ଓଡିଶା

odisha

ETV Bharat / sports

ଆଜିଠୁ ଆରମ୍ଭ ହେବ ଓଡ଼ିଶା ମାଷ୍ଟର୍ସ 2024; ଭାଗ ନେବେ 29 ଦେଶର 300 ଖେଳାଳି, ଓଡ଼ିଶାରୁ 7 - ODISHA MASTERS

ଆଜିଠାରୁ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ଆରମ୍ଭ ହେବ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ସୁପର 100 ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ 29 ଟି ଦେଶର ପାଖାପାଖି 300 ରୁ ଉର୍ଦ୍ଧ୍ବ ଖେଳାଳି ।

ODISHA MASTERS
ODISHA MASTERS (ETV BHARAT ODISHA)

By ETV Bharat Odisha Team

Published : Dec 10, 2024, 7:32 AM IST

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ । ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ 2024। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସୁପର 100 ଟୁର୍ଣ୍ଣାମେଣ୍ଟରେ 29 ଟି ଦେଶର ପାଖାପାଖି 300 ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଭାଗ ନେବେ 29 ଦେଶର ଖେଳାଳି:

BWF ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ତୃତୀୟ ଥର ପାଇଁ ଆୟୋଜିତ ହେଉଛି । ଓଡିଶାରୁ 7 ଜଣ ଖେଳାଳି ଏଥିରେ ଭାଗ ନେଉଥିବା ବେଳେ ଦେଶ ଓ ଦେଶ ବାହାର ବିଶେଷ କରି ଜାପାନ, ଚୀନ, ଡେନମାର୍କର ବ୍ୟାଡମିଣ୍ଟନ ଖେଳାଳି ଏହି ପ୍ରତିଯୋଗିତାରେ ସାମିଲ ହେଇଛନ୍ତି। ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ସିଙ୍ଗଲ୍ସ ଓ ଡ଼ବଲ୍ସ ଖେଳାଯିବ । 29 ଟି ଦେଶର 300ରୁ ଉର୍ଦ୍ଧ୍ବ ଖେଳାଳି ଅଂଶଗ୍ରହଣ କରିବେ । ରାଜ୍ୟରେ ବିଭିନ୍ନ କ୍ରୀଡ଼ାକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଗତ କିଛି ବର୍ଷ ହେଲା ବ୍ୟାଡମିଣ୍ଟନ ପ୍ରତି ମଧ୍ୟ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି। ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ମୋଟ ଅର୍ଥ ରାଶି 85 ଲକ୍ଷ ଟଙ୍କା ରଖାଯାଇଛି।

ODISHA MASTERS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଡିଲେଡ ଟେଷ୍ଟରେ ଏହି ଅଲୋଡା ରେକର୍ଡ କଲା ଭାରତ

ଏହା ମଧ୍ୟ ପଢନ୍ତୁ-ବିବାଦରେ ଛନ୍ଦିହେଲା OCA, ସିନିୟର କ୍ରିକେଟର ଆଣିଲେ ଚୟନ ଅନିୟମିତତା ଅଭିଯୋଗ

ଓଡ଼ିଶାରୁ 7 ଖେଳାଳି:

ଓଡ଼ିଶାରୁ ମହିଳା ଡବଲ୍ସରେ ଖେଳିବେ ଋତୁପର୍ଣ୍ଣା ପଣ୍ଡା ଓ ଶ୍ବେତପର୍ଣ୍ଣା ପଣ୍ଡା । ପୁରୁଷ ଡବଲ୍ସରେ ରହିଛନ୍ତି ଆୟୁଷ ପଟ୍ଟନାୟକ, ଅଭିନାଶ ମହାନ୍ତି,ଅମ୍ରିତ ମହାନ୍ତି ଓ ଅଭିଜିତ ମହାରଣା । ଟୁର୍ଣ୍ଣାମେଣ୍ଟରେ ଚୀନରୁ ସର୍ବାଧିକ ଖେଳାଳି ଭାଗ ନେବେ । ସେହିପରି ଭାରତରୁ କିରନ ଜର୍ଜ, ପ୍ରିୟାଂଶୁ ରାଜଓ୍ବାତ, ଆକର୍ଷି କଶ୍ୟପ, ଅଶ୍ବିନୀ ପୋନାପ୍ପା, ସୁମିତ ରେଡ୍ଡୀ ଓ ତନିଷ କ୍ରାଷ୍ଟୋଙ୍କ ପରି ଖେଳାଳି ରହିଛନ୍ତି ।

ODISHA MASTERS (ETV BHARAT ODISHA)

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ଆନୁଷ୍ଠାନିକ ପ୍ରସ୍ତୁତି ହୋଇଛି। ସମସ୍ତ ପ୍ରତିଯୋଗୀମାନେ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା ରହିଛି। ଦର୍ଶକମାନେ ଷ୍ଟାଡିୟମକୁ ଆସି ମ୍ୟାଚ୍ ଉପଭୋଗ କରିବା ସହ ପ୍ରତିଯୋଗୀମାନଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details