ETV Bharat / sports

ଡିସେମ୍ବର 15ରେ WPL 2025 ନିଲାମୀ; କେଉଁ ଟିମ୍ ପାଖରେ ରହିଛି କେତେ କୋଟିର ପର୍ସ - WOMENS PREMIER LEAGUE

ଡିସେମ୍ବର 15ରେ ମହିଳା ପ୍ରିମିୟର ଲିଗ୍ 2025 ନିଲାମୀ । ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଅକ୍ସନ ।

WPL 2025 Auction
WPL 2025 Auction (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 1:46 PM IST

ହାଇଦ୍ରାବାଦ: ଆଇପିଏଲ୍ 2025 ମେଗା ଅକ୍ସନ ନିକଟରେ ଶେଷ ହୋଇଥିଲା । ନଭେମ୍ବର 24 ଏବଂ 25 ତାରିଖରେ ସାଉଦି ଆରବର ଜେଦାହ ସହରରେ ଅନୁଷ୍ଠିତ ହୋଇଥିଲା ମେଗା ଆଇପିଏଲ୍ ନିଲାମୀ । ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି ମହିଳା ପ୍ରିମିୟର ଲିଗ୍ ଡବ୍ଲ୍ୟୁପିଏଲ୍ 2025 । ଡିସେମ୍ବର 15 ତାରିଖରେ ଅନୁଷ୍ଠିତ ହେବ ମହିଳା ପ୍ରିମିୟର ଲିଗ୍ ନିଲାମୀ । ବିଶ୍ୱର ଷ୍ଟାର ମହିଳା କ୍ରିକେଟରଙ୍କ ପାଇଁ ବୋଲି ଲଗାଇବେ ଫ୍ରାଞ୍ଜାଇଜ୍ ମାଲିକ । ESPNcricinfo ରିପୋର୍ଟ ଅନୁସାରେ ବେଙ୍ଗାଲୁରୁରେ ଏହି ନିଲାମୀ ଅନୁଷ୍ଠିତ ହେବ । ପ୍ରତି ଫ୍ରାଞ୍ଚାଇଜ ପାଖରେ 15 କୋଟି ଲେଖାଏଁ ପର୍ସ ରହିଛି । ଖେଳାଳି କ୍ରିୟ ପାଇଁ ଗତବର୍ଷ ପ୍ରତି ଫ୍ରାଞ୍ଚାଇଜ ପାଖରେ 13.5 କୋଟି ଲେଖାଏଁ ପର୍ସ ଥିଲା ।

ଇଂଲଣ୍ଡ କ୍ରିକେଟର ହିଦର ନାଇଟ୍, ନ୍ୟୁଜିଲାଣ୍ଡ ପେସର ଲିଆ ତାହୁହୁ ଏବଂ କାରିବିଆନ ଅଲ-ରାଉଣ୍ଡର ଡେନ୍ଦ୍ରା ଡଟିଂ ଭଳି ଷ୍ଟାର କ୍ରିକେଟର ଏହି ନାଲାମୀରେ ଭାଗ ନେବେ । ମହିଳା ଖେଳାଳି ବୋଲିରେ ମଧ୍ୟ ସାମିଲ ହେବେ ଷ୍ଟାର ଭାରତୀୟ ଖେଳାଳି । ସ୍ନେହା ରାଣା, ଲେଗ୍ ସ୍ପିନର ପୁନମ ଯାଦବ ଏବଂ ବ୍ୟାଟର ଭେଦା କ୍ରୀଷ୍ଣାମୂର୍ତ୍ତି ଏହି ନିଲାମୀରେ ସାମିଲ ହେବେ ।

ଏହା ବି ପଢନ୍ତୁ- IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ପନ୍ତ; ଜାଣନ୍ତୁ କିଏ କାହାକୁ କେତେ ଟଙ୍କାରେ କିଣିଲା ?

ଏହା ବି ପଢନ୍ତୁ- 577 ଖେଳାଳି, 641.5 କୋଟି ଟଙ୍କାର ପର୍ସ, 204 ଖାଲି ସ୍ଲଟ୍, ଦେଖନ୍ତୁ, IPL 2025 ନିଲାମୀର ଟିକିନିକି ଖବର

ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ରହିଛି ମାତ୍ର 2.5 କୋଟିର ପର୍ସ । ଗୁଜୁରାଟ ଜାଏଣ୍ଟସ ପାଖରେ ରହିଛି 4.4 କୋଟିର ପର୍ସ । ତେବେ ଅକ୍ସନ ପୂର୍ବରୁ ଗୁଜୁରାଟ ଜାଏଣ୍ଟସ 7 ଜଣ ଖେଳାଳିଙ୍କୁ ରିଲିଜ କରିଦେଇଛି । ଏପଟେ ଆରସିବି ପାଖରେ ରହିଛି 3.25 କୋଟିର ପର୍ସ । ଆରସିବି ମଧ୍ୟ ଅକ୍ସନ ପୂର୍ବରୁ 7 ଜଣ ଖେଳାଳିଙ୍କୁ ରିଲିଜ କରିସାରିଛି ।

ଡବ୍ଲ୍ୟୁପିଏଲ୍ ର ପ୍ରଥମ ସଂସ୍କରଣରେ ସମସ୍ତ ମ୍ୟାଚ ମୁମ୍ବାଇରେ ଖେଳାଯାଇଥିଲା । ତେବେ ଦ୍ବିତୀୟ ସଂସ୍କରଣରେ ଏହା ବେଙ୍ଗାଲୁଲୁ ଏବଂ ଦିଲ୍ଲୀରେ ଖେଳାଯାଇଥିଲା । ଏଥର 22ଟି ମ୍ୟାଚ ଖେଳାଯିବ । ଏପଟେ ବିସିସିଆଇ ମଧ୍ୟ ଆଗକୁ ଅଧିକ ଗ୍ରାଉଣ୍ଡ ଦେବାକୁ ଯୋଜନା ଆରମ୍ଭ କରିଛି । ଏହାସହିତ ସମସ୍ତ ଟିମ୍ ମଧ୍ୟ ଘରୋଇ ଗ୍ରାଉଣ୍ଡ ଏବଂ ଅନ୍ୟ ଗ୍ରାଉଣ୍ଡ ଫର୍ମାଟରେ ଖେଳାଯିବାକୁ ଚାହୁଁଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ ଆଗାମୀ ବର୍ଷ ଫେବୃଆରୀରୁ ମାର୍ଚ୍ଚ 2025 ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଛି । ପ୍ରଥମ ସଂସ୍କରଣକୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିବା ବେଳେ ଆରସିବି ଗତ ବର୍ଷ ଚମ୍ପିଆନ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.