ଓଡିଶା

odisha

ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ କିଙ୍ଗ କୋହଲି; ଦେଖନ୍ତୁ 16 ବର୍ଷରେ କୋହଲିଙ୍କ ବିରାଟ ରେକର୍ଡ - Virat Kohli

By ETV Bharat Sports Team

Published : Aug 18, 2024, 1:14 PM IST

Virat Kohli 16 years of international cricket: ଆଜିକୁ ଠିକ 16 ବର୍ଷ ପୂର୍ବେ, ଅର୍ଥାତ 18 ଅଗଷ୍ଟ 2008ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ ବିରାଟ କୋହଲି । ଯିଏ ନିଜ ଦମଦାର ରେକର୍ଡ ଓ ଧୂଆଁଧାର ବ୍ୟାଟିଂ ଶୈଳୀରେ ନିଜକୁ କ୍ରିକେଟ ଜଗତର 'କିଙ୍ଗ' ଭାବେ ପରିଚିତ କରାଇପାରିଛନ୍ତି । ଅଧିକ ପଢ଼ନ୍ତୁ

Virat Kohli 16 years of international cricket
Virat Kohli 16 years of international cricket (IANS and ETV Bharat Photos)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି । ନିଜ ଦମଦାର ରେକର୍ଡ ଓ ଧୂଆଁଧାର ବ୍ୟାଟିଂ ଶୈଳୀରେ ସେ ପ୍ରତିପକ୍ଷ ବୋଲରଙ୍କୁ ଚଟାନ୍ତି ଧୂଳି । କ୍ରିକେଟ ଜଗତର 'କିଙ୍ଗ୍' ଓ 'ରନ୍‌ ମେସିନ' ଭାବେ କୋହଲି ସାରା ବିଶ୍ବରେ ପରିଚିତ । ତେବେ ଏହି ମହାନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରେ 16 ବର୍ଷ ପୂରଣ କରିଛନ୍ତି । ବିରାଟ 2008ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ଖେଳୁଛନ୍ତି । ସେ ନିଜେ 18 ଅଗଷ୍ଟରେ ହିଁ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ । ଆଜି ଏହି ବିଶେଷ ଦିନରେ, ଏଠାରେ ନଜର ପକାନ୍ତୁ ବିରାଟ କୋହଲିଙ୍କ ସହ ଜଡିତ କିଛି ବିଶେଷ କଥା ଏବଂ ସେ କରିଥିବା ବଡ଼ ରେକର୍ଡ ଉପରେ,

Virat Kohli (IANS PHOTOS)

16 ବର୍ଷରେ କୋହଲି କରିଥିବା ବିରାଟ ରେକର୍ଡ :-

  • ଶ୍ରୀଲଙ୍କା ବିପକ୍ଷରେ 18 ଅଗଷ୍ଟ, 2008ରେ ଭାରତ ପାଇଁ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ବିରାଟ କୋହଲି । ସେ ଭାରତୀୟ ଦଳରେ ଦିନିକିଆ ପଦାର୍ପଣ କରିଥିବା 175ତମ ଖେଳାଳି ହୋଇଥିଲେ । ବିରାଟ ନିଜ ଡେବ୍ୟୁ ମ୍ୟାଚ୍‌ରେ କେବଳ 12 ରନ ହିଁ କରିପାରିଥିଲେ । ହେଲେ ଏହି ସିରିଜ୍‌ରେ ସେ ଭାରତ ପାଇଁ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟରଙ୍କ ତାଲିକାରେ 4ର୍ଥରେ ରହିଥିଲେ ।
  • ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ 2009ରେ ହାସଲ କରିଥିଲେ । ସେ ଏହି ମ୍ୟାଚ୍‌ରେ 114 ବଲରେ 107 ରନର ଦମଦାର ପାଳି ଖେଳିଥିଲେ ।
  • ଡେବ୍ୟୁ କରିବାର ମାତ୍ର କିଛି ବର୍ଷ ମଧ୍ୟରେ ଟିମ୍‌ ଇଣ୍ଡିଆର ପ୍ରମୁଖ ବ୍ୟାଟର ହୋଇଯାଇଥିଲେ କୋହଲି । ଏପରିକି ସେ 2011 ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଥିଲେ । ସେ ଦିନିକିଆ ବିଶ୍ବକପ୍‌ 2011ରେ 2 ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ମୀରପୁରରେ ନିଜର ପ୍ରଥମ ଦିନିକିଆ ବିଶ୍ବକପ ଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ସେ 100 ରନର ଅପରାଜିତ ପାଳି ଖେଳିଥିଲେ ।
  • 12 ଜୁନ 2010ରେ ବିରାଟ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ଟି20 ପଦାର୍ପଣ କରିଥିଲେ । ସେ ହରାରେ ଷ୍ଟାଡିୟମରେ ଖେଳିଥିବା ନିଜ ପ୍ରଥମ ଟି20 ମ୍ୟାଚ୍‌ରେ 26 ରନର ଅପରାଜିତ ପାଳି ଖେଳିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍‌ର କିଙ୍ଗ କୋହଲିଙ୍କ ନାମରେ ଟି20 କ୍ରିକେଟରେ କେବଳ ଗୋଟିଏ ଶତକ ରହିଛି । ସେ ଏସିଆ କପ୍‌ 2022ରେ ସେପ୍ଟେମ୍ବର 8ରେ ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଧୂଆଁଧାର ଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ କୋହଲି 122 ରନର ଦମଦାର ପାଳି ଖେଳିଥିଲେ ।
  • 30 ଜୁନ 2011ରେ ବିରାଟ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା କୋହଲି ନିଜ ପ୍ରଥମ ପାଳିରେ 4 ଓ ଦ୍ବିତୀୟ ପାଳିରେ 15 ରନ ହିଁ କରିପାରିଥିଲେ । ବିରାଟ ନିଜ ପ୍ରଥମ ଟେଷ୍ଟ ଶତକ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ଏହି ମହାନ କ୍ରିକେଟରଙ୍କ ନାଁରେ ଟେଷ୍ଟ କ୍ରିକେଟରେ 7 ଦ୍ବିଶତକ ମଧ୍ୟ ରହିଛି ।
  • ବିରାଟ କୋହଲି ଅନ୍ତର୍ଜାତୀୟ ଟି20ରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି । କିଙ୍ଗ କୋହଲିଙ୍କ ନାଁରେ ଅନ୍ତର୍ଜାତୀୟ ଟି20ରେ 38 ଅର୍ଦ୍ଧଶତକ ସାମିଲ ଅଛି ।
  • ଅନ୍ତର୍ଜାତୀୟ କ୍ରକେଟରେ ସର୍ବାଧିକ ରନ ହାସଲ କରିଥିବା କିମ୍ବଦନ୍ତୀ କ୍ରିକେଟରଙ୍କ ତାଲିକାରେ ବିରାଟ କୋହଲିଙ୍କ ନାଁ 4ର୍ଥ ସ୍ଥାନରେ ରହିଛି । ତାଙ୍କ ଆଗରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା ଓ ରିକି ପଣ୍ଟିଂ ରହିଛନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ 533 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି 26,942 ରନ ହାସଲ କରିଛନ୍ତି । ତାଙ୍କ ନାମରେ 80 ଅନ୍ତର୍ଜାତୀୟ ଶତକ ଓ 140 ଅର୍ଦ୍ଧଶତକ ମଧ୍ୟ ରହିଛି ।
Virat Kohli (IANS PHOTOS)

ବିରାଟଙ୍କ ସହ ଜଡିତ କିଛି ବିଶେଷ କଥା :-

  • 5 ନଭେମ୍ବର 1988ରେ କୋହଲିଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ପିଲାଟି ଦିନରୁ କ୍ରିକେଟକୁ ଭଲ ପାଉଥିବା କୋହଲି ବ୍ୟାଟିଂ ବ୍ୟତୀତ ବୋଲିଂ ଓ ୱିକେଟ କିପିଙ୍ଗ ମଧ୍ୟ କରୁଥିଲେ । ଯାହା ବେଳେବେଳେ ଅନ୍ତର୍ଜାତୀୟ ମ୍ଯାଚ୍‌ରେ ମଧ୍ୟ ଦେଖିବାକୁ ମିଳିଛି ।
  • ସେ 11 ଡିସେମ୍ବର 2017ରେ ଇଟାଲୀରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତିଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । ବିରାଟଙ୍କ ପରିବାର ଲଣ୍ଡନକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନେ ପ୍ରାୟତଃ ସେଠାରେ ଛୁଟି କଟାନ୍ତି ।
  • ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳୁଛନ୍ତି । ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ତାଙ୍କ ଦଳ ଏପର୍ଯ୍ୟନ୍ତ ଥରୁଟିଏ ମଧ୍ୟ ଆଇପିଏଲ୍ ଟାଇଟଲ ଜିତି ପାରିନାହିଁ ।
  • ବିରାଟ କୋହଲିଙ୍କୁ ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ ଏବଂ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଛି । ଆଇସିସି ପ୍ଲେୟାର ଅଫ୍ ଦି ଇୟର ଓ ପ୍ଲେୟାର ଅଫ୍ ଦି ଡିକେଡ ଭାବେ ମଧ୍ୟ ସେ ବିବେଚିତ ହୋଇଛନ୍ତି ।
Virat Kohli (IANS PHOTOS)

ସମସ୍ତ ଫର୍ମାଟରେ କୋହଲିଙ୍କ ବିରାଟ ପ୍ରଦର୍ଶନ :-

  1. ଟେଷ୍ଟ - 113 (ମ୍ୟାଚ୍‌) : ରନ - 8848 (ଶତକ - 29/ ଅର୍ଦ୍ଧଶତକ - 30) - ସର୍ବାଧିକ ସ୍କୋର - 254*
  2. ଦିନିକିଆ - 295 (ମ୍ୟାଚ୍‌) : ରନ - 13906 (ଶତକ - 50/ ଅର୍ଦ୍ଧଶତକ - 72) - ସର୍ବାଧିକ ସ୍କୋର - 183
  3. ଟି20 - 125 (ମ୍ୟାଚ୍‌) : ରନ - 4188 (ଶତକ - 1/ ଅର୍ଦ୍ଧଶତକ - 38) - ସର୍ବାଧିକ ସ୍କୋର - 122*
Virat Kohli (IANS PHOTOS)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details