ଓଡିଶା

odisha

ETV Bharat / sports

ପ୍ୟାରିସରୁ ଫେରିଲେ ରେସଲର ଭିନେଶ ଫୋଗତ; ଖାଲି ହାତରେ ଫେରିଥିବାରୁ କାନ୍ଦି ପକାଇଲେ, ସ୍ବାଗତ କଲେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ - Vinesh Phogat arrives at Delhi - VINESH PHOGAT ARRIVES AT DELHI

Wrestler Vinesh Phogat arrives at Delhi: ଦିଲ୍ଲୀ ଫେରିଲେ ଭିନେଶ ଭୋଗତ । ଏୟାରପୋର୍ଟରେ ସ୍ବାଗତ କଲେ ଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Sports Team

Published : Aug 17, 2024, 11:36 AM IST

Updated : Aug 17, 2024, 12:56 PM IST

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଷ୍ଟାର ରେସଲର ଭିନେଶ ଭୋଗତ । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । କିନ୍ତୁ ଖାଲି ହାତରେ ଫେରିଥିବାରୁ ଭାବ ବିହ୍ବଳ ହୋଇପଡିଛନ୍ତି । ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି । ଭିନେଶଙ୍କୁ ଦେଖିବାକୁ ସହ ସହ ଲୋକଙ୍କ ଭିଡ ଜମିଛି ଆଇଜିଆଇ ଏୟାରପୋର୍ଟରେ ।

ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ବାଗତ:ଭିନେଶଙ୍କୁ ସ୍ବାଗତ କରିବାକୁ ତାଙ୍କର ହଜାର ହଜାର ପ୍ରଶଂସକ ବିମାନବନ୍ଦରରେ ଅପେକ୍ଷା କରିଥିଲେ । ସେ ପହଞ୍ଚିବା ପରେ ସମ୍ପର୍କୀୟ, କଂଗ୍ରେସ ସାଂସଦ ଦିପେନ୍ଦ୍ର ହୁଡ୍ଡା ଓ ସାଥି ସାକ୍ଷୀ ଓ ବଜରଙ୍ଗ ପୁନିଆ ତାଙ୍କୁ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ । ଢୋଲ ବାଜାରେ କମ୍ପି ଉଠିଥିଲା ଏୟାରପୋର୍ଟ ପରିସର ।

ଭାବୁକ ହେଲେ ଭିନେଶ: କୁସ୍ତିଯୋଦ୍ଧା ଆଇଜିଆଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହି ସମୟରେ ଭୋଗତ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଫ୍ୟାନ୍ସଙ୍କ ଭଲ ପାଇବା ଦେଖି ସେ କୋହ ସମ୍ବାଳି ପାରିନଥିଲେ । ଦେଶବାସୀଙ୍କ ଭଲ ପାଇବା ଅଛି କିନ୍ତୁ ହାତରେ ପଦକ ନଥିବାରୁ ସେ କାନ୍ଦି ପକାଇଥିଲେ ।
ଏହା ମଧ୍ୟ ପଢନ୍ତୁ-ମଉଳିଲା ଭିନେଶ ଫୋଗତଙ୍କ ରୌପ୍ୟ ପଦକ ଆଶା, CASରେ ଆବେଦନ ଖାରଜ - CAS Dismissed Vinesh Phogat Appeal

ପୁରା ଦେଶକୁ ଧନ୍ୟବାଦ ଜଣାଇଲେ: ଭିଡ ଭିତରୁ ଭିନେଶଙ୍କୁ କାର ଉପରକୁ ନିଆଯାଇଥିଲା । ଏହି ସମୟ ମଧ୍ୟରେ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଭିନେଶ କହିଛନ୍ତି, ସମଗ୍ର ଦେଶବାସୀଙ୍କୁ ବହୁତ ବହୁତ ଧନ୍ୟବାଦ, ମୁଁ ବହୁତ ଭାଗ୍ୟଶାଳୀ । '' ଭୋଗତଙ୍କୁ ସ୍ବାଗତ ସମୟରେ ବଜରଙ୍ଗ ପୁନିଆ କହିଛନ୍ତି, ଫୋଗତଙ୍କ ପ୍ରତି ଦେଶବାଶୀଙ୍କ ଅତୁଳନୀୟ ଭଲପାଇବା ରହିଛି । ଆପଣ ଦେଖିପାରିବେ ଦେଶ ତାଙ୍କୁ କିପରି ସ୍ୱାଗତ କଲା । '' ସାକ୍ଷୀ ମଲିକ କହିଛନ୍ତି, '' ଭନେଶ ଦେଶ ପାଇଁ ୟାହା କରିଛି ତାହା ବହୁତ କମ ଲୋକ କରିପାରିବେ । ତାକୁ ଆହୁରି ସମ୍ମାନ ଏବଂ ପ୍ରଶଂସା ମିଳିବା ଉଚିତ । ମ୍ଡାଲ ପାଇଁ ବହୁ ପ୍ରଚେଷ୍ଟା ହୋଇଛି । ''

100 ଗ୍ରାମ ଓଜନ ଯୋଗୁଁ ପଦକ ହରାଇଲେ: ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗତ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ କାସ୍‌ । ଫଳରେ ଭିନେଶଙ୍କ ରୌପ୍ୟ ପଦକ ଆଶା ମଉଳିଥିଲା ।

Last Updated : Aug 17, 2024, 12:56 PM IST

ABOUT THE AUTHOR

...view details