ଓଡିଶା

odisha

ETV Bharat / sports

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ପତ୍ନୀଙ୍କ ସହ ଆନ୍ଦୋଳନକୁ ଓହ୍ଲାଇବେ ସୌରଭ ଗାଙ୍ଗୁଲି - Sourav Ganguly on Kolkata Rape Case - SOURAV GANGULY ON KOLKATA RAPE CASE

Sourav Ganguly to join Protest against RG Kar Incident : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ

ସୌରଭ ଗାଙ୍ଗୁଲି
Sourav Ganguly (ETV Bharat Odisha)

By ETV Bharat Sports Team

Published : Aug 20, 2024, 7:32 PM IST

କୋଲକାତା : ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନକୁ ଓହ୍ଲାଇବେ । 'ଦାଦା' ନାମରେ ଜଣାଶୁଣା ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲି ବୁଧବାର ଦିନ ପତ୍ନୀ ଡୋନାଙ୍କ ନୃତ୍ୟ ବିଦ୍ୟାଳୟ ଦୀକ୍ଷା ମଞ୍ଜାରୀ ଦ୍ବାରା ଆୟୋଜିତ ଏକ ରାଲିରେ ଯୋଗଦେବାର ସମ୍ଭାବନା ରହିଛି । କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ହିଂସକ ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଏହି ରାଲିର ଆୟୋଜନ କରାଯାଉଛି । ବୁଧବାର ସନ୍ଧ୍ୟା 7ଟାରେ ଆରମ୍ଭ ହେବାକୁଥିବା ଏହି ରାଲିରେ ଡୋନା (ଗାଙ୍ଗୁଲିଙ୍କ ପତ୍ନୀ) ସ୍କୁଲର ସମସ୍ତ ପ୍ରଶିକ୍ଷାର୍ଥୀ ସାମିଲ ହେବେ ।

ପ୍ରୋଫାଇଲକୁ କଳା କରି ହେଲେ ଟ୍ରୋଲ :-

ଏହାପୂର୍ବରୁ, ଅଗଷ୍ଟ 19ରେ ସୌରଭ ଗାଙ୍ଗୁଲି ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋକୁ ବଦଳାଇ କଳା ରଙ୍ଗ କରିଥିଲେ । ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନିଂ ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ବିରୋଧରେ ହଜାର ହଜାର ସୋସିଆଲ ମିଡିଆ ୟୁଜର୍ସଙ୍କ ଭଳି ଗାଙ୍ଗୁଲି ମଧ୍ୟ ନିଜ ସୋସିଆଲ ମିଡିଆରେ ପ୍ରୋଫାଇଲ୍ ଫଟୋକୁ ପରିବର୍ତ୍ତନ କରିଥିଲେ । ହେଲେ ଏଥିପାଇଁ ଗାଙ୍ଗୁଲିଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । କାରଣ ନେଟିଜେନ୍ସମାନେ ତାଙ୍କୁ କେବଳ ସୋସିଆଲ ମିଡିଆରେ ନୁହେଁ, ବରଂ ରାଜରାସ୍ତାକୁ ଆସି ଖୋଲାଖୋଲି ବିରୋଧ କରିବାକୁ କହିଥିଲେ । ବୋଧହୁଏ ସେଥିପାଇଁ ଗାଙ୍ଗୁଲି ବର୍ତ୍ତମାନ ଏହି ପ୍ରତିବାଦରେ ଖୋଲାଖୋଲି ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୋସିଆଲ ମିଡିଆରେ ଗାଙ୍ଗୁଲିଙ୍କୁ ପ୍ରବଳ ଗାଳି :-

ସୋସିଆଲ ମିଡିଆରେ ନେଟିଜେନ୍ସ ମାନେ ଗାଙ୍ଗୁଲିଙ୍କୁ ତାଙ୍କର ପ୍ରୋଫାଇଲ୍ ଫଟୋ କଳା କରିବା ପରେ ଖୁବ ସମାଲୋଚନା କରିଥିଲେ ଏବଂ ତାଙ୍କୁ ବହୁତ ଗାଳି ଦେଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାରେ ଗାଙ୍ଗୁଲିଙ୍କ ଅସମ୍ବେଦନଶୀଳ ମନ୍ତବ୍ୟ ପରେ ସେ ଏହାକୁ ଲୁଚାଇବାକୁ ଯାଇ ଏଭଳି ଫଟୋ ରଖିଥିବା କହିଥିଲେ ୟୁଜର୍ସ । କିଛି ୟୁଜର୍ସ ଗାଙ୍ଗୁଲିଙ୍କୁ ନିଜ ବିବୃତ୍ତି ପାଇଁ କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି । ଜଣେ ୟୁଜର୍ କହିଛନ୍ତି, 'ଅସମ୍ବେଦନଶୀଳ ମନ୍ତବ୍ୟ ପାଇଁ ମିଳିଥିବା ସମସ୍ତ ପ୍ରତିକ୍ରିୟା ପରେ ଏହା ଏକ ଡ୍ରାମା ।' ଅନ୍ୟ ଜଣେ ଲେଖିଛନ୍ତି, 'ମୋ ପାଇଁ କୋଲକାତା ଅର୍ଥ ଆପଣ, ମୁଁ ଆପଣଙ୍କୁ କୋଲକାତାର ରାଜକୁମାର ବୋଲି ଭାବେ, ଆପଣଙ୍କୁ ସେହି ବାକ୍ୟ ପାଇଁ କ୍ଷମା ମାଗିବା ଉଚିତ୍ ।'

କଣ କହିଥିଲେ ଗାଙ୍ଗୁଲି ? :-

ପ୍ରକାଶ ଥାଉ, ଏହା ପୂର୍ବରୁ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗରେ ଥିବା ମମତା ବାନାର୍ଜୀ ସରକାରଙ୍କୁ ରକ୍ଷା କରିବାକୁ ଯାଇ ଏହି ଜଘନ୍ୟ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ଏହାକୁ ଏକ 'ଦୁର୍ଘଟଣା' ବୋଲି କହିଥିଲେ । ସେ କହିଥିଲେ, "ମୁଁ ଭାବୁନାହିଁ ଯେ ଗୋଟିଏ ଘଟଣା ଆଧାରରେ ହିଁ ସବୁକିଛି ବିଚାର କରାଯିବା ଉଚିତ । ଏହି ଗୋଟିଏ ଘଟଣା ପାଇଁ ସମସ୍ତେ ସୁରକ୍ଷିତ ନୁହଁନ୍ତି ବୋଲି ଭାବିବାର କୌଣସି ଅର୍ଥ ନାହିଁ । ସମଗ୍ର ବିଶ୍ବରେ ଏଭଳି ଦୁର୍ଘଟଣା ଘଟେ । ହେଲେ ଝିଅମାନେ ସୁରକ୍ଷିତ ନୁହଁନ୍ତି ବୋଲି ଭାବିବା ଅନୁଚିତ । କେବଳ ପଶ୍ଚିମବଙ୍ଗରେ ନୁହେଁ, ସମଗ୍ର ଭାରତରେ ମହିଳାମାନେ ସୁରକ୍ଷିତ ଅଛନ୍ତି । ଯେଉଁଠାରେ ଆମେ ରହୁଛୁ, ତାହା ସର୍ବୋତ୍ତମ ସ୍ଥାନ । କୌଣସି ଗୋଟିଏ ଘଟଣାକୁ ନେଇ ସବୁକଥା ବିଚାର କରିବା ଉଚିତ୍ ନୁହେଁ ।

ପରେ ପୁଣି ରଖିଲେ ସ୍ପଷ୍ଟୀକରଣ :-

ଏଭଳି ଅସମ୍ବେଦନଶୀଳ ବିବୃତ୍ତି ପରେ ବହୁ ସମାଲୋଚନାର ସମ୍ମୁଖୀନ ହେବା ପରେ ଗାଙ୍ଗୁଲି ପୁଣିଥରେ ନିଜ କଥାର ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ, "ମୁଁ ଜାଣେ ନାହିଁ ଯେ ଗତ ରବିବାର ମୁଁ ଯାହା କହିଥିଲି, ଏହାର ଅର୍ଥ କ’ଣ ବାହାର କରାଗଲା ବା ଏହାର ବ୍ୟାଖ୍ୟା କିପରି କରାଯାଇଥିଲା । ମୁଁ ଏହା ପୂର୍ବରୁ କହିଛି ଅପରାଧ ଏକ ଭୟଙ୍କର କାର୍ଯ୍ୟ । ବର୍ତ୍ତମାନ ସିବିଆଇ ଏବଂ ପୋଲିସ ଏହି ମାମଲାର ତଦନ୍ତ କରୁଛନ୍ତି । ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ ଅଟେ ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା; ସୋସିଆଲ ମିଡିଆରେ ବଡ଼ ସନ୍ଦେଶ ଦେଲେ ସୂର୍ଯ୍ୟକୁମାର ଯାଦବ - Suryakumar Yadav On Kolkata Case

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details