ଓଡିଶା

odisha

By ETV Bharat Odisha Team

Published : Jan 27, 2024, 9:42 PM IST

ETV Bharat / sports

ପନ୍ତଙ୍କ ପ୍ରଶଂସାରେ ଶତମୁଖ ଗାଙ୍ଗୁଲି, କହିଲେ କୋହଲିଙ୍କ ପରେ ସର୍ବଶ୍ରେଷ୍ଠ ବ୍ୟାଟର

Saurav Ganguly on Rishabh Pant: ବିରାଟ କୋହଲିଙ୍କ ପରେ ସର୍ବଶ୍ରେଷ୍ଠ ବ୍ୟାଟର ବାଛିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ପନ୍ତଙ୍କ ପ୍ରଶଂସାରେ ଶତମୁଖ ହେଲେ ଦାଦା । ଅଧିକ ପଢ଼ନ୍ତୁ

ପନ୍ତଙ୍କ ପ୍ରଶଂସାରେ ଶତମୁଖ ଗାଙ୍ଗୁଲି
ପନ୍ତଙ୍କ ପ୍ରଶଂସାରେ ଶତମୁଖ ଗାଙ୍ଗୁଲି

କୋଲକାତା: ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଭାରତୀୟ ପ୍ରଶଂସକ ପଡ଼ିଆରେ ଋଷଭ ପନ୍ତଙ୍କ ଛକା ଚୌକା ଦେଖି ନାହାନ୍ତି । ଜାରି ରହିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଋଷଭ ଫେରି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଏହା ହେଲାନାହିଁ । ଏବେ ବି ନିଜ ପ୍ରିୟ ଖେଳାଳିଙ୍କ ଅପେକ୍ଷାରେ ରହିଛନ୍ତି ପନ୍ତଙ୍କ ପ୍ରଶଂସକ । ଏହାରି ଭିତରେ ଏହି ବାମହାତୀ ଷ୍ଟାର ବ୍ୟାଟରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏପରିକି ବିରାଟ କୋହଲିଙ୍କ ପରେ ପନ୍ତଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟର ଭାବେ ବର୍ଣ୍ଣନା କରିଛନ୍ତି ଦାଦା ।

କୋଲକାତାର ଲେଖକ ଅର୍ଘା ବାନାର୍ଜୀଙ୍କ ଦ୍ବାରା ଲିଖିତ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ପୁସ୍ତକ ଆଜି (ଶନିବାର) ଉନ୍ମୋଚନ ହୋଇଛି । ନିଜେ ଗାଙ୍ଗୁଲି ଏହି ପୁସ୍ତକର ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକ ସାମ୍ବାଦିକ ସମ୍ମିଳନୀରେ ଋଷଭ ପନ୍ତଙ୍କୁ ବିରାଟ କୋହଲିଙ୍କ ପରେ ସର୍ବଶ୍ରେଷ୍ଠ ବ୍ୟାଟର ବୋଲି ଅଭିହିତ କରିଛନ୍ତି ଦାଦା ଗାଙ୍ଗୁଲି । ଏପରିକି ସେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କର ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ଋଷଭ ପନ୍ତ ଫିଟ୍‌ ହୋଇଗଲେ ସେ ଏକ ବଡ଼ ଖେଳାଳି ହୋଇ ଆସିବେ । ସମ୍ଭବତଃ ବିରାଟ କୋହଲିଙ୍କ ପରେ ସେ ସବୁଠାରୁ ଶ୍ରେଷ୍ଠ ଖେଳାଳି । କୋହଲି ଗୋଟିଏ ଦିନରେ ସର୍ବଶ୍ରେଷ୍ଠ ହୋଇନାହାନ୍ତି । ଋଷଭଙ୍କ ପାଖରେ ମଧ୍ୟ ସେହି କ୍ଷମତା ରହିଛି । ଏବେ ସେ ଖରାପ ସମୟ ଦେଇ ଗତି କରୁଛନ୍ତି । ଯେତେବେଳେ ଫେରିବେ, ଭଲ ପ୍ରଦର୍ଶନ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଭାରତ ବନାମ ଇଂଲଣ୍ଡ: ଓଲି ପୋପ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ, ୧୨୬ ରନରେ ଆଗୁଆ ଇଂଲଣ୍ଡ

ଏବେ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି ସୌରଭ ଗାଙ୍ଗୁଲି । ଏହି ଟିମ୍‌ରେ ଋଷଭ ପନ୍ତ ଏବେ ଅଧିନାୟକ ଅଛନ୍ତି । ଅନେକ ସମୟରେ ଦାଦା ପନ୍ତଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥାଏ । ପନ୍ତଙ୍କ ବ୍ୟତୀତ ଯୁବ ବ୍ୟାଟର ଶୁଭମନ ଗିଲ ଓ ଶ୍ରେୟସ ଆୟରଙ୍କୁ ନେଇ ମଧ୍ୟ ଟିପ୍ପଣୀ ରଖିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, "ସେମାନଙ୍କୁ ଏବେ ଟେଷ୍ଟ କ୍ରିକେଟରେ ନିଜକୁ ପ୍ରମାଣିତ କରିବାକୁ ହେବ । ଗିଲ୍‌ଙ୍କୁ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍‌ରେ ଅଧିକରୁ ଅଧିକ ରନ ସଂଗ୍ରହ କରିବାକୁ ହେବ । ତେବେ ଯାଇ କ୍ରିକେଟର ଏହି ଲମ୍ବା ଫର୍ମାଟରେ ସେ ନିଜର ସ୍ଥାନ ପକ୍କା କରିପାରିବେ । ଶ୍ରେୟସଙ୍କୁ ମଧ୍ୟ ବିଦେଶ ମାଟିରେ ନିଜର କ୍ଷମତା ପ୍ରଦର୍ଶନ କରିବାକୁ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details