ଓଡିଶା

odisha

Paris Paralympics: ସପ୍ତମ ଦିନରେ ଭାରତକୁ 4 ପଦକ, ସ୍ବର୍ଣ୍ଣ ଜିତିଲେ ହରବିନ୍ଦର ଓ ଧରମବୀର - Paris Paralympics 2024

By ETV Bharat Sports Team

Published : Sep 5, 2024, 7:11 AM IST

Paris Paralympics 2024: ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା 24କୁ ବୃଦ୍ଧି । ପୁଣି ଭାରତକୁ ମିଳିଲା ଆଉ 2 ସ୍ବର୍ଣ୍ଣ ପଦକ । ତୀରନ୍ଦାଜୀରେ ହରିବିନ୍ଦର ସିଂ ଓ ପୁରୁଷ କ୍ଲବ ଥ୍ରୋ F51ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଲେ ଧରମବୀର । ଅଧିକ ପଢନ୍ତୁ

Paris Paralympics 2024
Paris Paralympics 2024 (ANI)

ପ୍ୟାରିସ:ପ୍ୟାରିସ ପାରାଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛନ୍ତି ଭାରତୀୟ ପାରା ଅଥଲେଟ୍ସ । ସପ୍ତମ ଦିନରେ ଭାରତକୁ ଆସିଲା 4 ପଦକ । 2ଟି ଗୋଲ୍ଡ ଓ 2ଟି ସିଲଭର ପଦକ ଭାରତକୁ ମିଳିଛି । ତୀରନ୍ଦାଜୀରେ ହରବିନ୍ଦର ସିଂ ଓ ପୁରୁଷ କ୍ଲବ ଥ୍ରୋ F51ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଧରମବୀର । ସେହିପରି ପ୍ରଣବ ସୋର୍ମା ପୁରୁଷ କ୍ଲବ ଥ୍ରୋ F51ରେ ରୌପ୍ୟ ଓ ପୁରୁଷ ସଟଫୁଟରେ ସଚିନ ଖିଲାରିଙ୍କୁ ରୌପ୍ୟ ପଦକ ମିଳିଛି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 24ରେ ପହଞ୍ଚିଛି । ଯାହା ସର୍ବକାଳିନ ରେର୍ଡ ।

ଇତିହାସ ରଚିଲେ ହରବିନ୍ଦର:ପ୍ରଥମ ଭାରତୀୟ ଭାବେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନରେ ପ୍ରବେଶ କରି ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ହରବିନ୍ଦର । ପ୍ରଥମ ଭାରତୀୟ ଭାବେ ସେ ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ପୋଲାଣ୍ଡର ଲୁକାଶ ସିସଜେକଙ୍କୁ 6-0ରେ ପରାଜିତ କରି ଦେଶ ପାଇଁ ଗୋଲ୍ଡ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ପାରାଲିମ୍ପିକ୍ସରେ ଭାଙ୍ଗିଲା ଟୋକିଓ ରେକର୍ଡ; ଭାରତୀୟ ପାରା-ଆଥଲେଟମାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ - Paris Paralympics 2024

ପୁରୁଷ କ୍ଲବ ଥ୍ରୋ F51ରେ ଭାରତକୁ 2 ପଦକ: ଏହି ଇଭେଣ୍ଟରେ ଭାରତକୁ 2 ପଦକ ଆସିଛି । ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ଭାରତକୁ ସ୍ବର୍ଣ୍ଣ ଓ ରୌପ୍ୟ ଭେଟିଦେଇଛନ୍ତି ଧରମବୀର ଓ ପ୍ରଣବ ସୋର୍ମା । ଧରମବୀର କ୍ଲବକୁ 34.92 ମିଟର ଥ୍ରୋ' କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ପ୍ରଣବ 34.59 ମିଟର ଥ୍ରୋ' କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରଥମ ଥର ପାଇଁ ପୁରୁଷ କ୍ଲବ ଥ୍ରୋରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ପାରାଲିମ୍ପିକ୍ସରେ ଦ୍ବିତୀୟ ଗୋଲ୍ଡ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତି ରେକର୍ଡ କଲେ ନିତେଶ କୁମାର; ଡିସକସ୍‌ ଥ୍ରୋ'ରେ ଯୋଗେଶଙ୍କୁ ରୌପ୍ୟ - Paris Paralympics 2024

ସଟଫୁଟରେ ସଚିନଙ୍କୁ ରୌପ୍ୟ: ପୁରୁଷ ସଟଫୁଟରେ ସଚିନ ଖିଲାରିଙ୍କୁ ରୌପ୍ୟ ପଦକ ମିଳିଛି । ସଟଫୁଟକୁ 16.32 ମିଟର ଥ୍ରୋ କରି ସେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହା ତାଙ୍କର ପାରାଲିମ୍ପିକ୍ସରେ ପ୍ରଥମ ପଦକ ।

ଏହା ମଧ୍ୟ ପଢନ୍ତୁ-ପାରାଲିମ୍ପିକ୍ସରେ ଆଶ୍ଚର୍ଯ୍ୟ ! ଦୁଇ ହାତ ନଥାଇ ପହଁରାରେ ଜିତିଲେ ସ୍ବର୍ଣ୍ଣ - Paris Paralympics 2024

ଭାରତର ପଦକ ସଂଖ୍ୟା 24:ପଦକ ଟାଲିରେ ଭାରତର ଏବେ 13 ତମ ସ୍ଥାନରେ ରହିଛି । 5 ସ୍ବର୍ଣ୍ଣ ପଦକ, 9 ରୌପ୍ୟ ଓ 10 ବ୍ରୋଞ୍ଜ ପଦକ ସହ ଇଣ୍ଡିଆର ପଦକ ସଂଖ୍ୟା 24ରେ ପହଞ୍ଚିଛି । ଯାହା ସର୍ବକାଳିନ ରେକର୍ଡ ।

ABOUT THE AUTHOR

...view details