ଓଡିଶା

odisha

ETV Bharat / sports

T20 ବିଶ୍ୱକପ: ଉଦଘାଟନୀ ମୁକାବିଲାରେ ଆମେରିକା ବିଜୟୀ, 7 ଓ୍ବିକେଟରେ ହାରିଲା କାନାଡା - T20 World Cup - T20 WORLD CUP

T20 World Cupଠ: ଆଜିଠୁ ଆରମ୍ଭ ହୋଇଯାଇଛି ଟି 20 ବିଶ୍ବକପ । ଉଦଘାଟନୀ ମୁକାବିଲାରେ 7 ଓ୍ବିକେଟରେ କାନାଡାକୁ ହରାଇ ବିଜୟୀ ହେଲା ୟୁଏସଏ । ଅଧିକ ପଢନ୍ତୁ

T20 World Cup
T20 World Cup (@ICC)

By ETV Bharat Odisha Team

Published : Jun 2, 2024, 11:02 AM IST

ଓ୍ବାଶିଂଟନ:ଆଜିଠୁ ଆମେରିକାରେ ଆରମ୍ଭ ହୋଇଯାଇଛି ଟି20 ବିଶ୍ବକପ । ଆୟୋଜକ ୟୁଏସଏ ଓ କାନାଡା ମଧ୍ୟରେ ଖେଳାଯାଇଛି ଉଦଘାଟନୀ ମୁକାବିଲା । ବିଜୟରୁ ଅଭିଯାନ ଆରମ୍ଭ କରିଛି ଆମେରିକା । ଧୂଆଁଧାର ବ୍ୟାଟିଂ କରି 14 ବଲ୍ ବାକି ଥାଇ 7 ଓ୍ବିକେଟରେ କାନାଡାକୁ ହରାଇଛି ୟୁଏସଏ । ଆରୋନ ଜୋନ୍ସଙ୍କ ଅପରାଜିତ 94 ରନ କରି ଶତକରୁ ବଞ୍ଚିତ ହୋଇଛନ୍ତି । ଆଣ୍ଡ୍ରିସ ଗୋଏସଙ୍କ ଅର୍ଦ୍ଧଶତକ ।

ଆଜି ସକାଳ ସମୟରେ ଆମେରିକାର ଗ୍ରାଣ୍ଡ୍ ପ୍ରିରି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୟୁଏସ । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କାନାଡା । ଦଳ 20 ଓଭରରେ ଦଳ 5 ଓ୍ବିକେଟ ହରାଇ 194 ରନ କରିଥିଲା । ଜବାବରେ ଆମେରିକା 3 ଓ୍ବିକେଟ ହରାଇ 17 ବଲ ବାକିଥାଇ 197 ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଆରୋନ ଅପରାଜିତ 94, ଆଣ୍ଡ୍ରିସ 65, ମୋନାନଙ୍କ 16 ରନ କରିଥିଲେ । କାନାଡା ପକ୍ଷରୁ ନବନୀତ 61, ନିକୋଲାସ 51 ଓ ଶ୍ରେୟାସ ଅପରାଜିତ 32 ରନ କରିଥିଲେ । ଉଭୟ ଦଳ ପ୍ରଥମ ଥର ପାଇଁ ବିଶ୍ବକପ ଖେଳୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ: ଅଭ୍ୟାସ ମ୍ୟାଚରେ 60 ରନରେ ଜିତିଲା ଭାରତ, ଋଷଭଙ୍କ ଅର୍ଦ୍ଧଶତକ - T20 World Cup

ଜୁନ 5ରେ ଅଭିଯାନ ଆରମ୍ଭ କରିବ ଭାରତ:ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବା ଆଶା କରାଯାଉଛି । କାହିଁକିନା ଦଳରେ ବହୁ ପ୍ରଭାବୀ ଖେଳାଳି ରହିଛନ୍ତି । ଗତକାଲି ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତ ବିଜୟୀ ହୋଇଛି । 60 ରନରେ ବାଂଲାଦେଶକୁ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ଋଷଭ ପନ୍ତ ଜବରଦସ୍ତ କମବ୍ୟାକ କରିଛନ୍ତି । ସେ ଲଢୁଆ ବ୍ୟାଟିଂ କରି 53 ରନ କରିଥିଲେ । ଆସନ୍ତା 5 ତାରିଖରେ ବିଶ୍ବକପରେ ଅଭିଯାନ ଆରମ୍ଭ କରିବ ଭାରତ । ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡକୁ ଭେଟିବ । ଏହାପରେ 9 ଜୁନରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାଲଢ଼େଇ ହେବ । ଜୁନ 12ରେ ଆମେରିକା ଓ 15ରେ କାନାଡ଼ା ବିପକ୍ଷରେ ମୈଦାନକୁ ଓହ୍ଲାଇବେ ମେନ୍‌ ଇନ୍‌ ବ୍ଲ୍ୟୁ ।

ଟୁର୍ଣ୍ଣାମେଣ୍ଟରେ ଖେଳାଯିବ 55 ମ୍ୟାଚ୍‌: ଟି20 ବିଶ୍ବକପ୍‌ 2024ରେ 20 ଦଳ ମଧ୍ୟରେ ମୋଟ 55ଟି ମ୍ୟାଚ୍‌ ଖେଳାଯିବ । ଆଜିଠୁ 18 ତାରିଖ ମଧ୍ୟରେ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହାପରେ ଜୁନ 19ରୁ 24 ତାରିଖ ମଧ୍ୟରେ ସୁପର-8 ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହି ପର୍ଯ୍ୟାୟରୁ ଯେଉଁ 4ଟି ଦଳ ସେମିରେ ପ୍ରବେଶ କରିବେ, ସେମାନଙ୍କ ମଧ୍ୟରେ ସେମିଫାଇନାଲ୍‌ 26 ଓ 27 ଜୁନରେ ଖେଳାଯିବ । ଶେଷରେ ଫାଇନାଲ୍‌ ମ୍ୟାଚ୍‌ ଜୁନ 29 ତାରିଖରେ ବାରବାଡୋସ୍‌ରେ ଖେଳାଯିବ ।

ABOUT THE AUTHOR

...view details