ଓଡିଶା

odisha

ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

By ETV Bharat Odisha Team

Published : Jul 17, 2024, 10:39 AM IST

Updated : Jul 17, 2024, 10:46 AM IST

I Want To Give My Best At Paris Olympics says Kishore Jena: ଚଳିତ ପ୍ୟାରିସ ଅଲିମ୍ପିକରେ ବ୍ୟକ୍ତିଗତ ସ୍ତରରେ ନୀରଜ ଚୋପ୍ରାଙ୍କ ପରେ ଓଡିଶାର କିଶୋର ଜେନା ଜାଭଲିନ ଥ୍ରୋରେ ପଦକ ଜିତିବା ନେଇ ଦେଶବାସୀ ବେଶ ଆଶାବାଦୀ ରହିଛନ୍ତି । କାରଣ କିଶୋର ନୀରଜଙ୍କ ପରେ ଭାରତର ଶ୍ରେଷ୍ଠ ଜାଭଲିନ ଥ୍ରୋୟର । ଏପରିକି ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଇଭେଣ୍ଟରେ ସେ କାମାଲ ଦେଖାଇଛନ୍ତି । ପ୍ରତି ଇଭେଣ୍ଟରେ କିଶୋରଙ୍କର ଥ୍ରୋୟିଂ ଡିଷ୍ଟାନ୍ସରେ ବୃଦ୍ଧି ଘଟୁଛି । ଅଧିକ ପଢନ୍ତୁ

kishore jena
kishore jena (ETV Bharat Odisha)

ହାଇଦ୍ରାବାଦ: ଅଲିମ୍ପିକ ଇଭେଣ୍ଟ ପୂର୍ବରୁ ଓଡିଆ ପୁଅ କିଶୋର ଜେନାଙ୍କ ବଡ ବୟାନ । ପ୍ୟାରିସ ଅଲିମ୍ପିକରେ ବେଷ୍ଟ ଦେବି କହିଲେ ଭାରତର ଦ୍ବିତୀୟ ଷ୍ଟାର ଜାଭଲିନ ଥ୍ରୋୟର କିଶୋର ଜେନା । ଦେଶର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ପରେ ଜାଭଲିନ୍ ଥ୍ରୋରେ ଦ୍ବିତୀୟରେ ରହିଛନ୍ତି ଓଡିଆ ପୁଅ କିଶୋର । ନୀରଜ ଚୋପ୍ରା ଗତ ଟୋକିଓ ଅଲିମ୍ପିକରେ ଜାଭଲିନ ଥ୍ରୋ ଇଭେଣ୍ଟରେ ଦେଶରୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ।

କିଶୋର ଜେନାଙ୍କ ଖେଳ ଜୀବନ-କିଶୋର ଜେନାଙ୍କ କ୍ରୀଡା କ୍ୟାରିଅର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଆସିଛି । କିଶୋରଙ୍କ ଜାଭଲନ୍ ଥ୍ରୋ ପ୍ରତି ପ୍ରବଳ ଆଗ୍ରହ ଥିଲେ ସୁଦ୍ଧା ପରିବାର ପାଇଁ ସେ ସିଆଇଏଫରେ ଯୋଗ ଦେଇଥିଲେ । 3 ବର୍ଷ ଚାକିରି ମଧ୍ୟରେ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ସଫଳତା ତାଙ୍କୁ ପୁଣି ଜାଭଲିନ ଥ୍ରୋ ପାଇଁ ପ୍ରେରଣା ଯୋଗାଇଥିଲା । ସେ ଜାଭଲିନ ଥ୍ରୋ ଯାତ୍ରା 2014 -15ରେ ଆରମ୍ଭ କରିଥିଲେ । ତେବେ ଗତ 20 ବର୍ଷ ଧରି ଓଡିଶାର ଜାଭଲିନ୍ ଥ୍ରୋ ରେକର୍ଡ ଥିଲା 65 ମିଟର । 2017 ସେପ୍ଟେମ୍ବରରେ କିଶୋର 72.77 ମିଟର ଜାଭଲିନ ଫୋପାଡି 20 ବର୍ଷର ରେକର୍ଡ ଭାଙ୍ଗିଥିଲେ । ଆଉ ଏହା ତାଙ୍କୁ ବହୁତ ଆତ୍ମବିଶ୍ବାସ ପ୍ରଦାନ କରିଥିଲା । ପରେ 2018ରେ ସେ ସିଆଇଏସଏଫରେ ଖେଳ କୋଟାରେ ଚାକିରି ଆରମ୍ଭ କରିଥିଲେ । ଏହି ସମୟରେ 2018-20 ମଧ୍ୟରେ ସେ ଖେଳ ଅପେକ୍ଷା ଚାକିରି ଉପରେ ଫୋକସ କରୁଥିଲେ ବୋଲି ସୂଚନା ରହିଛି ।

Kishore Jena (right) with Neeraj Chopra (ETV Bharat Odisha)

ତେବେ କିଶୋର ଜେନା କହିଛନ୍ତି ଯେ ଯେତେବେଳେ ନୀରଜ ଚୋପ୍ରା 2020 ଟୋକିଓ ଅଲିମ୍ପକରେ ସ୍ବର୍ଣ୍ଣ ଜିତିଲେ, ଏହା ମୋ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ । ଆଉ ଏହା ପରେ ମୁଁ ଏହି ଜାଭଲିନରେ ହିଁ ଆଗକୁ ବଢିବି ବୋଲି ନିଷ୍ପତ୍ତି ନେଇଥିଲି । ଏହା ପରେ ସିଆଇଏସଏଫ୍ କୋଚ ମୋତେ କହିଥିଲେ ଯଦି ମୁଁ 75 ମିଟର ଜାଭଲିନ ଫୋପାଡି ପାରିବି ତାହାଲେ ନ୍ୟାସନାଲ କ୍ୟାମ୍ପକୁ ଚୟନ ହୋଇପାରିବି । ଏହା ପରେ ମୁଁ କଠିନ ପରିଶ୍ରମ କରିଥିଲି । ଆଉ ପ୍ରଥମ ଥ୍ରୋରେ ଜାଭଲିନକୁ 76.4 ମିଟର ଫୋପାଡି କ୍ୟାମ୍ପକୁ ଚୟନ ହୋଇଥିଲି ।

"ମୁଁ ଲେବାନନ ନ୍ୟାସନାଲ ଚାମ୍ପିଅନସିପରେ ଭୋଗ ନେଇଥିଲି । ସେଠାରେ ମୁଁ 78 ମିଟର ଜାଭଲିନ ଥ୍ରୋ କରିଥିଲି । କିନ୍ତୁ ଅଧିକା ମିଟର ଫୋପାଡିବା ପାଇଁ ଯେତେ ଚେଷ୍ଟା କଲେ ବି ମୁଁ ସଫଳ ହୋଇନଥିଲି । ଏହା ପରେ ମୋ ବାପା ମୋ ଆତ୍ମବିଶ୍ବାସ ବଢାଇଥିଲେ ଏବଂ ମୁଁ ପରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଜାଭଲିନ ପ୍ରତିଯୋଗିତାରେ ଭାଗ ନେଇଥିଲି," ବୋଲି କହିଛନ୍ତି କିଶୋର ।

kishore jena (ETV Bharat Odisha)

ଆଉ ଶ୍ରୀଲଙ୍କାରେ ବଦଳିଥିଲା କିଶୋରଙ୍କ ଭାଗ୍ୟ । ସେଠାରେ 84.38 ମିଟର ଜାଭଲିନ ଥ୍ରୋ କରିଥିଲେ କିଶୋର । ଏହା ପରେ କିଶୋର ଜେନା 2022 ଏସିଆନ ଗେମ୍ସ ଏବଂ 2023 ଓ୍ବାର୍ଲ୍ଡ ଚାମ୍ପିଆନସିପରେ ଭାଗ ନେଇ ପ୍ୟାରିସ ଅଲିମ୍ପିକ୍ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରକାଶ ଯେ, କିଶୋର ଓ୍ବାର୍ଲ୍ଡ ଚମ୍ପିଆନସିପରେ 84.77 ମିଟର ଜାଭଲିନ ଫୋପାଡି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏପରିକି ଏସିଆନ ଗେମ୍ସରେ ମଧ୍ୟ 87.54 ମିଟର ଜାଭଲିନ ଫୋପାଡିଥିଲେ କିଶୋର ।

2022ରେ ଦମଦାର ପ୍ରଦର୍ଶନ ପାଇଁ କିଶୋର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଓ୍ବାର୍ଲ୍ଡ ଚାମ୍ପିଅନସିପରେ ମଧ୍ୟ ଟପ୍ -5 ମଧ୍ୟରେ ସ୍ଥାନ ପାଇଛନ୍ତି । ଏବେ ପ୍ୟାରିସରେ କଣ କମାଲ କରିବେ କିଶୋର ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2024, 10:46 AM IST

ABOUT THE AUTHOR

...view details