ଓଡିଶା

odisha

ETV Bharat / sports

Champions Trophy 2025; ଏବେ ବି ସେମିଫାଇନାଲ ରେସରେ ପାକିସ୍ତାନ, କଣ ରହିଛି ସମୀକରଣ - PAKISTAN SEMI FINAL SCENARIO

ଭାରତଠୁ ହାରିବା ପରେ ବି ଚାମ୍ପିଅନ୍ସ ଟ୍ରଫି 2025 ସେମିଫାଇନାଲ ଖେଳିପାରିବ ପାକିସ୍ତାନ । ଭରସା ବାଂଲାଦେଶ ଟିମ୍ ।

Pakistan Semi Final scenario
Pakistan Semi Final scenario (AFP Photo)

By ETV Bharat Odisha Team

Published : Feb 24, 2025, 1:24 PM IST

ନୂଆଦିଲ୍ଲୀ:ପାକିସ୍ତାନ ଏବଂ ୟୁଏଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ଆରମ୍ଭ ହୋଇସାରିଛି । 1996 ପରଠାରୁ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଇଭେଣ୍ଟ ଆୟୋଜନ କରୁଛି । ପାକିସ୍ତାନୀ ପ୍ରଶଂସକଙ୍କ ଆଶା ଥିଲା, ଏହି ମେଗା ଆଇସିସି ଇଭେଣ୍ଟରେ ସେମାନଙ୍କ ଦଳ ଭଲ ପ୍ରଦର୍ଶନ କରିବ କିନ୍ତୁ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠୁ ପରାଜୟର ସାମ୍ନା କରିବାକୁ ପଡିଛି । ତଥାପି ଆୟୋଜକ ଦଳ ପାକିସ୍ତାନ ପାଖରେ ରହିଛି ସୁଯୋଗ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ ।

ମହମ୍ମଦ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାକୁ ଗ୍ରୁପ୍ ଏର ଅବଶିଷ୍ଟ ତିନିଟି ମ୍ୟାଚ୍ ଫଳାଫଳ ଉପରେ ନିର୍ଭରଶୀଳ । ଚାମ୍ପିଅନ୍ସ ଟ୍ରଫି 2025ରେ କ୍ରମାଗତ 2 ପରାଜୟ ସତ୍ତ୍ୱେ ବି ପାକିସ୍ତାନ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ।

ଚାମ୍ପିଅନ୍ସ ଟ୍ରଫି 2025 ସେମିଫାଇନାଲ ରେସ୍ ପାଇଁ ପାକିସ୍ତାନ ସମୀକରଣ-

ସର୍ବପ୍ରଥମେ, 24 ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ରେ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବ । ଏହା ପରେ, ଏହାର ନେଟ୍ ରନ୍ ହାରରେ ଉନ୍ନତି ଆଣିବା ପାଇଁ ପାକିସ୍ତାନକୁ 27 ଫେବୃଆରୀରେ ବାଂଲାଦେଶକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ । ତେବେ ପାକିସ୍ତାନୀ ପ୍ରଶଂସକମାନେ ଆଶା କରିବେ ଯେ ମାର୍ଚ୍ଚ 2 ରେ ଭାରତୀୟ ଦଳ, ନ୍ୟୁଜିଲ୍ୟାଣ୍ଡ ଟିମକୁ ସହଜରେ ପରାସ୍ତ କରିବ । ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ମାତ୍ର 2 ପଏଣ୍ଟ ସ୍କୋର କରିପାରିବ ଏବଂ ଉନ୍ନତ ରନ୍ ହାର ଆଧାରରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି 2025 ର ସେମିଫାଇନାଲରେ ପ୍ରବେଶ କରିପାରିବ ।

ପାକିସ୍ତାନ କିପରି ସେମିଫାଇନାଲ ଟିକେଟ୍ ପାଇବ -

  • 24 ଫେବୃଆରୀ: ନ୍ୟୁଜିଲ୍ୟାଣ୍ଡ ବନାମ ବାଂଲାଦେଶ - ବାଂଲାଦେଶ ବିଜୟ
  • 27 ଫେବୃଆରୀ: ପାକିସ୍ତାନ ବନାମ ବାଂଲାଦେଶ - ପାକିସ୍ତାନ ଏକ ବୃହତ ବ୍ୟବଧାନରେ ବିଜୟ
  • ମାର୍ଚ୍ଚ ୨ : ଭାରତ ବନାମ ନ୍ୟୁଜିଲାଣ୍ଡ - ଭାରତର ବିଜୟ

ବାଂଲାଦେଶର ପରାଜୟ ହେଲେ ଭାଙ୍ଗିବ ସ୍ୱପ୍ନ-

ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ନ୍ୟୁଜିଲ୍ୟାଣ୍ଡ ଆଜି ବାଂଲାଦେଶକୁ ପରାସ୍ତ କରେ ତେବେ ଉଭୟ ଆୟୋଜକ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ ପଡିବେ । ଏଥି ସହିତ, ଗ୍ରୁପ୍ ଏ ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଚାମ୍ପିଅନ୍ସ ଟ୍ରଫି 2025 ର ସେମିଫାଇନାଲରେ ପ୍ରବେଶ କରିବେ ।

ଭାରତର ସେମିଫାଇନାଲ ଟିକେଟ୍ ପ୍ରାୟ ନିଶ୍ଚିତ ହୋଇଛି ଭାରତୀୟ କ୍ରିକେଟ୍ ଦଳ 4 ପଏଣ୍ଟ ସହ ଗ୍ରୁପ୍ ଏର ଶୀର୍ଷରେ ଅଛି ଏବଂ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି । ମାର୍ଚ୍ଚ ୨ ରେ ଭାରତୀୟ ଦଳ ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ ।

ଏହା ବି ପଢନ୍ତୁ- କୋହଲିଙ୍କ ଶତକରେ ଫ୍ୟାନ୍ସଙ୍କ ଦିଲ୍‌ ଖୁସ, 6 ୱିକେଟରେ ହାରିଲା ପାକିସ୍ତାନ - INDIA BEAT PAKISTAN

ABOUT THE AUTHOR

...view details