ଓଡିଶା

odisha

ETV Bharat / sports

ଲିଜେଣ୍ଡସ୍‌ ଲିଗ୍‌ ଚମ୍ପିଆନ ସଦର୍ଣ୍ଣ ସୁପରଷ୍ଟାର୍ସ, 1 ରନରେ ହାରିଲା କୋଣାର୍କ ସୂର୍ଯ୍ୟାସ

ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫାଇନାଲ ମ୍ୟାଚରେ ହେଲା ସୁପର ଓଭର । କୋଣାର୍କ ସୂର୍ଯ୍ୟାସକୁ ହରାଇ ଟ୍ରଫି ଉଠାଇଲା ସଦର୍ଣ୍ଣ ସୁପରଷ୍ଟାର୍ସ ।

By ETV Bharat Odisha Team

Published : 5 hours ago

League Cricket trophy 2024
League Cricket trophy 2024 (@llct20)

ହାଇଦ୍ରାବାଦ: ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫାଇନାଲ ମ୍ୟାଚରେ ସୁପର ଓଭର ଦେଖିଲେ ଦର୍ଶକ । ରୋମାଞ୍ଚକର ମୁକାବିଲାରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାକୁ ହରାଇ ଚମ୍ପିଆନ ହେଲା ସଦର୍ଣ୍ଣ ସୁପରଷ୍ଟାର୍ସ । 1 ରନରେ ଫାଇନାଲ ମ୍ୟାଚ ଜିତି ଟ୍ରଫି ହାତେଇଲା ଦୀନେଶ କାର୍ତ୍ତିକଙ୍କ ସଦର୍ଣ୍ଣ ସୁପରଷ୍ଟାର୍ସ ବାହିନୀ । ହାମିଲଟନ ଧୂଆଁଧାର ବ୍ୟାଟିଂ କରି 83 ରନ କରିଥିବାରୁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ମାର୍ଟିନ ଗୁପ୍ତା ପ୍ଲେୟର ଅଫ ଦ ଟୁର୍ମାମେଣ୍ଟ ଟାଇଟେଲ ହାତେଇଛନ୍ତି । ସଂଘର୍ଷମୟ ବ୍ୟାଟିଂ କରିଥିଲେ ବି ଦଳକୁ ବିଜୟୀ କରିବାରେ କାମ ଦେଲାନି କୋଣାର୍କ ସୂର୍ଯ୍ୟାସ ୟୁସୁଫ ପଠାନଙ୍କ ଲଢୁଆ ବ୍ୟାଟିଂ । ବିଫଳ ହେଲା ଦୀଲସାନଙ୍କ ଘାତକ ବୋଲିଂ ।

ଫାଇନାଲରେ ଚିତାକର୍ଷକ ମ୍ୟାଚ ଦେଖିଲେ ଦର୍ଶକ:

ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟର ଫାଇନାଲ ମ୍ୟାଚ ବେଶ ଚିତାକର୍ଷକ ଥିଲା । ପ୍ରଥମେ ବ୍ୟାଟିଂ କରି ସଦର୍ଣ୍ଣ ସୁପରଷ୍ଟାର୍ସ 6 ଓ୍ବିକେଟ ହରାଇ 164 ରନ କରିଥିଲା । ପରେ କୋଣାର୍କ ସୂର୍ଯ୍ୟାସ ବ୍ୟାଟିଂ କରି 9 ଓ୍ବିକେଟ ହରାଇ 164 ରନ କରିଥିଲା । ଦୁଇ ଦଳ ସ୍କୋର ସମାନ ହେବାପରେ ସୁପରଓଭର ମ୍ୟାଚ ଖେଳାଯାଇଥିଲା । ଯାହା ଫାଇନାଲ ମ୍ୟାଚର ରୋମାଞ୍ଚକୁ ଆହୁରି ବଢାଇ ଦେଇଥିଲା । କିଏ ହେବ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ସେନେଇ ଦର୍ଶନକଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ସୁପରଓଭରରେ କୋଣାର୍କ ସୂର୍ଯ୍ୟାସ ଏକ ଓଭରରେ ଗୋଟିଏ ଓ୍ବିକେଟ ହରାଇ 13 ରନ କରିଥିଲା । ଜବାବରେ ସଦର୍ଣ୍ଣ ସୁପରଷ୍ଟାର୍ସ ଗୋଟିଏ ବଲ ବାକି ଥାଇ 14 ରନ କରି ଚମ୍ପିଆନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲିଜେଣ୍ଡସ୍‌ ଲିଗ୍‌ ଫାଇନାଲ୍‌ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା; ରୋମାଞ୍ଚକର ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇଲା

ଏହା ମଧ୍ୟ ପଢନ୍ତୁ-ବର୍ଷାରେ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଦିନ, ଦ୍ୱିତୀୟ ଦିନ ଖେଳ ସମ୍ଭାବନା କମ, ଫ୍ୟାନ୍ସ ନିରାଶ

କେମିତି ଥିଲା ମ୍ୟାଚ ?

ବୁଧବାର ଜମ୍ମୁ କାଶ୍ମୀରର ବାକ୍ସି ଷ୍ଟାଡିୟମରେ କୋଣାର୍କ ସୂର୍ଯ୍ୟାସଓ ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ମ୍ୟାଚ ଖେଳାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସଦର୍ଣ୍ଣ ସୁପରଷ୍ଟାର୍ସ । ଓପନିଂ ଯୋଡି ମାର୍ଟିନ ଗୁପଟିଲ ଓ ଶ୍ରୀବାତ୍ ଗୋସ୍ୱାମୀ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ଏହି ଜୋଡି ପଡିଆରେ ବେଶି ସମୟ ତିଷ୍ଠି ପାରିନଥିଲେ । ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ ଶ୍ରୀବାତ୍ ଓ ମାର୍ଟିଲ ମାତ୍ର 27 ରନ କରି ଆଉଟ ହୋଇଥିଲେ । ଏହାପରେ ହାମଲିନଟନ ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିସେ ସେ 83 ରନ କରିଥିବା ବେଳେ ପଓ୍ବାନ 33 ଓ ଚତୁରଙ୍ଗା ଦେ ସିଲଭା 9 ରନ କରିଥଲେ । 25 ଓଭରରେ ଦଳ 6 ଓ୍ବିକେଟ ହରାଇ 164 ରନ କରିଥିଲା । କୋଣାର୍କ ପକ୍ଷରୁ ଦୀଲସାନ ଘାତକ ବୋଲିଂ କରି 4ଟି ଓ୍ବିକେଟ ନେଇଥିବା ବେଳେ ଦିଓ୍ବେସ 1 ଓ ଇରଫାନ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହାପରେ 165 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କୋଣାର୍କ ଦଳ । ଆରମ୍ଭରୁ ଓ ମିଡିଲ ଅର୍ଡରରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ପାଳି ସମ୍ଭାଳି ନେଥିଲେ ୟୁସୁଫ ପଠାନ । ସେ ସର୍ବାଧିକ 85 ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର 20 ରନ କରିବାକୁ ମଧ୍ୟ ସମର୍ଥ ହୋଇନଥିଲେ । ଦଳ 9 ଓ୍ବିକେଟ ହରାଇ 164 ରନରେ ଅଟକିଯାଇଥିଲା । ସଦର୍ଣ୍ଣ ସୁପରଷ୍ଟାର୍ସ ବୋଲରଙ୍କ ଘାତକ ବୋଲିଂ ଯୋଗୁ ବିଜୟ ଲକ୍ଷ୍ୟ ହାସଲର ଗୋଟିଏ ରନ ପଛରେ ରହିଯାଇଥିଲା ଦଳ । ଏହା ପରେ ସୁପର ଓଭଲ ମ୍ୟାଚ ଖେଳାଯାଇଥିଲା । ସଦର୍ଣ୍ଣ ସୁପରଷ୍ଟାର୍ସ ପକ୍ଷରୁ ଚତୁରଙ୍ଗା ଡେ ସିଲଭା 2ଟି, ହାମିଡ 2ଟି ଏ ଆବଡର 2ଟି ଓ୍ବିକେଟ ନେଇଥିଲେ ।

ABOUT THE AUTHOR

...view details