ଓଡିଶା

odisha

ETV Bharat / sports

ODIରେ ବିଶ୍ବ ରେକର୍ଡ, ସଚିନ-ବିରାଟଙ୍କୁ ପଛରେ ପକାଇଲେ ଆଫଗାନିସ୍ତାନ ବ୍ୟାଟର - RAHMANULLAH GURBAZ ODI RECORD

ଦିନିକିଆରେ ସର୍ବ କନିଷ୍ଠ ଖେଳାଳି ଭାବେ ଅଷ୍ଟମ ଶତକ ହାସଲ କଲେ ଆଫଗାନିସ୍ତାନ ଯୁବ ବ୍ୟାଟ୍ସମ୍ୟାନ । ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ।

Rahmanullah Gurbaz
Rahmanullah Gurbaz (AFP Photo)

By ETV Bharat Odisha Team

Published : Nov 12, 2024, 1:04 PM IST

ହାଇଦ୍ରାବାଦ: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ପଛରେ ପକାଇଲେ ଆଫଗାନିସ୍ତାନ କ୍ରିକେଟ । ଆଫଗାନ ଦଳର ଓପନର ତଥା ବ୍ୟାଟ୍ସମ୍ୟାନ ରେହମାନୁଲ୍ଲା ଗୁରବାଜ ଦିନିକିଆରେ ଶତକ ହାସଲ କରିବାରେ ନୂଆ ରେକର୍ଡ କରିଛନ୍ତି । ମାତ୍ର 22 ବର୍ଷ ବୟସରେ ସେ ଦିନିକିଆରେ 8ଟି ଶତକ ହାସଲ କରି ଦ୍ବିତୀୟ ସର୍ବ କନିଷ୍ଠ ବ୍ୟାଟ୍ସମ୍ୟାନ ହୋଇ ପାରିଛନ୍ତି । ରେହମାନୁଲ୍ଲାଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ ଦିନିକିଆ ସିରିଜରେ ଆଫଗାନ ଦଳର ବିଜୟ ହୋଇଛି ।

ଗତକାଲି(ସୋମବାର) ଶାରଜାରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନ 5 ଓ୍ବିକେଟରେ ବିଜୟୀ ହୋଇ 2-1ରେ ସିରିଜ ହାତେଇଥିଲା । 120 ବଲରେ 101 ରନ ଶହ ଶତକ ହାସଲ କରିଥିଲେ ରେହମାନୁଲ୍ଲା ।

ଦିନିକିଆରେ ଅଷ୍ଟମ ଶତକ ହାସଲ କରିବାରେ ସର୍ବକନିଷ୍ଠ :

ବାଂଲାଦେଶ ବିପକ୍ଷରେ 101 ର ଚମତ୍କାର ଇନିଂସ ସହିତ 22 ବର୍ଷ 349 ଦିନ ବୟସରେ ଗୁରୁବାଜ ଦ୍ୱିତୀୟ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ଅଷ୍ଟମ ଶତକ ହାସଲ କରିଥିଲେ । ଅଷ୍ଟମ ଶତକ ହାସଲ କରିବାରେ ସର୍ବ କନିଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ୱିଣ୍ଟନ୍ ଡି କକ୍ । ସେ 22 ବର୍ଷ 312 ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ । ଏଥି ସହିତ ଗୁରୁବାଜ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ତେନ୍ଦୁଲକରଙ୍କୁ ଯେତେବେଳେ 22 ବର୍ଷ 357 ଦିନ ହୋଇଥିଲା ସେ ଦିନିକିଆରେ ଅଷ୍ଟମ ଶତକ ହାସଲ କରିଥିଲେ । ବିରାଟ କୋହଲି 23 ବର୍ଷ 27 ଦିନ ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ 23 ବର୍ଷ 280 ଦିନରେ ଏହି ରେକର୍ଡ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ହୃଦୟ ଜିତିଲେ ଆଫଗାନିସ୍ତାନ କ୍ରିକେଟର ରେହମାନୁଲ୍ଲା ଗୁରବାଜ, ଅସହାୟଙ୍କୁ ବଢାଇଲେ ସହାୟତା ହାତ

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ପାକିସ୍ତାନର ବିପର୍ଯ୍ୟୟ ଜାରି, ୮ ୱିକେଟ୍‌ରେ ଆଫଗାନିସ୍ତାନର ଐତିହାସିକ ବିଜୟ

ଦିନିକିଆରେ ୮ ଶତକ ହାସଲ କରିବାକୁ କନିଷ୍ଠ ବ୍ୟାଟ୍ସମ୍ୟାନ୍:

  • କ୍ୱିଣ୍ଟନ୍ ଡି କକ୍ (ଦକ୍ଷିଣ ଆଫ୍ରିକା): 22 ବର୍ଷ, 312 ଦିନ
  • ରେହମାନୁଲ୍ଲା (ଆଫଗାନିସ୍ତାନ): 22 ବର୍ଷ, 349 ଦିନ
  • ସଚିନ ତେନ୍ଦୁଲକର (ଭାରତ): 22 ବର୍ଷ, 357 ଦିନ
  • ବିରାଟ କୋହଲି (ଭାରତ): 23 ବର୍ଷ, 27 ଦିନ
  • ବାବର ଆଜାମ (ପାକିସ୍ତାନ): 23 ବର୍ଷ, 280 ଦିନ

23 ବର୍ଷ ବୟସରେ ସର୍ବାଧିକ ଶତକ କରିଥିବା ଖେଳାଳି:

  • ସଚିନ ତେନ୍ଦୁଲକର (ଭାରତ) - 8
  • କ୍ୱିଣ୍ଟନ୍ ଡି କକ୍ (ଦକ୍ଷିଣ ଆଫ୍ରିକା) - 8
  • ରହମାନୁଲ୍ଲା ଗୁରୁବାଜ (ଆଫଗାନିସ୍ତାନ) - 8
  • ବିରାଟ କୋହଲି (ଭାରତ) -7
  • ଉପୁଲ ଥରଙ୍ଗା (ଶ୍ରୀଲଙ୍କା) - 6
  • ବାବର ଆଜାମ (ପାକିସ୍ତାନ) - 6

ABOUT THE AUTHOR

...view details