ହାଇଦ୍ରାବାଦ:ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଇତିହାସ ରଚିଛନ୍ତି 21 ବର୍ଷୀୟ ଭାରତର ଷ୍ଟାର କୁସ୍ତିଯୋଦ୍ଧା ଅମନ ସେରାଓ୍ବତ । 57 କେଜି ପୁରୁଷ ଏକକ ଫ୍ରି-ଷ୍ଟାଇଲ ବ୍ରୋଞ୍ଜ ମେଡାଲ ଇଭେଣ୍ଟରେ ଦେଶକୁ କାଂସ୍ୟ ପଦକ ଗିଫ୍ଟ କରିଛନ୍ତି । ଡାରିଆନ୍ ଟୋଇ କ୍ରୁଜଙ୍କୁ ହରାଇ ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅମନଙ୍କ ଏହି ପଦକ ଚଳିତ ଅଲିମ୍ପିକ୍ସରେ ଭାରତର କୁସ୍ତିରେ ପ୍ରଥମ ପଦକ । କାରଣ କୁସ୍ତିରେ ପଦକ ଅପେକ୍ଷା ଏଥର କୁସ୍ତିଯୋଦ୍ଧା ବିବାଦୀୟ ରହଛନ୍ତି । ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣାଠୁ ଆରମ୍ଭ କରି କୁସ୍ତିଯୋଦ୍ଧାଙ୍କ ଏକ୍ରିଡିଏସନ୍ କାର୍ଡରେ ଭଉଣୀଙ୍କ କ୍ରୀଡା ଗ୍ରାମକୁ ପ୍ରବେଶ ପାଇଁ ବିବାଦୀୟ ରହିଛନ୍ତି ରେସଲର ।
ତେବେ 21 ବର୍ଷୀୟ ଅମନ ପୂର୍ବରୁ ଅଣ୍ଡର-23 ବର୍ଗରେ ବିଶ୍ବ ଚାମ୍ପିଅନସିପ ଜିତିଥିଲେ । ବ୍ରୋଞ୍ଜ ମ୍ୟାଚକୁ 13-5 ପଏଣ୍ଟରେ ଜିତିଛନ୍ତି ଅମନ । ଏହି ପଦକ ବିଜୟ ସହିତ ଅମନ ଭାରତର ସର୍ବକନିଷ୍ଠ ଅଲିମ୍ପିକ ମେଡାଲ ବିଜେତା ବନିଛନ୍ତି ।
କିଏ ଅମନ ସେରାଓ୍ବତ-
2003 ଜୁଲାଇ 16 ତାରିଖରେ ଅମନ ଜନ୍ମ ଗ୍ରହଣ କରିଥିଲେ । ଏସିଆନ ଗେମ୍ସରେ 2022 ମସିହାରେ ବ୍ରୋଞ୍ଜ 57 କେଜି ବର୍ଗରେ ଜିତିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । 2023ରେ ସେ ମଧ୍ୟ ଏସିଆନ ରେସଲିଂ ଚାମ୍ପିଆନସିପରେ ଗୋଲ୍ଡ ଜିତିଥିଲେ । ଏହା ସହିତ 2024ରେ ଜାର୍ଗେବ ପ୍ରତିଯୋଗିତାରେ ଗୋଲ୍ଡ ଏବଂ 2022 ଆଲମାଟି ଗ୍ରାଣ୍ଡ ଫ୍ରିକ୍ସ, 2022ରେ ଓ୍ବାର୍ଲ୍ଡ ଜିତିଥିଲେ ।
ଅମନଙ୍କ ଜୀବନୀ-
ହରିଆଣା ଝାଜାପୁରର ଅମନ ପିଲାଦିନୁ ଅନେକ ସଂଘର୍ଷ କରିଛନ୍ତି ।ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ବାପା ମା’ଙ୍କୁ ହରାଇଥିଲେ । ଏହା ପରେ ଅମାନ ଏବଂ ତାଙ୍କ ଭଉଣୀଙ୍କୁ ତାଙ୍କ ମାମୁଁ ପାଳି ପୋଷି ମଣିଷ କରିଥିଲେ । ତାଙ୍କ ମାମୁଁଙ୍କ ଘରେ ବଡ ହୋଇଛନ୍ତି ଅମନ ଏବଂ ତାଙ୍କ ଭଉଣୀ ପୂଜା ସେରାଓ୍ବତ । ଏହା ସହିତ ତାଙ୍କ ଜେଜେବାପା ମଞ୍ଜେରାମ ସେରାଓ୍ବତ ମଧ୍ୟ ଦୁଇ ଭାଇ ଭଉଣୀଙ୍କୁ ବଡ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । "ମୋ ଜେଜେବାପା ମୋତେ ବହୁତ ସମୟରେ ପ୍ରେରଣା ଯୋଗାଇଛନ୍ତି। ଯେତେବେଳେ ମୁଁ କୁସ୍ତି ଛାଡିବାକୁ ସ୍ଥିର କରିଥିଲେ ସେ ମୋତେ କୁସ୍ତିରେ ହିଁ କ୍ୟାରିଅର ପାଇଁ ଉତ୍ସାହିତ କରିଥିଲେ," ବୋଲି କହିଛନ୍ତି ଅମନ ।
ଏହା ବି ପଢନ୍ତୁ- Paris Olympics2024; କୁସ୍ତିରେ ଆସିଲା ପ୍ରଥମ ମେଡାଲ, ସର୍ବକନିଷ୍ଠ ଖେଳାଳି ଭାବେ ବ୍ରୋଞ୍ଜ ଜିତିଲେ ଅମନ - Paris Olympics 2024
ଅମନଙ୍କ ବିଜୟରେ ଦେଶବାସୀ ଉତ୍ସବ ମନାଉଛନ୍ତି । ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ବାପା ମାଆଙ୍କୁ ହରାଇଥିଲେ । ଏହି ମେଡାଲ ତାଙ୍କ ବାପା ମାଆଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ଅମନଙ୍କ ଦାଦା । ସେ ଆହୁରି ମଧ୍ୟ କହିଛନ୍ତି, ''ଅଲିମ୍ପିକ୍ସରେ ଅମନ ଗୋଲ୍ଡ ଆଣିବ ବୋଲି ମୋର ଆଶା ଥିଲା । କିନ୍ତୁ ଦେଶ ପାଇଁ ବ୍ରୋଞ୍ଜ ମିଳିଥିବାରୁ ମୁଁ ବି ଖୁସି । ଆଗକୁ ସେ ଗୋଲ୍ଡ ଜିତିବ ବୋଲି ଆମେ ପ୍ରାର୍ଥନା କରୁଛୁ । ଅମନର ଜୀବନ ପୁରା ସଂଘର୍ଷପୂର୍ଣ୍ଣ । ସେ ତାର ବାପା ମାଆଙ୍କୁ 10 ବର୍ଷ ବୟସରେ ହରାଇଥିଲା । ତାର ମେଡାଲ ତା ବାପା ମାଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ''