ETV Bharat / sports

ଲାଇଭ୍ କ୍ରିକେଟ ମ୍ୟାଚରେ ଚୌକା ମାରିବା ପରେ ବ୍ୟାଟରଙ୍କ ଗଲା ଜୀବନ, କ୍ରିକେଟ ଜଗତରେ ଶୋକ - MAHARASHTRA CRICKETER DIES

କ୍ରିକେଟ ମୈଦାନରୁ ପୁଣି ଥିରେ ଆସିଲା ଦୁଃଖଦ ଖବର । ଲାଇଭ ମ୍ୟାଚ ଚାଲିଥିବା ବେଳେ ଜଣେ ଯୁବ କ୍ରିକେଟରଙ୍କ ଗଲା ଜୀବନ ।

Representational Image
Representational Image (Getty Images)
author img

By ETV Bharat Odisha Team

Published : Nov 29, 2024, 2:12 PM IST

ଛତ୍ରପତି ସମ୍ଭୁଜିନଗର (ମହାରାଷ୍ଟ୍ର): ଆଜିର ଚାପଗ୍ରସ୍ତ ଜୀବନରେ କେତେବେଳେ କ’ଣ ହେବ ତାହାର ପୂର୍ବାନୁମାନ କେହି କରିପାରିବେ ନାହିଁ । ବର୍ତ୍ତମାନ ମନୁଷ୍ୟ ଜୀବନର ଗ୍ୟାରେଣ୍ଟି ଦେବା ସମ୍ଭବ ନୁହେଁ । ଏହାର ପ୍ରମାଣ ଛତ୍ରପତି ସମ୍ୱଜିନଗର କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳିଛି । ସହରର ଗାରୱେର୍ କ୍ରିକେଟ୍ ଗ୍ରାଉଣ୍ଡରେ ଏକ ଲାଇଭ୍ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଅଲରାଉଣ୍ଡର ଇମ୍ରାନ ପଟେଲ ପଡ଼ିଆରେ ଗଳିପଡିଥିଲେ । ଏହି ଖବର ପ୍ରସାରଣ ହେବା ପରେ ଜିଲ୍ଲାର ଅନେକ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି। ଜଣେ ଖେଳାଳି ଯିଏ ସର୍ବଦା ହସଖୁସିରେ ଖେଳୁଥିଲା ଏବଂ ଯିଏ ନିଜ ଖେଳ ସହିତ ସମସ୍ତଙ୍କ ହୃଦୟ ଜିତିଥିଲା ​​ଆଜି ତାଙ୍କର ମୃତ୍ୟୁ ଘଟିଛି । ତାହା ପୁଣି କ୍ରିକେଟ ପଡିଆରେ । ବ୍ୟାଟିଂ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ମ୍ୟାଚ ସମୟରେ ଇମ୍ରାନ ପଡ଼ିଆରେ ପଡିଯାଇଥିଲେ-

ସ୍ଥାନୀୟ ସ୍ତରରେ ଅନେକ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଇମ୍ରାନ ପଟେଲ କ୍ରିକେଟ୍ ପଡ଼ିଆରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଯେତେବେଳେ ସେ ଏକ ଘରୋଇ ଟୁର୍ନାମେଣ୍ଟରେ ଖେଳୁଥିଲେ, ସେତେବେଳେ ସେ ନିଜ ଖେଳ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ବ୍ୟାଟିଂ କରୁଥିବା ସମୟରେ ଚୌକା ମାରିଲେ ଏବଂ ଶୀଘ୍ର ସେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ସେ ଅମ୍ପାୟାରଙ୍କୁ କହିଥିଲେ, ବାହାରକୁ ଯାଇ ଔଷଧ ସେବନ କରିବା ଆବଶ୍ୟକ ଏବଂ ପାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ । ପଡ଼ିଆ ଛାଡିବା ପୂର୍ବରୁ ସେ ସେଠାରେ ପଡ଼ିଯାଇଥିଲେ, ସମସ୍ତ ଖେଳାଳି ତାଙ୍କ ଆଡକୁ ଦୌଡିକି ଆସିଥିଲେ । ସେ କିଛି କହି ନଥିଲେ। ସେତେବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରାଯାଇଥିଲା ।

CRICKETER IMRAN PATEL
CRICKETER IMRAN PATEL (ETV Bharat)

ଏକ ପ୍ରତିଭାବାନ ଅଲରାଉଣ୍ଡରଙ୍କ ମୃତ୍ୟୁ -

ଗାରୱେର ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚରେ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଜି ଶ୍ରୀକାନ୍ତ ମଧ୍ୟ ଉପସ୍ଥିତ ଥିଲେ । ଇମ୍ରାନ ଭୂମିରେ ପଡ଼ିଥିବାର ଦେଖି ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । ଯେତେବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଇମ୍ରାନ ପଟେଲ ଜଣେ ଅଲରାଉଣ୍ଡର ଖେଳାଳି । ସେ ଜଣେ ଭଲ ବ୍ୟାଟର ଏବଂ ଉପଯୋଗୀ ବୋଲର ମଧ୍ୟ ।

ସେଥିପାଇଁ ତାଙ୍କର ସ୍ଥାନୀୟ ସ୍ତରରେ ଅନେକ ପ୍ରଶଂସକ ଥିଲେ । ତାଙ୍କ ମୃତ୍ୟୁ ପରେ କ୍ରିକେଟ୍ ପ୍ରେମୀମାନେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଥିଲେ । ତାଙ୍କୁ ଆଜାଦ୍ କଲେଜ ପ୍ରଶାନ୍ତ ଡାକ୍ତରଖାନା ନିକଟରେ ଥିବା ସମାଧିସ୍ଥଳରେ ସମାଧି ଦିଆଯାଇଛି । ତାଙ୍କ ପରିବାରରେ ତାଙ୍କ ମା, ପତ୍ନୀ ଏବଂ ତିନି ଝିଅ ଅଛନ୍ତି । ତାଙ୍କର ଅକାଳ ବିୟୋଗ ହେତୁ ଛତ୍ରପତି ସମ୍ଭୁଜିନଗରରେ ଶୋକର ଛାୟା ଖେଳିଯାଇଛି ।

27 ନଭେମ୍ବର 2014ରେ ଅଷ୍ଟ୍ରେଲିଆ କ୍ରିକେଟର ଫିଲିପ୍ ହ୍ୟୁଜେସ୍ ଙ୍କ କ୍ରିକେଟ ପଡିଆରେ ବଲ ବାଜିବା କାରଣରୁ ମୃତ୍ୟୁ ହୋଇଥିଲା । ସେ 25 ବର୍ଷରେ ମୃତ୍ୟୁବରଣ କିରଥିଲେ । ସେ ରନରେ ନଟଆଉଟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.