ETV Bharat / sports

42 ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା ଟିମ୍, 5 ବ୍ୟାଟର ଖାତା ଖୋଲି ପାରିଲେନି - SA VS SL 1ST TEST

ଶ୍ରୀଲଙ୍କା କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚରେ 42 ରନ୍ ସଂଗ୍ରହ କରି ଅଲୋଡା ରେକର୍ଡ କରିଛି । ଏହା ଶ୍ରୀଲଙ୍କାର ସର୍ବନିମ୍ନ ଦଳୀୟ ସ୍କୋର ।

SOUTH AFRICA VS SRI LANKA TEST MATCH
SOUTH AFRICA VS SRI LANKA TEST MATCH (AFP PHOTO)
author img

By ETV Bharat Odisha Team

Published : Nov 28, 2024, 7:41 PM IST

ଡର୍ବାନ୍ (ଦକ୍ଷିଣ ଆଫ୍ରିକା): ଶ୍ରୀଲଙ୍କା କ୍ରିକେଟ ଟିମର ଅଲୋଡା ରେକର୍ଡ । ଟେଷ୍ଟ କ୍ରିକେଟ ଇତିହାସରେ ସ୍କୋର କଲା ନିଜ ଦଳର ସର୍ବନିମ୍ନ ସ୍କୋର । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟର ମାତ୍ର 42 ରନ ସ୍କୋର କରିଛନ୍ତି । ଏପଟେ ଦକ୍ଷିଣ ଆଫ୍ରିକାର ବୋଲର ମାର୍କୋ ଜନସନ ମାତ୍ର 13 ରନ ଦେଇ 7ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବୋଲିଂ ନିଷ୍ପତ୍ତି ନେଇଥିଲା । ଦଳୀୟ ବୋଲର ଦମଦାର ବୋଲିଂ କରିଥିଲେ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ମାତ୍ର 191 ରନ ସ୍କୋର କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର 42 ରନରେ ଅଲଆଉଟ ହୋଇଯାଇଛି ।

ଶ୍ରୀଲଙ୍କା କ୍ରିକେଟ୍ ଦଳ ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ଦଳ ସ୍କୋର ରେକର୍ଡ କରିଛି । ସ୍ଥାନୀୟ କିଙ୍ଗମେଡ୍ ଡର୍ବାନ ଠାରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ 42 ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ କେବଳ 191 ରନରେ ସୀମିତ ଥିଲା ।

ଶ୍ରୀଲଙ୍କା ଦଳ ମାତ୍ର 83 ବଲରେ ଆଉଟ୍ ହୋଇଥିଲେ । ଯାହାକି କୌଣସି ଦଳ ଟେଷ୍ଟ କ୍ରିକେଟରେ କମ ବଲରେ ଅଲଆଉଟ ହେବାର ଦ୍ୱିତୀୟ ରେକର୍ଡ । ଏହାପୂର୍ବରୁ, ଦକ୍ଷିଣ ଆଫ୍ରିକା ଦଳ 1924 ମସିହାରେ ଏଡବାଷ୍ଟନ୍ ଠାରେ ଇଂଲଣ୍ଡ ବିପକ୍ଷରେ 75 ବଲରେ 30 ରନରେ ଆଲଆଉଟ୍ ହୋଇଥିଲେ ।

ଏହା ବି ପଢନ୍ତୁ- ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ହରାଇ ଭାଙ୍ଗିଲା ୪୭ ବର୍ଷର ରେକର୍ଡ

ଏହା ବ ପଢନ୍ତୁ- 30ତମ ଟେଷ୍ଟ ଶତକ, ଅଷ୍ଟ୍ରେଲିଆରେ 7ମ ସେଞ୍ଚୁରୀ; ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଶ୍ରୀଲଙ୍କାର ଇନିଂସରେ କେବଳ ଦୁଇ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିଥିଲେ । କାମିଣ୍ଡୁ ମେଣ୍ଡିସ୍ 20 ଟି ବଲରେ ତିନୋଟି ଚୌକା ସହାୟତାରେ 13 ରନ୍ ସଂଗ୍ରହ କରିଥିଲେ ଏବଂ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଥିବାବେଳେ 10 ନମ୍ବର ବ୍ୟାଟ୍ସମ୍ୟାନ୍ ଲାହିରୁ କୁମାରା 10 ରନ୍ ସ୍କୋର କରି ଇନିଂସରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଏକଦା ଶ୍ରୀଲଙ୍କା 36 ରନ ପୂର୍ବରୁ ଅଲଆଉଟ ହେବର ସମ୍ଭାବନା ସୃଷ୍ଟି ହୋଇଥିଲା କିନ୍ତୁ ଲାହିରୁଙ୍କ ଦୁଇଟି ଚୌକା ପାଇଁ ଦଳ 42 ରନରେ ପହଞ୍ଚି ପାରିଥିଲା ।

ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ମାର୍କୋ ଜେନସେନ୍ ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ୍ଅପ୍ ଧ୍ବଂସ କରିଦେଇଛନ୍ତି । ସେ 6.5 ଓଭରରେ 13 ରନ୍ ଖର୍ଚ୍ଚ କରି 7 ୱିକେଟ୍ ନେଇଥିଲେ । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜେନସନଙ୍କ ପ୍ରଦର୍ଶନ 7/13, କୌଣସି ପେସରଙ୍କ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ । ଏପଟେ ଦ୍ରୁତ ବୋଲର କାଗିସୋ ରାବାଡା ଗୋଟିଏ ୱିକେଟ୍ ନେଇଥିଲେ ଏବଂ ଜେରାଲ୍ଡ କୋଟଜେ ଦୁଇଟି ୱିକେଟ୍ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.