେଷ୍ଟଇଣ୍ଡିଜଙ୍କୁ ଉତ୍ତର ପାକିସ୍ତାନରୁ ଏପରି ଧମକ ଆସିଛି । ଏହାପରେ ୱେଷ୍ଟଇଣ୍ଡିଜରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି । ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ବିଶ୍ୱକପ ପାଇଁ ବିପଦ ଆଶଙ୍କା ଦୂର କରିବାକୁ CWI ଚେଷ୍ଟା ଜାରି ରଖିଛି ।
CWI ସିଇଓ ଜନି ଗ୍ରେଭ୍ସ ରବିବାର ଦିନ କ୍ରିକବଜକୁ କହିଛନ୍ତି , ''ଆମେ ସମସ୍ତ ଦେଶ ତଥା ସହରର ଅଧିକାରୀଙ୍କ ସହ ମିଶି ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟ କରୁଛୁ । ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ଭାବେ ସମ୍ପାଦନ କରିବା ସହ ବିପଦରୁ ଦୂରେଇ ରହିବା ପାଇଁ ଉପଯୁକ୍ତ ଯୋଜନା ନିଶ୍ଚିତ କରିବାକୁ ଚେଷ୍ଟା ଜାରି ରହିଛି । ଆମେ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଆଇସିସି ପୁରୁଷ ଟି -20 ବିଶ୍ୱକପର ସମସ୍ତ ଦଳ, ଦର୍ଶକ ଏବଂ ପ୍ରଶଂସକଙ୍କ ସୁରକ୍ଷା ଆମର ପ୍ରାଥମିକତା । ଏଥିପାଇଁ ଆମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।''