ନୂଆଦିଲ୍ଲୀ: 2024ରେ କ୍ରୀଡା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ଵ ଚେସ୍ ଚମ୍ପିଆନ୍ ଡି.ଗୁକେଶ, ଅଲିମ୍ପିକ୍ସ ଶୁଟର ମନୁ ଭାକର, ହକି ଖେଳାଳି ହରମନପ୍ରୀତ ସିଂ ଓ ପାରା-ଆଥଲେଟ୍ ପ୍ରବୀଣ କୁମାରଙ୍କୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ-୨୦୨୪’ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ସେହିପରି 32 ଜଣଙ୍କୁ ଅର୍ଜୁନ ପୁରସ୍କାର ଓ 2 ଜଣଙ୍କୁ ଅର୍ଜୁନ ପୁରସ୍କାର (ଲାଇଫ ଟାଇମ୍ ବର୍ଗରେ), 3 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ, 2 ଜଣଙ୍କୁଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍ ବର୍ଗରେ) ପ୍ରଦାନ କରାଯାଇଛି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଆସୁଛି ।
🏆#NationalSportsAwards🏆
— PIB India (@PIB_India) January 17, 2025
Double medalist at the #ParisOlympics @realmanubhaker receives Major Dhyan Chand Khel Ratna Award 2024 from President Droupadi Murmu @rashtrapatibhvn @YASMinistry #NationalSportsAwards2024 pic.twitter.com/CQkXIgYlVr
4 ଜଣଙ୍କୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ':
ବିଶ୍ଵ ଚେସ୍ ଚମ୍ପିଆନ୍ ଡି.ଗୁକେଶଙ୍କ ସଫଳତା:
• 2024ରେ ସିଙ୍ଗାପୁରରେ ଅନୁଷ୍ଠିତ FIDE ବିଶ୍ୱ ଚେସ୍ (କ୍ଲାସିକାଲ୍) ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ।
• 2024ରେ ବୁଦାପେଷ୍ଟରେ ଅନୁଷ୍ଠିତ FIDE 45ତମ ଚେସ୍ ଅଲିମ୍ପିଆଡ୍ (ଓପନ୍ ଟିମ୍)ରେ ସ୍ୱର୍ଣ୍ଣ ପଦକ।
• 2024ରେ ବୁଦାପେଷ୍ଟରେ ଅନୁଷ୍ଠିତ FIDE 45ତମ ଚେସ୍ ଅଲିମ୍ପିଆଡ୍ (ବ୍ୟକ୍ତିଗତ)ରେ ସ୍ୱର୍ଣ୍ଣ ପଦକ।
🏆#NationalSportsAwards🏆
— PIB India (@PIB_India) January 17, 2025
President Droupadi Murmu confers Major Dhyan Chand Khel Ratna Award 2024 on World Chess Champion @DGukesh at Rashtrapati Bhavan
@rashtrapatibhvn @YASMinistry #NationalSportsAwards2024 pic.twitter.com/Y2J6vdu4yI
ଶୁଟର ମନୁ ଭାକର
• 2024ରେ ପ୍ୟାରିସ ଅଲିମ୍ପିକ୍ସରେ ମହିଳା 10 ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ।
🏆#NationalSportsAwards🏆
— PIB India (@PIB_India) January 17, 2025
Men’s Hockey Team Captain Harmanpreet Singh (@13harmanpreet) receives the Major Dhyan Chand Khel Ratna Award 2024 from President Droupadi Murmu at Rashtrapati Bhavan@rashtrapatibhvn @YASMinistry #NationalSportsAwards2024 pic.twitter.com/5j4X13ffE2
• 2024 ଅଲିମ୍ପିକ୍ସରେ ମିଶ୍ରିତ ଦଳ 10 ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ।
ହକି ଖେଳାଳି ହରମନପ୍ରୀତ ସିଂ
🏆#NationalSportsAwards🏆
— PIB India (@PIB_India) January 17, 2025
President Droupadi Murmu confers the #DronacharyaAward 2024 on Subhash Rana for his exceptional coaching and helping athletes excel in international events of para-shooting@YASMinistry@rashtrapatibhvn pic.twitter.com/im1Cg1Bidj
• ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଗେମ୍ସ (ପୁରୁଷ ହକି ଦଳ)ରେ ବ୍ରୋଞ୍ଜ ପଦକ।
• ୨୦୨୧ ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସ (ପୁରୁଷ ହକି ଦଳ)ରେ ବ୍ରୋଞ୍ଜ ପଦକ।
• ୨୦୨୩ ୧୯ତମ ଏସୀୟ ଗେମ୍ସ (ପୁରୁଷ ହକି ଦଳ)ରେ ସ୍ୱର୍ଣ୍ଣ ପଦକ।
🏆#NationalSportsAwards🏆
— PIB India (@PIB_India) January 17, 2025
Deepali Deshpande receives the #DronacharyaAward 2024 from President Droupadi Murmu at Rashtrapati Bhavan for her exceptional coaching in shooting.@rashtrapatibhvn @YASMinistry #NationalSportsAwards2024 pic.twitter.com/sLzmkxi15z
ପାରା-ଆଥଲେଟ୍ ପ୍ରବୀଣ କୁମାର:
• 2024 ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ସ୍ୱର୍ଣ୍ଣ ପଦକ।
• ୨୦୨୧ରେ ଟୋକିଓ ପାରାଅଲିମ୍ପିକ୍ ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ରୌପ୍ୟ ପଦକ।
• ୨୦୨୩ ଚତୁର୍ଥ ଏସୀୟ ପାରା ଗେମ୍ସ (ପୁରୁଷଙ୍କ ହାଇ ଜମ୍ପ T64)ରେ ସ୍ୱର୍ଣ୍ଣ ପଦକ।
🏆#NationalSportsAwards🏆
— PIB India (@PIB_India) January 17, 2025
Boxer Saweety receives #ArjunaAward 2024 from President Droupadi Murmu at Rashtrapati Bhavan. She has won a Gold medal 🏅 at the IBA women’s world boxing championship.@rashtrapatibhvn @YASMinistry #NationalSportsAwards2024 pic.twitter.com/Jocv2SOp7F
32 ଜଣଙ୍କୁ ଅର୍ଜୁନ ପୁରସ୍କାର:
କ୍ରୀଡାରେ ଉନ୍ନତ ପ୍ରଦର୍ଶନ ପାଇଁ ଏଥର 32 ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ 17 ଜଣ ପାରା ଆଥଲେଟ୍ ରହିଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା କୁସ୍ତିଯୋଦ୍ଧା ଅମନ ସେରାୱତ , ସୁଟର ସ୍ୱପ୍ନିଲ କୁସାଲେ, ସରବଜୋତ ସିଂହ ରହିଛନ୍ତି । ଅନ୍ୟ ଖେଳାଲି ହେଉଛନ୍ତି...
ଜ୍ୟୋତି ୟାରାଜୀ ( ଆଥଲେଟିକ୍ସ), ଅନ୍ନୁ ରାନି (ଆଥଲେଟିକ୍ସ), ନିତୁ ଘାଙ୍ଗସ୍ (ବକ୍ସିଂ), ସ୍ବିଇଟି ବୋରା (ବକ୍ସିଂ), ବନ୍ତିକା ଭାଣ୍ଟିକା ଅଗ୍ରୱାଲ୍ (ଚେସ୍ ), ସାଲିମା ଟେଟେ (ହକି ), ଅଭିଷେକ (ହକି), ସଞ୍ଜୟ (ହକି), ଜରମନପ୍ରୀତ ସିଂ (ହକି), ସୁଖଜିତ ସିଂ (ହକି), ରାକେଶ କୁମାର (ପାରା-ତୀରନ୍ଦାଜ), ପ୍ରୀତି ପାଲ୍ (ପାରା-ଆଥଲେଟିକ୍ସ) ଜୀବାଞ୍ଜୀ ଦୀପ୍ତି (ପାରା-ଆଥଲେଟିକ୍ସ ), ଅଜିତ ସିଂ - (ପାରା-ଆଥଲେଟିକ୍ସ ), ସଚିନ୍ ସରଜେରାଓ ଖିଲାରୀ (ପାରା-ଆଥଲେଟିକ୍ସ ), ଧରମବୀର ( ପାରା-ଆଥଲେଟିକ୍ସ ), ପ୍ରଣବ ସୋର୍ମା (ପାରା-ଆଥଲେଟିକ୍ସ ), ହୋକାଟୋ ହୋଟୋଜେ ସେମା (ପାରା-ଆଥଲେଟିକ୍ସ), ସିମରନ୍ ଶର୍ମା (ପାରା-ଆଥଲେଟିକ୍ସ), ନବଦୀପ ସିଂ ( ପାରା-ଆଥଲେଟିକ୍ସ), ନୀତେଶ କୁମାର (ପାରା-ବ୍ୟାଡମିଣ୍ଟନ୍), ଥୁଲାସିମାଥୀ ମୁରୁଗେସାନ୍ (ପାରା-ବ୍ୟାଡମିଣ୍ଟନ୍), ନିତ୍ୟା ଶ୍ରୀ ସିବାନ୍ (ପାରା-ବ୍ୟାଡମିଣ୍ଟନ୍), ମନୀଷା ରାମାଦାସ (ପାରା-ବ୍ୟାଡମିଣ୍ଟନ୍ ), କପିଲ ପରମାର (ପାରା-ଜୁଡୋ), ମୋନା ଅଗ୍ରୱାଲ ( ପାରା-ସୁଟିଙ୍ଗ୍ ), ରୁବିନା ଫ୍ରାନ୍ସିସ୍ (ପାରା-ସୁଟିଙ୍ଗ୍ ), ଅଭୟ ସିଂ ( ସ୍କ୍ୱାସ୍), ସାଜନ ପ୍ରକାଶ - (ସ୍ବିମିଂ) ।
🏆#NationalSportsAwards🏆 #ParaArcher Rakesh Kumar from #Katra receives the prestigious #ArjunaAward from President Droupadi Murmu in recognition of his outstanding achievements in sports @rashtrapatibhvn @YASMinistry #NationalSportsAwards2024 pic.twitter.com/60P3aNfW5F
— PIB India (@PIB_India) January 17, 2025
ଅର୍ଜୁନ ପୁରସ୍କାର (ଲାଇଫ ଟାଇମ୍ ବର୍ଗରେ)
ସୁଚା ସିଂହ (ଆଥଲେଟିକ୍ସ)
ମୁରଲିକାନ୍ତ ପେଟାକର (ପାରା ସ୍ବିମିଂ)
ଦ୍ରୋଣାଚାର୍ଯ୍ୟ ପୁରସ୍କାର (ରେଗୁଲାର ବର୍ଗ)
ସୁଭାଷ ରଣା (ପାରା ସୁଟିଂ)
ଦୀପାଲି ଦେଶପାଣ୍ଡେ (ସୁଟିଂ)
ସନ୍ଦୀପ (ହକି)
(ଲାଇଫ ଟାଇମ୍ ବର୍ଗରେ)
ଏସ ମୁରଲି ଧରନ (ବ୍ୟାଡମିଣ୍ଟନ)
ଅରମାନଡୋ କୋଲାକୋ (ଫୁଟବଲ)