ଓଡିଶା

odisha

ETV Bharat / sports

ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀଙ୍କ କଳା ନଜର, ସତର୍କ କରାଇଲା ଗୁଇନ୍ଦା ସଂସ୍ଥା - TERROR THREAT ON CHAMPIONS TROPHY

ବିଦେଶୀ ନାଗରୀରଙ୍କୁ ଅପହରଣ କରିବାକୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭିନ୍ସ ଯୋଜନା କରୁଛି ।

Pakistan Intelligence Bureau Warns Of ISKPs Strategy To Kidnap Foreigners At Champions Trophy
Pakistan Intelligence Bureau Warns Of ISKPs Strategy To Kidnap Foreigners At Champions Trophy (AP)

By ETV Bharat Odisha Team

Published : Feb 24, 2025, 10:04 PM IST

ଇସଲାମବାଦ: ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ କ୍ରୀଡାପ୍ରେମୀ ନିଜ ଦେଶକୁ ଚିୟରଅଫ କରିବା ପାଇଁ ପାକ୍‌ ଆସିଛନ୍ତି । ଏହାରି ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଉପରେ ଆତଙ୍କୀଙ୍କ କଳା ନଜର ପଡିଛି । ବିଦେଶୀ ନାଗରିକଙ୍କୁ ଅପହରଣ କରିବାକୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭିନ୍ସ (ISKP) ଯୋଜନା କରୁଛି । ଏନେଇ ଚେତାଇ ଦେଇଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ।

ସତର୍କ କରାଇଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା:

ପାକିସ୍ତାନକୁ ମ୍ୟାଚ୍ ଦେଖିବାକୁ ଆସିଥିବା ବିଦେଶୀ ନାଗରିକଙ୍କ ପାଇଁ ବିପଦ ରହିଛି । ସେମାନଙ୍କୁ ଅପହରଣ କରିବାକୁ କିମ୍ବା ସେମାନଙ୍କଠାରୁ ବିପୁଳ ଟଙ୍କା ଆଦାୟ କରିବାକୁ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରୋଭିନ୍ସ ଯୋଜନା କରୁଛି । ତେଣୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏ ବିଷୟରେ ସତର୍କ କରାଇ ଦେଇଛି । 1996 ପରେ ପ୍ରଥମ ଥର ପାଇଁ ଅର୍ଥାତ୍ ପ୍ରାୟ ତିନି ଦଶନ୍ଧି ପରେ ପାକିସ୍ତାନରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି । ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ଭାରତ ମନା କରିଦେବାରୁ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳାଯାଉଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ।

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫିରେ ବିରାଟଙ୍କ ଶତକ; ୱେଡିଂ ରିଙ୍ଗକୁ କଲେ କିସ୍, ଖୁସିରେ ଝୁମିଲେ ଅନୁଷ୍କା - ANUSHKA SHARMA ON VIRAT KOHLI 100

ଏହା ବି ପଢନ୍ତୁ- Champions Trophy 2025; ଏବେ ବି ସେମିଫାଇନାଲ ରେସରେ ପାକିସ୍ତାନ, କଣ ରହିଛି ସମୀକରଣ - PAKISTAN SEMI FINAL SCENARIO

ଆତଙ୍କୀଙ୍କ ନଜରରେ ଚାମ୍ପିଅନ୍ସ ଟ୍ରଫି, ଟାର୍ଗେଟରେ ଚୀନ୍ କିମ୍ବା ଆରବ ନାଗରିକ:

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଯୋଜନାକୁ ସଫଳ କରିବା ପାଇଁ ISKP ସହରଠାରୁ ବହୁ ଦୂରରେ ଏକ ଘାଟି ସ୍ଥାପନ କରିଛି । ଯେଉଁଠାରେ ବାଇକ୍ କିମ୍ବା ରିକ୍ସା ବିନା ପହଞ୍ଚିବା ଅସମ୍ଭବ । ସେମାନେ ଜାଣିଶୁଣି ବିନା କ୍ୟାମେରା ଲାଗିଥିବା ସ୍ଥାନକୁ ଚୟନ କରିଛନ୍ତି । ଯେଉଁଠାରେ ସୁରକ୍ଷାକୁ ଭେଦ କରି ଅପହୃତ ବ୍ୟକ୍ତିମାନଙ୍କୁ ରଖିହେବ । ଆତଙ୍କୀଙ୍କ ଟାର୍ଗେଟରେ ମୁଖ୍ୟତଃ ଚୀନ୍ କିମ୍ବା ଆରବ ନାଗରିକ। ଆତଙ୍କବାଦୀ ସଂଗଠନଗୁଡ଼ିକ ବନ୍ଦର ଅଞ୍ଚଳ, ବିମାନବନ୍ଦର ଅଞ୍ଚଳ କିମ୍ବା ବିଭିନ୍ନ କାର୍ଯ୍ୟାଳୟ ଅଞ୍ଚଳ ଉପରେ କଡ଼ା ନଜର ରଖିଛନ୍ତି ।

ଇସଲାମିକ୍ ଷ୍ଟେଟ୍ କେବଳ ପାକିସ୍ତାନରେ ନୁହେଁ ବରଂ ଆଫଗାନିସ୍ତାନରେ ମଧ୍ୟ ଏପରି କାର୍ଯ୍ୟକଳାପ କରିବାକୁ ଯୋଜନା କରିଛି । ଯେଉଁଥି ପାଇଁ ଆଫଗାନିସ୍ତାନ ଗୁଇନ୍ଦା ସଂସ୍ଥା (GDI) ମଧ୍ୟ ଏହାର ଅଧିକାରୀମାନଙ୍କୁ ପ୍ରମୁଖ ସ୍ଥାନ ଗୁଡ଼ିକରେ ସମ୍ଭାବ୍ୟ ISKP ଆକ୍ରମଣ ବିଷୟରେ ଏକ ନୋଟିସ ଜାରି କରିଛି ଏବଂ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଲୋକଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଗତବର୍ଷ, ISKP ସମର୍ଥିତ ଆତଙ୍କବାଦୀ ସଂଗଠନ ଅଲ୍-ଆଜମ୍ ଏକ ଗଣମାଧ୍ୟମ ବିଜ୍ଞପ୍ତିରେ କ୍ରିକେଟକୁ ବିରୋଧ କରିଥିଲା । ଆତଙ୍କବାଦୀ ସଂଗଠନ ଆଫଗାନ କ୍ରିକେଟ ଦଳକୁ ସମର୍ଥନ କରିବା ପାଇଁ ତାଲିବାନ ସରକାରଙ୍କୁ ସମାଲୋଚନା କରିଥିଲା ।

2009ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ଆତଙ୍କୀ ଆକ୍ରମଣ:

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆୟୋଜକ ପାକିସ୍ତାନ ଅନେକ ବିବାଦକୁ ମୁଣ୍ଡାଇଛି । ପ୍ରଥମେ ଭାରତର ଜାତୀୟ ପତାକା ଷ୍ଟାଡିୟମରେ ନଲଗାଇବା । ପରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମ୍ୟାଚ ସମୟରେ ଭୁଲରେ ଭାରତୀୟ ଜାତୀୟ ସଙ୍ଗୀତ ବାଜିବା । ଆଉ ଏବେ ସମ୍ଭାବ୍ୟ ଆତଙ୍କବାଦୀ ବିପଦ ବିଷୟରେ ଗୁଇନ୍ଦା ସଂସ୍ଥାର ଚେତାବନୀ । 2009 ମସିହାରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବେବି ତାଜା ଅଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଚଳିତ ICC ଇଭେଣ୍ଟ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିଛି । ଏହାକୁ ଶେଷ କରିବା ଏକ ଚ୍ୟାଲେଞ୍ଜ ହୋଇଛି ।

ABOUT THE AUTHOR

...view details