ହାଇଦ୍ରାବାଦ : ବିଶ୍ବ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଦଳ ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳକୁ ଗଣାଯାଏ । କ୍ରିକେଟ୍ ପଡ଼ିଆରେ ଟିମ୍ ଇଣ୍ଡିଆ ସର୍ବଦା ନିଜର ପ୍ରଭାବ ବିସ୍ତାର କରିଆସିଛି । ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏସିଆ କପ୍ ଟାଇଟଲ୍ ସର୍ବାଧିକ ଥର ଜିତିଛି । ଏହା ସହିତ ଭାରତୀୟ ଦଳ 4ଟି ଆଇସିସି ବିଶ୍ବକପ୍ ଜିତିଛି, ଯେଉଁଥିରେ ଦୁଇଟି ଦିନିକିଆ ଏବଂ ଦୁଇଟି ଟି20 ବିଶ୍ବକପ ଅନ୍ତର୍ଭୁକ୍ତ । ଏହିସବୁ ଉପଲବ୍ଧିରେ ଭାରତୀୟ ଧୂଆଁଧାର ବ୍ୟାଟରଙ୍କ ଅବଦାନ ବେଶ ରହିଛି । ଭାରତୀୟ କ୍ରିକେଟ୍ ଦଳ ନିଜ ବୋଲିଂ ତୁଳନାରେ ବ୍ୟାଟିଂ ପାଇଁ ସର୍ବଦା ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ।
ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଏବଂ ରୋହିତ ଶର୍ମାଙ୍କ ଭଳି ଭାରତର ଓପନିଂ ବ୍ୟାଟରମାନେ ଭାରତର ଇନିଂସ ଆରମ୍ଭରୁ ଦଳକୁ ସର୍ବଦା ଆଗରେ ରଖିଥା'ନ୍ତି । ଏହିପରି ଓପନରଙ୍କ ଆକ୍ରାମକ ଆରମ୍ଭ ଯୋଗୁଁ ଭାରତ ମ୍ୟାଚ୍ ଆରମ୍ଭରୁ ହିଁ ପ୍ରତିପକ୍ଷକୁ ପଛକୁ ଠେଲି ଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏପରି କିଛି ଓପନରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଭାରତ ପାଇଁ ପାଳି ଆରମ୍ଭ ତ କରିଛନ୍ତି, ହେଲେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ହେଲେ ଶତକ ସ୍କୋର କରିପାରିନାହାନ୍ତି ।
ଭାରତୀୟ ଓପନିଂ ବ୍ୟାଟର, ଯିଏ ହାସଲ କରିନାହାନ୍ତି ଗୋଟିଏ ବି ଶତକ :-
ଆକାଶ ଚୋପ୍ରା :ଭାରତୀୟ କ୍ରିକେଟ୍ ଦଳର ଏହି ପୂର୍ବତନ କ୍ରିକେଟର ହେଉଛନ୍ତି ସେହି ଓପନିଂ ବ୍ୟାଟରଙ୍କ ମଧ୍ୟରୁ ଜଣେ, ଯିଏ ଭାରତ ପାଇଁ ଇନିଂସ ଆରମ୍ଭ ତ କରିଛନ୍ତି, ହେଲେ ଗୋଟିଏ ବି ଶତକ ହାସଲ କରିପାରିନାହାନ୍ତି । ସେ କେବଳ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି । ଆକାଶ ଚୋପ୍ରା 10ଟି ଟେଷ୍ଟ ମ୍ୟାଚର 19 ଇନିଂସରେ 4ଟି ଅର୍ଦ୍ଧଶତକ ସହାୟତାରେ ଆକାଶ 437 ରନ୍ ସଂଗ୍ରହ କରିଛନ୍ତି ।