ଓଡିଶା

odisha

ଅମିତଙ୍କୁ ରେଡ୍ କାର୍ଡ; ସେମିରେ ଖେଳିବେନି ଓଡିଆ ପୁଅ, ଅମ୍ପେୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ବିରୋଧ, ଆପତ୍ତି ଉଠାଇଲା ହକି ଇଣ୍ଡିଆ - Amit banned for Indias next game

By ETV Bharat Sports Team

Published : Aug 5, 2024, 7:49 AM IST

Updated : Aug 5, 2024, 9:49 AM IST

Amit Rohidas will now be missing India’s semi-finals match against Germany tomorrow: ଚଳିତ ପ୍ୟାରିସ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଖେଳିବେନି ଓଡିଆ ପୁଅ । ଅଲିମ୍ପିକ୍ସରେ ଅମ୍ପେୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ବିରୋଧ । ଅଭିଯୋଗ ଫର୍ଦ୍ଦରେ ସଙ୍ଗୀନ ଆରୋପ ଲଗାଇବା ସହିତ କଡା ଆପତ୍ତି ଉଠାଇଲା ହକି ଇଣ୍ଡିଆ । ଅଧିକ ପଢନ୍ତୁ

Indian Hockey Team beat Great Britain In Penalty Shootout
Indian Hockey Team beat Great Britain In Penalty Shootout ((AP))

ପ୍ୟାରିସ (ଫ୍ରାନ୍ସ): ସେମିରେ ଖେଳିବେନି ଓଡିଆ ପୁଅ । ଅଲିମ୍ପିକ୍ସରେ ଅମ୍ପେୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ବିରୋଧ । ଭାରତୀୟ ହକି ଟିମର ଅଫିସିଆଲ୍ ଅଭିଯୋଗ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ନିକଟରେ ଆପତ୍ତି ଉଠାଇଲା ହକି ଇଣ୍ଡିଆ । ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଅନେକ ବିବାଦରେ ରହିଛି କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ।

ଭାରତୀୟ ହକି ଦଳର ରକ୍ଷା ପ୍ରାଚୀର, ଷ୍ଟାର ଡିଫେଣ୍ଡର ଓଡିଆ ପୁଅ ଅମିତ ରୋହିଦାସ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024 ହକି ସେମିଫାଇନାଲରେ ଖେଳିବେ ନାହିଁ । ଭାରତୀୟ ହକି ଦଳ ଦ୍ବିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଆସନ୍ତା 6 ତାରିଖରେ ଭେଟବ । ଗ୍ରେଟ ବ୍ରିଟେନ ବିପକ୍ଷ କ୍ବାର୍ଟରଫାଇନାଲରେ ତାଙ୍କୁ ରେଡ କାର୍ଡ ମିଳିଥିଲା । ଅମିତଙ୍କ ଷ୍ଟିକ୍ ବିପକ୍ଷ ଦଳର ଖେଳାଳିଙ୍କ ମୁଁହରେ ବାଜିଥିଲା । ଫଳରେ ରେଫରି ତାଙ୍କୁ ରେର୍ଡ କାର୍ଡ ଦେଖାଇଥିଲେ ।

Indian Hockey Team beat Great Britain In Penalty Shootout ((AP))

ଏହା ବି ପଢନ୍ତୁ- Paris Olympics 2024; ପୁରୁଷ ଏକକ ଟେନିସ ଫାଇନାଲରେ ଗୋଲ୍ଡ ଜିତିଲେ ଜୋକୋଭିଚ, ବନିଲେ ସବୁଠୁ ବୟସ୍କ ଖେଳାଳି - Novak Djokovic Wins His Gold

ଏଥିପାଇଁ ଭାରତ କ୍ବାର୍ଟର ଫାଇନାଲରେ ଶେଷ 40 ମିନିଟ 10 ଜଣ ଖେଳାଳିରେ ଖେଳିଥିଲା । ଏପଟେ ମ୍ୟାଚ ପରେ ଭାରତକୁ ଆଉ ଏକ ଝଟକା ଲାଗିଛି । ଅମିତ ସେମି ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଅମିତ ହକି ଦଳର ସବୁଠାରୁ ଅଭିଜ୍ଞତା ସମ୍ପର୍ଣ୍ଣ ଡିଫେଣ୍ଡର ତେଣୁ ଅମିତଙ୍କ ଅନୁପସ୍ଥିତି ଜର୍ମାନୀ ଖେଳାଳିଙ୍କୁ ସୁହାଇବ ନିଶ୍ଚୟ ।

Indian Hockey Team beat Great Britain In Penalty Shootout ((AP))

ଏପଟେ ହକି ଇଣ୍ଡିଆ ଅମିତ ରୋହିଦାସଙ୍କୁ ରେର୍ଡ କାର୍ଡ ମିଳିବା ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦକୁ ପାଲଟା ଅଭିଯୋଗ କରିଛି ହକି ଇଣ୍ଡିଆ । ଆପତ୍ତି ଉଠାଇ ହକି ଇଣ୍ଡିଆ କହିଛି କି ବିବାଦୀୟ ଅମ୍ପେୟାରିଂ ନିଷ୍ପତ୍ତି । ଅମିତ ଜାଣିଶୁଣି ଏଭଳି କରିନାହିଁନ୍ତି ବୋଲି ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛି ହକି ଇଣ୍ଡିଆ ।

Indian Hockey Team beat Great Britain In Penalty Shootout ((AP))

ଏହି ବି ପଢନ୍ତୁ- Paris Olympics 2024; ପୁଣି ଶୁଟିଂରେ ନିରାଶ କଲେ ଭାରତୀୟ ଆଥଲେଟ୍, 25M ରାପିଡ୍ ଫାୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ବଡ ଝଟକା - Indian shooters miss out on finals

ସେମିଫାଇନାଲରେ ଭାରତୀୟ ହକି ଦଳ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024 ହକି ସେମିଫାଇନାଲରେ ଭାରତ । କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିକୁ ଉର୍ଣ୍ଣୀତ ହୋଇଛି ଟିମ ଇଣ୍ଡିଆ । ପେନାଲଟି ଶୁଟ୍ ଆଉଟରେ ବ୍ରିଟିଶ ବାହିନୀଙ୍କୁ ହରାଇଲା ହରମନ୍‌ ପ୍ରୀତଙ୍କ ଦଳ । ଆସନ୍ତାକାଲି ଆର୍ଜେଣ୍ଟିନା ବିପକ୍ଷରେ ସେମି ଫାଇନାଲ ଟକ୍କର ।

Last Updated : Aug 5, 2024, 9:49 AM IST

ABOUT THE AUTHOR

...view details