ଓଡିଶା

odisha

ଭିନେଶ ଫୋଗତଙ୍କୁ ଏବେ ବି ମିଳିପାରେ ରୌପ୍ୟ ପଦକ, ଆଜି CASରେ ଶୁଣାଣି - Paris Olympics 2024

By ETV Bharat Sports Team

Published : Aug 8, 2024, 11:35 AM IST

Updated : Aug 8, 2024, 1:41 PM IST

Vinesh Phogat still get silver medal: ଏବେ ବି ବଞ୍ଚିଛି ଭିନେଶ ଫୋଗତଙ୍କ ରୌପ୍ୟ ପଦକ ପାଇବା ଆଶା । କୋର୍ଟ ଅଫ୍ ଆର୍ବିଟ୍ରେସନ୍ (CAS)ରେ ଆଜି ହେବ ତାଙ୍କ ଆବେଦନର ଶୁଣାଣି । ଅଧିକ ପଢନ୍ତୁ

Vinesh Phogat
Vinesh Phogat ((IANS Photo))

ପ୍ୟାରିସ:ପ୍ୟାରିସଅଲମ୍ପିକ୍ସ ମହିଳା 50 କିଲୋଗ୍ରାମ ରେସଲିଂରେ ଏବେ ବି ଭାରତ ରୌପ୍ୟ ପଦକ ପାଇବାର ଆଶା ରହିଛି । କାରଣ 100 କିଲୋଗ୍ରାମ ଓଜନ ବଢିବାରୁ ଫାଇନାଲରୁ ବଞ୍ଚିତ ହେବା ସହ ଅଯୋଗ୍ୟ ଘୋଷଣା ହୋଇଥିବା ଭିନେଶ ଫୋଗତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ (CAS)ଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଛନ୍ତି । ଯାହାର ଶୁଣାଣି ଆଜି ହେବ । ଏହା ପୂର୍ବରୁ ରେସଲିଂ ଦୁନିଆରୁ ଅବସର ଘୋଷଣା କରିଦେଇଛନ୍ତି ଫୋଗତ ।

ଆଜି ଆସିବ CAS ନିଷ୍ପତ୍ତି:ମଙ୍ଗଳବାର ଅଲିମ୍ପିକ୍ସ କୁସ୍ତିରେ 50 କିଲୋଗ୍ରାମ ବର୍ଗରେ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ମେଡାଲ ପକ୍କା କରିଥିଲେ ଭାରତୀୟ ରେସଲର ଭିନେଶ ଫୋଗତ । ହେଲେ ପରଦିନ 100 କିଲୋଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଫଳରେ ଫାଇନାଲରୁ ବଞ୍ଚିତ ହେବା ସହ ପଦକରୁ ବଞ୍ଚିତ ହୋଇଥିଲେ । ଏହାପରେ CASର ଦ୍ବାରସ୍ଥ ହୋଇ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । ଆଜି ଏହି ନିଷ୍ପତ୍ତିର ଶୁଣାଣି ହେବ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯଦି CAS ଭିନେଶଙ୍କ ସପକ୍ଷରେ ଯାଆନ୍ତି ତେବେ ଆଇଓସିକୁ ଭିନେଶଙ୍କୁ ରୌପ୍ୟ ପଦକ ଦେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ-'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

ଅଯୋଗ୍ୟ ଘୋଷଣା ପରେ ଭାଙ୍ଗି ପଡିଲେ ଫୋଗତ: ଫାଇନାଲ ମ୍ୟାଚରୁ ଅଯୋଗ୍ୟ ଘୋଷଣା ହେବା ପରେ ଭାଙ୍ଗି ପଡିଥିଲେ ଫୋଗତ । ସେ ହତାଶ ହୋଇ ବସିଥିବାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ପୁରା ନିରାଶ ହୋଇପଡିଥିବା ଦେଖିବାକୁ ମିଳିଥିଲା । ସେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।

23 ବର୍ଷ କୁସ୍ତି କ୍ୟାରୟରର ଅନ୍ତ: 2001ରୁ କୁସ୍ତିରେ ପାଦ ରଖିଥିବା ଭିନେଶ ଫୋଗତ ଆଜି ରେସଲିଂରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ 50 କିଲୋଗ୍ରାମ ରେସଲିଂ ଫାଇାନଲରେ ଅଯୋଗ୍ୟ ଘୋଷଣା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଏକ ଭାବପୂର୍ଣ୍ଣ ଟ୍ବିଟ କରି ସେ ସେ କୁସ୍ତିକୁ ବାଏ ବାଏ କହିଛନ୍ତି ।

Last Updated : Aug 8, 2024, 1:41 PM IST

ABOUT THE AUTHOR

...view details