ଓଡିଶା

odisha

ETV Bharat / sports

ନେସନାଲ ଗେମ୍ସ 2025: ଦିଲ୍ଲୀକୁ ହରାଇ ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍ - NATIONAL GAMES 2025

ନେସନାଲ ଗେମ୍ସ 2025ରେ ଓଡ଼ିଶା ମହିଳା ଫୁଟବଲ ଟିମର କମାଲ, ଦିଲ୍ଲୀକୁ ହରାଇ ଫାଇନାଲରେ ଏଣ୍ଟ୍ରି, ୭ରେ ହରିୟାଣା ସହ ମୁକାବିଲା

Odisha Women Football team
Odisha Women Football team (ETV Bharat)

By ETV Bharat Odisha Team

Published : Feb 4, 2025, 9:20 PM IST

ହଲଦ୍ୱାନୀ:ଉତ୍ତରାଖଣ୍ଡରେ କମାଲ କଲେ ଓଡ଼ିଶା ମହିଳା ଫୁଟବଲ ଖେଳାଳି । ୩୮ତମ ନେସନାଲ ଗେମ୍ସରେ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଟିମ୍ । ଉତ୍ତରାଖଣ୍ଡର ହଲଦ୍ୱାନୀ ମିନି ଷ୍ଟାଡିୟମରେ ଆୟୋଜିତ ସେମିଫାଇନାଲ ମ୍ୟାଚରେ ୫-୧ ଗୋଲରେ ଦିଲ୍ଲୀକୁ ହରାଇଛି ଓଡ଼ିଶା । ତେବେ ଫେବୃଆରୀ ୭ରେ ଫାଇନାଲରେ ହରିୟାଣାକୁ ଭେଟିବ ଏହି ଟିମ୍ ।

ଦିଲ୍ଲୀକୁ ହରାଇ ସେମିଫାଇନାଲରେ ଓଡ଼ିଶା:

ନେସନାଲ ଗେମ୍ସ ୨୦୨୫ର ସପ୍ତମ ଦିନରେ ମହିଳା ଫୁଟବଲ ଟିମର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ହଲଦ୍ୱାନୀ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ସେମିଫାଇନାଲ ମୁକାବିଲା ଓଡ଼ିଶା ଓ ଦିଲ୍ଲୀ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଓଡ଼ିଶା ୫-୧ ଗୋଲରେ ଦିଲ୍ଲୀକୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିନେଇଛି ଓଡ଼ିଶା । ତେବେ ଏହି ସେମିଫାଇନାଲ ମ୍ୟାଚରେ ଓଡ଼ିଶା ଟିମ ବେଶ ଉଚ୍ଚକୋଟୀର ଖେଳିଥିଲା । ହାଫ ଟାଇମ ପୂର୍ବରୁ ଓଡ଼ିଶା ୩-୧ ଗୋଲରେ ଆଗୁଆ ରହିଥିଲା । ହାଫ ଟାଇମ ପରେ ଓଡ଼ିଶା ପୁଣି ଆଉ ୨ ଟି ଗୋଲ କରି ନିଜ ଖାତାରେ ୫ଟି ଗୋଲ ଯୋଡିବା ସହ ଦିଲ୍ଲୀକୁ ୫-୧ରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

Delhi vs Odisha Football match (ETV Bharat)

ଫେବୃଆରୀ ୭ରେ ହରିୟାଣା ସହ ଓଡ଼ିଶାର ଫାଇନାଲ ମୁକାବିଲା:

ନେସନାଲ ଗେମ୍ସ ୨୦୨୫ର ମହିଳା ଫୁଟବଲ ମ୍ୟାଚର ଫାଇନାଲ ମୁକାବିଲା ଫେବୃଆରୀ ୭ରେ ହେବାକୁ ଯାଉଛି । ସେମିଫାଇନାଲର ଦ୍ୱିତୀୟ ମ୍ୟାଚ ହରିୟାଣା ଓ ପଶ୍ଚିମବଙ୍ଗ ମଧ୍ୟରେ ଖେଳାଯାଇଥିଲା । ପ୍ରଥମରୁ ହିଁ ହରିୟାଣା ପଶ୍ଚିମବଙ୍ଗ ଉପରେ ଭାରି ପଡିଥିଲା । ଏହି ମ୍ୟାଚରେ ହରିୟାଣା ୪ଟି ଗୋଲ କରିଥିବା ବେଳେ ପଶ୍ଚିମବଙ୍ଗ ଟିମ୍ ମାତ୍ର ଗୋଟିଏ ଗୋଲ କରିପାରିଥିଲା । ୪-୧ ଗୋଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି ହରିୟାଣା । ମହିଳା ଫୁଟବଲ ଫାଇନାଲ ମୁକାବିଲା ଓଡ଼ିଶା ଓ ହରିୟାଣା ମଧ୍ୟରେ ହେବାକୁ ଯାଉଛି । ଗୁରୁବାର ହଲଦ୍ୱାନୀର ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ...

ଭାରତ-ଇଂଲଣ୍ଡ ବାରବାଟୀ ଲଢ଼େଇ: କାଲିଠୁ କାଉଣ୍ଟର ଟିକେଟ

Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍

କୋହଲିଙ୍କ ଉଦାରତା ! ଘଣ୍ଟା ଘଣ୍ଟା ଧରି ଫ୍ଲାଟ ବାହାରେ ବସିଥିଲେ ଫ୍ୟାନ୍ସ, ଘରକୁ ଡାକିଲେ ବିରାଟ

ଅଣ୍ଡର 19 ମହିଳା ଟିମ ପାଇଁ 5 କୋଟିର ପୁରସ୍କାର ଘୋଷଣା କଲା BCCI

ହଲଦ୍ୱାନୀ ଫୁଟବଲ ଷ୍ଟାଡିୟମରେ ୨୯ ଜାନୁଆରୀଠାରୁ ମହିଳା ଫୁଟବଲ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମୁକାବିଲା ଫେବୃଆରୀ ୭ ତାରିଖରେ ରହିଛି । ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ମଣିପୁର, ତାମିଲନାଡୁ, ସିକ୍କିମ ମୋଟ୍ ୮ଟି ଟିମ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details