ଓଡିଶା

odisha

ETV Bharat / sports

ସାଉଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ: ଭାରତର ପ୍ରତିନିଧିତ୍ବ କରିବେ ରାଉରକେଲାର ପୁଅ ପ୍ରତୀକ - South Asian Athletic Championship

South Asian Athletic Championship : ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତର ପ୍ରତିନିଧିତ୍ବ ରାଉରକେଲାର ପୁଅ ପ୍ରତୀକ ମହାରଣା । ଗୋଲ୍ଡ ଆଣିବାକୁ ଆଶାବାଦୀ କହିଲେ କୋଚ । ଅଧିକ ପଢ଼ନ୍ତୁ

Prateek Maharana Preparation
Prateek Maharana Preparation (ETV Bharat Odisha)

By ETV Bharat Sports Team

Published : Sep 6, 2024, 5:57 PM IST

ରାଉରକେଲା : ଚେନ୍ନାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ସାଉଥ ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତର ପ୍ରତିନିଧିତ୍ବ ରାଉରକେଲାର ପୁଅ । ରାଉରକେଲା ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମର ପ୍ରଥମ ଖେଳାଳି ଭାବରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ତେବେ ଏହି SAAF ପ୍ରତିଯୋଗିତାରେ ସାଉଥ ଏସିଆର ବିଭିନ୍ନ ଦେଶ ଯେପରି ଭାରତ, ନେପାଳ, ବାଂଲାଦେଶ, ପାକିସ୍ତାନ, ମାଳଦ୍ବୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ ସହ ଭୁଟାନ ଭଳି ଦେଶର ଖେଳାଳିମାନେ ପ୍ରତିଦ୍ବନ୍ଦିତା କରିବେ । ତେବେ ରାଉରକେଲାରୁ ଏହି ଚାମ୍ପିୟନସିପ୍‌ ଖେଳିବାକୁ ଚୟନ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାରଣା ।

Prateek Maharana Preparation (ETV Bharat Odisha)

ସାଉଥ ଏସିଆନ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ :-

ଜୁନିଅର ସାଉଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପକୁ ସାଉଥ ଏସିଆନ ଆଥଲେଟିକ୍ସ ଫେଡେରେସନ ଅୟୋଜନ କରୁଛି । ଚଳିତ ସେପ୍ଟେମ୍ବର 11ରୁ 13 ତାରିଖ ଯାଏଁ ଚେନ୍ନାଇରେ ଏହା ଆୟୋଜନ ହେବ । ଏହି ପ୍ରତିଯୋଗିତାରେ ଜଣେ ଧାବକ ଭାବରେ ଭାରତର ପ୍ରତିନିଧିତ୍ବ କରିବେ ରାଉରକେଲାର ପ୍ରତୀକ ମହାରଣା । ବିଭିନ୍ନ ଇଭେଣ୍ଟରେ ସେ ଭାଗ ନେଇ ଦେଶ ତଥା ରାଜ୍ୟକୁ ଗର୍ବିତ କରିବେ ବୋଲି ଆଶା ।

'2017 ମସିହାରୁ କଠିନ ପରିଶ୍ରମ କରୁଛନ୍ତି' :-

ପ୍ରତୀକଙ୍କ କୋଚ୍ ପ୍ରତିକ୍ରିୟା ଦେଇ କହିଛନ୍ତି, "ରାଉରକେଲାରୁ ସଂଘର୍ଷ କରି ନିଜ ଖେଳକୁ ଜାତୀୟସ୍ତରରେ ପହଞ୍ଚାଇବା ପରେ ବର୍ତ୍ତମାନ ସାଉଥ ଏସିଆନ ଚାମ୍ପିୟନସିପ ପାଇଁ ତାଙ୍କ ନାଁ ଆସିଛି । ସେ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ । 2017 ମସିହାରୁ ପ୍ରତୀକ କଠିନ ପରିଶ୍ରମ କରୁଛନ୍ତି ଏବଂ ଏହାକୁ ନେଇ ଆମେ ସମସ୍ତ ଟିମ ପ୍ରସ୍ତୁତ ଅଛୁ । 8 ତାରିଖ ଦିନ ଆମେ ରାଉରକେଲାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିବୁ । ଏଥର ଆମେ ଦଶ ପାଇଁ ଗୋଲ୍ଡ ମେଡାଲ ଆଣିବାକୁ ନିଶ୍ଚିତ ଚେଷ୍ଟା କରିବୁ ।

'ଗୋଲ୍ଡ ଜିତିବାକୁ ଆଶାବାଦୀ' :-

ନିଜେ ପ୍ରତୀକ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବି ଏବଂ ପ୍ରସ୍ତୁତି ମଧ୍ୟ ଭଲ କରୁଛି । ବର୍ତ୍ତମାନ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିବି ବୋଲି ବହୁତ ଖୁସି ଲାଗୁଛି । ଆଗକୁ ମଧ୍ୟ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିବି । ପ୍ରତିଦ୍ବନ୍ଦ୍ବିତାରେ କଷ୍ଟ ଅଛି, କିନ୍ତୁ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବି ।" ତେବେ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିବା ପାଇଁ ଆଶା ରଖିଥିବା ମଧ୍ୟ କହିଛନ୍ତି ପ୍ରତୀକ ।

ଏହା ମଧ୍ୟ ପଢ଼ନ୍ତୁ :-

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details